Spread the love

ବୌଦ୍ଧ : ଓଡ଼ିଶା ରାଜ୍ୟ ର ମହିଳା ଏବଂ ଶିଶୁସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ..

ବୌଦ୍ଧ :କୁନା ଦିଗଲ (ଦର୍ଶନ ସମୀକ୍ଷା)

ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ର ଯୁଗ୍ମ ସଚିବ ଶ୍ରୀମତୀ ମୋନାଲିସା ଦେବତା ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସୋସାଇଟି ର କାର୍ଯ୍ୟକ୍ରମ ସଂଯୋଜିକା (ଟ୍ରେନିଂ) ଶ୍ରୀମତୀ ତୃପ୍ତି ଦାସ ଓ ମହିଳା ଓ ଶିଶୁ ବିକାଶର ମମତା ଦାସ, ପରିସଂଖ୍ୟାନ ଅଧିକାରୀ ଦିନିକିଆ ବୌଦ୍ଧ ଗସ୍ତ ରେ ଆସି ବୌଦ୍ଧ ଓ ହରଭଂଗାର 10 ଟି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ l ସେଥିରେ ସେମାନେ ଉଚ୍ଚତା ଓ ଓଜନ ମାପ କରି ପୋଷଣ ଟ୍ରାକର ଥିବା ଡାଟା ସହିତ ମିଳାଇ ଥିଲେ l ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଅତିଶୟ ପୁଷ୍ଟିହୀନତା ପିଲାଙ୍କୁ ଚିହ୍ନଟ କରି ତାର କିପରି ଆସୁ ସମାଧାନ କରା ଯାଉଛି ତାର ଉପରେ ଆଲୋକ ପାତ କରିଥିଲେ l ଗର୍ଭବତୀ ମହିଳା ପ୍ରସୂତି ମହିଳା ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ l ପରି ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ହେଲ୍ପଲାଇନ-୧୦୯୮, ମହିଲା ହେଲ୍ପଲାଇନ-୧୧୨ ଏବଂ କେଲାକଟା ଠାରେ ଥିବା ପର୍ଯ୍ୟବେକ୍ଷଣ ଗୃହ ଓ ସ୍ବତନ୍ତ୍ର ଗୃହ ପରିଦର୍ଶନ କରି ଥିଲେ l ପରିଶେଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନା, ଯୋଶଦା ଯୋଜନା, ଆଶିର୍ବାଦ ଯୋଜନା ଓ ବିଜୁ କନ୍ୟାରତ୍ନ ଯୋଜନା ର କାର୍ଯ୍ୟକାରିତା କୁ ନେଇ ଏକ ସମୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କାର୍ଯ୍ୟ କ୍ରମ ଅଧିକାରୀ, ଉପଖଣ୍ଡ କାର୍ଯ୍ୟ କ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଜିଲ୍ଲା ପୋଷଣ ସଂଯାଜକ, ଜିଲ୍ଲା ମମତା ସଂଯୋଜକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *