ମାଲକାନଗିରିରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ଜିଲ୍ଲାରେ ନୂତନ ଶିକ୍ଷା ବର୍ଷର ଶୁଭାରମ୍ଭ ଅବସରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ଏମଭି ୭ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁମାନଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା।
ବିଧାୟକ ଶ୍ରୀ ମାଡକାମୀଙ୍କ କହିଥିଲେ ଯେ
ଶିକ୍ଷା ହେଉଛି ପ୍ରଗତିର ମୂଳଦୁଆ। ଆଜିର ଏହି ଖଡ଼ି ଛୁଆଁ କେବଳ ଏକ ପରମ୍ପରା ନୁହେଁ, ବରଂ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଶୁଭାରମ୍ଭ। ଆମ ଜିଲ୍ଲାର ପ୍ରତ୍ୟେକ ପିଲା ଯେଭଳି ଗୁଣାତ୍ମକ ଶିକ୍ଷା ପାଇବେ, ସେଥିପାଇଁ ସରକାର ଓ ପ୍ରଶାସନ ପ୍ରତିବଦ୍ଧ। ସେହିପରି ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ ବିଦ୍ୟାଳୟ ଗୁଡ଼ିକୁ ଶିଶୁ ଅନୁକୂଳ କରିବା ଏବଂ ସେମାନଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ଆମର ପ୍ରାଥମିକତା। ଏହି ସଚେତନତା ରଥ ସମଗ୍ର ଜିଲ୍ଲା ଭ୍ରମଣ କରି ଶତପ୍ରତିଶତ ନାମଲେଖା ନିଶ୍ଚିତ କରିବା ଦିଗରେ ଅଭିଭାବକମାନଙ୍କୁ ସଚେତନ କରିବ। କାର୍ଯ୍ୟକ୍ରମରେ ମଞ୍ଚାସୀନ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ପ୍ରବେଶ ଉତ୍ସବ ମାଧ୍ୟମରେ ବିଦ୍ୟାଳୟରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରାଯାଉଛି। ଶିକ୍ଷା କିଟ୍ ଓ ମିଠା ବଣ୍ଟନ ଶିଶୁମାନଙ୍କ ମନରେ ବିଦ୍ୟାଳୟ ପ୍ରତି ଭୟ ଦୂର କରି ଖୁସି ଭରିଦେବ।ଏହି ଅବସରରେ ବିଧାୟକ ଓ ଜିଲ୍ଲାପାଳ ଶିଶୁମାନଙ୍କୁ ଖଡ଼ି ଛୁଆଁଇବା ସହ ସେମାନଙ୍କୁ ଶିକ୍ଷା କିଟ୍, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର, ଗୋଲାପ ଫୁଲ, ମିଠା ଓ ଚକଲେଟ ପ୍ରଦାନ କରିଥିଲେ । ଏକ ସ୍ୱତନ୍ତ୍ର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା, ଯାହା ଜିଲ୍ଲାର କୋଣ ଅନୁକୋଣରେ ଶିକ୍ଷା ବାର୍ତ୍ତା ପହଞ୍ଚାଇବ। କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅଭିଯାନ ସମଗ୍ର ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।












Leave a Reply