⚫❗⚫
ନାରାୟଣୀ ନମୋଽସ୍ତୁତେ
ରବି ଚଳନ
ସନ ୧୪୩୨ ସାଲ ତୁଳା ୧ ଦିନ *ଇଂ ୨୦୨୪ ମସିହା ଅକ୍ଟୋବର ମାସ ତା ୧୭ ରିଖ ଗୁରୁବାର ଦିନ ରବି ତୁଳା ରାଶିକୁ ଚଳନ କରିବେ ଏବଂ ଇଂ ୨୦୨୪ ମସିହା ନଭେମ୍ବର ମାସ ୧୫ ତା ପର୍ଯ୍ୟନ୍ତ* ରବି ତୁଳା ରାଶିରେ ଅବସ୍ଥାନ କରିବେ । ଏହାର ପ୍ରଭାବ ୧୨ ଗୋଟି ରାଶି ଉପରେ ଭିନ୍ନ ଭିନ୍ନ ରହିବ ।
ଏହି ସଂଙ୍କ୍ରାନ୍ତିର ନାମ ମନ୍ଦା । ସଂଙ୍କ୍ରାନ୍ତି ପୁରୁଷ ସିଂହ ବାହାନରେ ଶ୍ୱେତବସ୍ତ୍ର ପରିଧାନ କରି ହସ୍ତେ ପରଶୁ ଧାରଣ ପୂର୍ବକ ପୁନ୍ନାଙ୍ଗ ପୁଷ୍ପର ମାଳା ଗଳାରେ ଲମ୍ବାଇ ଅନ୍ନଭକ୍ଷଣ କରି ଉତ୍ତରକୁ ମୁଖକରି ଆଗ୍ନେୟ ଦୃଷ୍ଟି ରଖି ପୂର୍ବ ଦିଗକୁ ଯାତ୍ରା କରିବେ । ଏହି ମାସରେ ଜାତ ବ୍ୟକ୍ତି ବିତ୍ତଶାଳୀ ନମ୍ର ବୁଦ୍ଧିମାନ ମାତ୍ର ଲୋଭୀ ହେବେ ।
ଜଳ ବିଷୁବ ସଂକ୍ରାନ୍ତି ଦାଢ ସଞ୍ଚାର ହେତୁ ହୀନ ଜଳବୃଷ୍ଟି। ବାୟୁ ମଣ୍ଡଳରେ ଅବସ୍ଥାନ । ରାଜ୍ୟର ଉପକୂଳ ଜିଲ୍ଲା ପୁରୀ , କଟକ , ଗୋପାଳପୁର , କୋଣାର୍କ , ଅସ୍ତରଙ୍ଗ , ଯାଜପୁର , ଭୁବନେଶ୍ଵର, ନୟାଗଡ , କାକଟପୁର , ନିଆଳି ପ୍ରଭୃତି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟା ପ୍ରଚଣ୍ତ ବାୟୁ ପ୍ରଭାବ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଅକ୍ଟୋବର ତା ୧୭ ରୁ ତା ୨୩ ମଧ୍ୟେ ଅକ୍ଟୋବର ତା ୨୬ ରୁ ତା ୩୦ ମଧ୍ୟେ ନଭେମ୍ୱର ତା ୫ ରୁ ତା ୯ ମଧ୍ୟେ ନଭେମ୍ୱର ତା ୧୧ ରୁ ତା ୧୫ ମଧ୍ୟେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ ଲଘୁଚାପ ଜୁଆର ତଥା ବନ୍ୟା ବିପତ୍ତି ଦ୍ୱାରା ବୋହୁ ଧନ ଜୀବନ ପ୍ରଭାବିତ ହେବ । ଚଳିତ ମାସ ଠାରୁ ଶୀତ ଅନୁଭୂତ ହେବ । ରାଜନୈତିକ କ୍ଷେତ୍ର ରେ ଅଶାନ୍ତି ବୃଦ୍ଧି ପାଇବ। ଶାସକ ବିରୋଧୀ ବାଦ ବିପଦ ଉଗ୍ର ରୂପ ନେବ ।ନେତୃତ୍ୟ ରେ ପରିବର୍ତ୍ତନ ଘଟିବ। ଦକ୍ଷିଣ ପଶ୍ଚିମ ତଥା ପୂର୍ବ ଭାଗରେ ରାଜ୍ୟ ଶାସନ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି । ମୁସଲମାନ ରାଷ୍ଟ୍ରରେ ଆଭ୍ୟନ୍ତରୀଣ ଦ୍ଵନ୍ଦ ଉଗ୍ରରୂପ ନେବ । ରାଷ୍ଟ୍ରମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ତଥା ଯୁଦ୍ଧ ପରିସ୍ଥିତି ଉପୁଜିବ । ତୈଳ ତଥା ରନ୍ଧନ ଦରବୃଦ୍ଧି ଦ୍ୱାରା ଜନସାଧାରଣ ରେ ଅସନ୍ତୋଷ ଦେଖାଦେବ। ଦୁର୍ନିତୀଗ୍ରସ୍ତ ମନ୍ତ୍ରୀଙ୍କ ବିରୋଧ ରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ମହାକାଶୀୟ ଗବେଷଣା କ୍ଷେତ୍ରରେ ଭାରତ ନିଜସ୍ଵ ଜ୍ଞାନକୌଶଳରେ ବିଶ୍ୱରେ ଇତିହାସ ରଚିବ । ଦେଶ ତଥା ରାଜ୍ୟର ଅର୍ଥନୀତି ସୁଦୃଢ ହେବ ଜନ ସାଧାରଣ ଉପକୃତ ହେବେ । ଜନୈକ ମୁଖ୍ୟ ଲୋକପ୍ରିୟ ରାଜ ନେତାଙ୍କ ବିୟୋଗରେ ଦେଶବାସୀ ଶୋକାକୁଳ ହେବେ ।
ମେଷ :- କର୍ମକ୍ଷେତ୍ର ରେ ଅପମାନିତ ହୋଇପାରନ୍ତି। ବ୍ୟବସାୟ ରେ ପ୍ରତିଦ୍ଵନ୍ଦି ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରିବେ। ଦୀର୍ଘଦିନ ର ଅଭିଳାଷ ଟି ପୁରଣ ହେବ ଇପସିତ ସମାଚାର ପାଇ ପାରନ୍ତି । ଧନ ସଞ୍ଚୟ କରିବେ । ମାଲି ମକଦମା ରେ ସଫଳତା ଲାଭ କରିବେ । ସତର୍କତାର ସହ ଚଳନ୍ତୁ ଦୃଘଟଣା ଘଟିପାରେ । ଶାରିରିକ ଅସୁସ୍ଥତା କିଛି ମାତ୍ରାରେ ଦୂର ହେବ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ ।
ବୃଷ : – କାର୍ଯ୍ୟକ୍ଷେତ୍ର ରେ ନିଜର ଉପସ୍ତିତ ପରିଲକ୍ଷିତ କରିବେ। କର୍ମକ୍ଷେତ୍ର ରେ ଅଶାନ୍ତି ବୃଦ୍ଧି ପାଇବ । ପରିବାର ଲୋକଙ୍କ ସହ ବାଦ ବିବାଦ ଦେଖାଦେବ । ପରିବାର ରେ ଅଶାନ୍ତି ଲାଗି ରହିବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମିଥ୍ୟା ଅପବାଦ ପାଇପାରନ୍ତି । ବ୍ୟକ୍ତିଗତ ଜୀବନ ରେ ଅନେକ ଜଟିଳ ସମସ୍ୟା ଦେଖା ଦେଇପାରେ । ଶତ୍ରୁମାନେ ପରାଜିତ ହେବେ । ବନ୍ଧୁମାନେ ସହ ଯୋଗ କରିବେ । ବିଦ୍ୟାର୍ଥି ସଫଳତା ଲାଭର ଆଶା କମ ।
ମିଥୁନ :- କର୍ମକ୍ଷେତ୍ର ରେ ନିଜ କାର୍ଯ୍ୟକୁ ଆଗେଇ ନେବେ ହେଲେ ଚାକିରୀ ରେ କର୍ମଚ୍ୟୁତ ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ନୂତନ ସଂପର୍କ ସୃଷ୍ଟି ହେବ ।ଅତ୍ୟାଧିକ ପରିଶ୍ରମ ଦ୍ୱାରା ବ୍ୟବସାୟ ରେ ସଫଳତା ଲାଭ କରି ପାରନ୍ତି । ସାମାଜିକ ମାନସମ୍ମାନ ହାନୀ ହୋଇପାରେ । ନିଜ ଖର୍ଚ୍ଚ ପ୍ରତି ସାବଧାନ ରହିବା ଆବଶ୍ଯକ । ଆୟ ବେୟ ସମ୍ମାନ ରହିବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ବିଦ୍ୟାର୍ଥି ହଇରାଣ ହେବେ।
କର୍କଟ :- କର୍ମମୟ ଜୀବନ ରେ ଛୋଟ ମୋଟ ସମସ୍ୟା ଭୋଗ କରିବେ ।ବ୍ୟବସାୟ ରେ କ୍ଷତିଗ୍ରସ୍ଥ ହେବେ ।ଅତ୍ୟାଧିକ ବେୟ ଯୋଗୁ ହଇ ରାଣ ହୋଇପାରନ୍ତି ।ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ବନ୍ଧୁଙ୍କ ସହ ସମ୍ପର୍କ ଆପଣଙ୍କ ମନକୁ ଉତ୍ସାହିତ କରିବ । ଅଧିକ ଭାବ ପ୍ରବଣତା ଆପଣଙ୍କୁ ସମସ୍ୟାରେ ପକାଇ ପରେ । ସାମାଜିକ ତଥା ଧାର୍ମିକ କାମରେ ମନ ବଳାଇ ପାରନ୍ତି ।ବିଦ୍ୟାର୍ଥୀ ଙ୍କ ବିଦ୍ୟାରେ ବିଘ୍ନ ଆସିବ ।
ସିଂହ :- କର୍ମକ୍ଷେତ୍ର ରେ ପରିବର୍ତ୍ତନ ହୋଇପାରେ। ପୁରାତନ କର୍ମଛାଡି ନୂତନ କର୍ମ ପ୍ରାପ୍ତି ର ସୁଯୋଗ ମଧ୍ୟ ଆସିବ । ପରିଶ୍ରମ ଅଧିକ ରହିବ ।ବ୍ୟବସାୟ ତଥା ବାଣିଜ୍ୟ କ୍ଷେତ୍ରରେ ଆଶାନୁ ରୂପକ ଉନ୍ନତି ପରିଲକ୍ଷିତ ହେବ । ଧର୍ଯ୍ୟ ଓ ପରିଶ୍ରମ ଫଳରେ ଉତ୍ତମ ଫଳ ପାଇବେ । ଦୀର୍ଘଦିନ ର ଅଭିଳାଷଟି ପୂରଣ ହେବ। ମାଲିମକଦମା ବୃଦ୍ଧି ହୋଇପାରେ ।ବନ୍ଧୁମାନେ ଅସହଯୋଗ କରିବେ । ଆର୍ଥଭାବ ହେବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମାନଶିକ ଅଶାନ୍ତି ବୃଦ୍ଧି ପାଇବ । ବିଦ୍ୟାର୍ଥି ଅସଫଳ ହେବେ ।
କନ୍ୟା :- କର୍ମକ୍ଷେତ୍ର ରେ ମିଶ୍ରିତ ଶୁଭଫଳ ପ୍ରାପ୍ତି ହେବ। କିଛିଦିନ ଧରି ଲାଗି ରହିଥିବା କଠିନ ସମସ୍ୟାର ସମାଧାନ ହେବ । ବିଗିଡି ଯାଇଥିବା କାର୍ଯ୍ୟ ସହଜରେ ସଫଳ ହେବ । ବ୍ୟବସାୟ କ୍ଷେତ୍ରରେ ନୂତନ ସମ୍ପର୍କ ସୃଷ୍ଟି ହେବ। ସୁଖ ସମୃଦ୍ଧ ବୃଦ୍ଧି ହେବ । ଧନପ୍ରାପ୍ତି ର ସୁଯୋଗ ଆସିବ । ଦୁଃଖ ଦୂର ହେବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଅତ୍ୟାଧିକ ବ୍ୟୟ ହେବାର ସମ୍ଭାବନା । ସାବଧାନ ରୁହନ୍ତୁ। ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ।
