Spread the love

ଦୁଇ ସହୀଦ ପରିବାରଙ୍କୁ ଭେଟିଲେ ପୋଲିସ ଅଧିକାରୀ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଅରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚଙ୍କ ନିର୍ଦ୍ଧେଶ କ୍ରମେ ଓର୍କେଲ ପୋଲିସ ପକ୍ଷରୁ ସହୀଦ ହୋଇଥିବା ଏସଆଇ ସଦା ହନ୍ତାଳ ଏବଂ କନେଷ୍ଟବଲ ଆନନ୍ଦ ଦେବ ମଲ୍ଲିକଙ୍କ
ପରିବାର ଲୋକଙ୍କୁ ଭେଟି ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ଏବଂ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ପୁଷ୍ପଗୁଚ୍ଛ ସହ ଉତ୍ତରିୟ ଏବଂ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି ଗତ ୨୦୦୩ ମସିହା ଜୁଲାଇ ମାସରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନ ଗୋମ୍ଫାକୋଣ୍ଡା ଗ୍ରାମ ନିକଟ ତଥା ଗୋମ୍ଫାକୋଣ୍ଡା ଓ କାଲିମେଳା ମୂଖ୍ୟ ରାସ୍ତାରେ ଏକ ଆଣ୍ଟି ଲ୍ୟାଣ୍ଡମାଇନ୍ସ ଗାଡ଼ିରେ କୋମ୍ବିଙ୍ଗ କରୁଥିବା ବେଳେ ନକ୍ସଲ ମାନଙ୍କ ପକ୍ଷରୁ ସେଠାରେ ହୋଇଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଏସଆଇ ସଦା ହନ୍ତାଳ ଏବଂ କନେଷ୍ଟବଲ ଆନନ୍ଦ ଦେବ ମଲ୍ଲିକ ଦେଶ ପାଇଁ ସହୀଦ ହୋଇଥିଲେ।ତେବେ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ବାଲିମେଳା ସହର ସମେତ ଜିଲ୍ଲା ବାସୀ ବହୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *