ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ …..
ରାଉରକେଲା: ,,(ଦର୍ଶନ ସମୀକ୍ଷା)
ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ୯୧ ତମ ପବିତ୍ର ଉତ୍କଳ ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଝରଣା ସାହୁ ତଥା ମମତା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ୍ଞାନଜ୍ୟୋତି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ ମୀନାକ୍ଷୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଦିବସ ପାଳନ ର ଲକ୍ଷ୍ୟ,ଓଡିଶା ଗଠନର ଇତିହାସ ଓ ବିଭିନ୍ନ ମହାପୁରୁଷଙ୍କ ଅବଦାନ, ତଥା ଉତ୍କଳ କିପରି ଉତ୍କୃଷ୍ଟ କଳାର ଦେଶ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ସ୍ବାଗତ ଭାଷଣ, ଅତିଥିଙ୍କ ପରିଚୟ ପ୍ରଦାନ ପରେ ଉତ୍କଳ ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଛାତ୍ରୀ ବିଶ୍ବ ବନ୍ଦିତା ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ଅତିଥିଙ୍କ ଦ୍ବାରା ସ୍ବେଚ୍ଛାସେବୀ, ଶ୍ରେଷ୍ଠ ଛାତ୍ର ଆୟୁଷ ପଟ୍ଟନାୟକ ଓ ଶ୍ରେଷ୍ଠ ଛାତ୍ରୀ କ୍ରିତିକା ଷଡ଼ଙ୍ଗୀ ତଥା ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ତଥା ନବମ ଶ୍ରେଣୀରେ ବିଜ୍ଞାନରେ ପଥମ ସ୍ଥାନ ଅଧିକାର କରିଥିବା ଶ୍ରେୟା ଜେନା ଙ୍କୁ ନଗଦ୪ ହଜାର, ଦ୍ବିତୀୟ ରେ ଥିବା ପ୍ରତ୍ୟୁଷ ନାୟକଙ୍କୁ ନଗଦ ୩ ହଜାର ଓ ତୃତୀୟ ସ୍ଥାନରେ ଥିବା ଛାତ୍ର ଅମନ ଆଚାର୍ଯ୍ୟ ଙ୍କୁ ନଗଦ ୨ ହଜାର ଟଙ୍କା ସୁବର୍ଣ୍ଣି ସୁନ୍ୟାନୀଙ୍କ ସ୍ମୃତିରେ ବିଜ୍ଞାନ ଏକାଡେମିକ ପୁରସ୍କାର ୨୫-୨୬ ପାଇଁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଓ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ଛାତ୍ର କୁଲଦୀପ ଦାସ, ଛାତ୍ରୀ ସାଇ ଶ୍ରଦ୍ଧା ଦାସ ଉତ୍କଳ ଦିବସ ଉପରେ ବକ୍ତବ୍ୟ ରଖିଥିଲେ। କୁଲଦୀପ ଏହି ଅବସରରେ ଓଡ଼ିଆ ଭାଷା ଓ ଓଡ଼ିଶାର ଗରିମା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଅନୁପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲଲାଟେନ୍ଦୁ ମହାନ୍ତି,ମନିଷ ବେହେରା, ସୁପ୍ରଭା ମହାନ୍ତି, ସୁଜିତ କୁମାର ତନ୍ତି,ଗୈ।ତମ ରାୟ, ଜ୍ୟୋତିରେଖା ପଣ୍ଡା, ସ୍ବର୍ଣ୍ଣଲତା ସାମଲ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।












Leave a Reply