ତୁଳା :- କାର୍ଯ୍ୟକ୍ଷେତ୍ର ରେ ନିଜର ଉପସ୍ଥିତି ପ୍ରମାଣ କରିବେ। ବ୍ୟବସାୟ ରେ ଲାଭବାନ ହେବେ। ମାଲିମକଦ୍ଦମା ରେ ବିଜୟଲାଭ କରିବେ । ଶତୃଭୟ ଦୂର ହେବ। କୌଣସି ନୂତନ ଅଜଣା ବ୍ୟକ୍ତିଙ୍କ ଯୋଗୁଁ ହଇରାଣ ହେବେ । ବିଗିଡି ଯାଇଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଗୃହର କୌଣସି କାର୍ଯ୍ୟ କରିପାରନ୍ତି। ପାରିବାରିକ ଜୀବନ ସୁଖ ମୟ ରହିବ ।ସ୍ୱାସ୍ଥ୍ୟ ବସ୍ଥା ଖରାପ ପାଇଁ ଚିନ୍ତିତ ହେବେ। ବିଦ୍ୟାର୍ଥି ସଫଳତା ଲାଭ କରିବେ।
ବିଛା :- କର୍ମ କ୍ଷେତ୍ରରେ ବଦଳୀ ହୋଇପାରେ ଅବା କର୍ମକ୍ଷେତ୍ର ଛାଡି ପାରନ୍ତି , ନୂତନ କର୍ମ ପାଇଁ ଦୂରସ୍ଥାନ କୁ ଯାତ୍ରା କରିବେ । ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟ ରେ ଲାଭବାନ ହେବେ । ଆୟବେୟ ସମାନ ରହିବ । ପରିବାର ଓ ବନ୍ଧୁଙ୍କ ସହ ସମ୍ପର୍କ ଆପଣଙ୍କୁ ଉତ୍ସାହିତ କରିବ। ଅନ୍ୟର ଉପକାର କରି ସମସ୍ୟା ରେ ପଡିପାରନ୍ତି । ଶତ୍ରୁମାନେ ପରାଜିତ ହେବେ । ବିଦ୍ୟାର୍ଥି ସଫଳତା ଲାଭ କରିବେ ।
ଧନୁ :- କର୍ମକ୍ଷେତ୍ର ରେ ପଦୋନ୍ନତିର ସୁଯୋଗ ଆସିବ । ଇପସିତ ଅଭିଳାଷ ପୂରଣ ହେବ। ଆକସ୍ମିକ ଧନଲାଭ ହେବ । କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ବୃଦ୍ଧି ପାଇବ । ଦୁରସ୍ଥାନ କୁ ଯାତ୍ରା ସହିତ ଗୃହରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିବେ । ପିଲାମାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ଲାଗି ରହିବ । ଉଚ୍ଚଶିକ୍ଷା ପାଇଁ ବିବେଚିତ ହେବେ ।
ମକର :- କର୍ମମୟ ଜୀବନ ରେ ବିଳମ୍ବ ରେ କାର୍ଯ୍ୟସିଦ୍ଧି ହେବ । ବରିଷ୍ଠ ବ୍ୟକ୍ତିଙ୍କର ସହ ଯୋଗ ନେଇ କାର୍ଯ୍ୟ କରନ୍ତୁ କର୍ମକ୍ଷେତ୍ର ରେ ଉନ୍ନତ୍ତି ହେବ ।ବ୍ୟବସାୟ ରେ ବିଘ୍ନ ସୃଷ୍ଟି ହେବ । ଶାରିରିକ ଅସୁସ୍ଥତା ବୃଦ୍ଧି ପାଇବ । କିଛି ଲୋକ ବିଶ୍ୱାସ ଘାତକତା କରିବେ । ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ । ମାନଶିକ ଶାନ୍ତି ବୃଦ୍ଧି ପାଇବ । ପାରିବାରିକ ଚାପ କିଛି ଅଧିକ ମିଳିବ । ବିଦ୍ୟାର୍ଥି ସଫଳତା ଲାଭ କରିବେ ।
କୁମ୍ଭ :- କର୍ମ କ୍ଷେତ୍ରରେ ପରିବର୍ତ୍ତନ କରିବେ । ବ୍ୟବସାୟରେ ଲାଭବାନ ହେବେ। ଦୈନିକ ରୋଜଗାର ରେ ବାଧା ସୃଷ୍ଟି ହୋଇପାରେ । ଆୟବେୟ ସମାନ ରହିବ। ମାଲିମକଦ୍ଦମା ରେ ହଇରାଣ ହୋଇପାରନ୍ତି। ମହିଳାମାନେ ପାରିବାରିକ ସୁଖରେ ଆନନ୍ଦିତ ହେବେ । ଅନେକ ସମୟ ଧରି ଇଚ୍ଛା କରିଥିବା ବସ୍ତୁ କୁ ପ୍ରାପ୍ତି କରିବେ । କୌଣସି କାର୍ଯ୍ୟ କୁ ତରବରିଆ ଭାବେ ସାରିବା ଅନୁଚିତ । ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ ।
ମୀନ :- କର୍ମମୟ ଜୀବନ ରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଚାକିରୀ କ୍ଷେତ୍ରରେ ସହକର୍ମୀମାନଙ୍କର ସହ ଯୋଗ ରହିବ । ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବୃଦ୍ଧି କରିବେ ।ଆକସ୍ମିକ ଧନଲାଭ ର ପ୍ରବଳ ସମ୍ଭାବନା । ଆର୍ଥିକ ସମସ୍ୟା ଦୂରୀଭୂତ ହେବ । ବ୍ୟବସାୟ ରେ ଆର୍ଥିକ ଲାଭ ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁ ଲାଭବାନ ହେବେ । ବିଦ୍ୟାର୍ଥି ବିଦେଶ ଯାତ୍ରା କରିବେ।
ଅଧିକ ଶୁଭଫଳ ପାଇଁ
- ଆଦିତ୍ୟ ହୃଦୟ ସ୍ତୋର୍ତ ପାଠ କରନ୍ତୁ ll
- ସୂର୍ଯ୍ୟ ଙ୍କୁ ନିୟମିତ ଜଳ ଅର୍ଘ୍ୟ ଦିଅନ୍ତୁ ll
- ” ଓଁ ଘୃଣିଃ ସୂର୍ଯ୍ୟାୟ ନମଃ ” ଜପ କରନ୍ତୁ :-
- ରାଶି ବା ଖସା କୁ ବ୍ରାହ୍ମଣ ଙ୍କୁ ଦାନ କରନ୍ତୁ ll
- ରାଶି ତେଲ କୁ ମହାଦେବ ଙ୍କୁ ଅର୍ପଣ କରନ୍ତୁ ll
- ବିଷ୍ଣୁ ସହସ୍ର ନାମ ଶ୍ରାବଣ କରନ୍ତୁ ll
- ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ lll
ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲଜି 🙏🏻🚩
ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ଯେମିତିକି ହେଲା – ଚରିତ୍ର, ସ୍ୱାଭବ, ଖାଦ୍ୟ ରୁଚି, କର୍ମ କ୍ଷେତ୍ର, ଶିକ୍ଷା , ଚାକିରୀ , କ୍ୟାରିୟର, ପ୍ରେମ ଜୀବନ , ବୈବାହିକ ଜୀବନ ଏବଂ ଆୟୁଷ କାଳ , ସନ୍ତାନ ଏମିତି ଅନେକ କିଛି । ଇତ୍ୟାଦି ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ଏବଂ ନୂତନ ତାଳପତ୍ର ଜାତକ
ପ୍ରସ୍ତୁତ କରିବାକୁ ଚାହୁଁଥିଲେ ତେବେ ତୁରନ୍ତ ମୋ ସହିତ ଯୋଗା ଯୋଗ କରନ୍ତୁ ।
ଶ୍ରୀ ଦେବବ୍ରତ ଦାଶ ,( ମେକାନିକାଲ ଇଂଜିନିୟର )
( ଜ୍ୟୋତିଷ ବିଶାରଦ ଓ ବାସ୍ତୁଶାସ୍ତ୍ର ଗବେଷକ )
କଲ୍ୟାଣି ନଗର , କଟକ – ୭୫୩୦୧୩