Spread the love

⚫❗⚫
ll ପାପାଙ୍କୁଶା ଏକାଦଶୀ ଆଶ୍ବିନ ଶୁକ୍ଳ ଏକାଦଶୀ ll

  ହିନ୍ଦୁ ଧର୍ମରେ ଏକାଦଶୀ ତିଥି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।  ପ୍ରତ୍ୟେକ ମାସର କୃଷ୍ଣ ଏବଂ ଶୁକ୍ଳପକ୍ଷରେ ଏକାଦଶୀ ପଡିଥାଏ। ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ନିରାଢାଳ ଉପବାସ ରହି ବ୍ରତ ମଧ୍ୟ କରାଯାଏ। ପ୍ରତ୍ୟେକ ଏକାଦଶୀର ନିଜସ୍ୱ ମହତ୍ୱ ଥିବାବେଳେ ଏହାର ନାମ ମଧ୍ୟ ଭିନ୍ନ ହୋଇଥାଏ।ପାପାଙ୍କୁଶା ଏକାଦଶୀ ଆଶ୍ୱିନ ମାସର ଶୁକ୍ଳପକ୍ଷରେ ଏକାଦଶୀରେ ଆସିଥାଏ। ମାନ୍ୟତା ଅଛି ଯେ ଯଦି ଏକାଦଶୀ ଉପବାସ କରାଯାଏ ତେବେ ଜଣେ ବ୍ୟକ୍ତି ନିଜର ଅଶୁଭ ସଂସ୍କାରର ରୀତିନୀତିକୁ ନଷ୍ଟ କରିଦେଇପାରେ। ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ଏକାଦଶୀକୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ବତେଇ ଥିଲେ। ଏହି ଏକାଦଶୀରେ ଭଗବାନ ପଦ୍ମନାଭଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ।

ଏହି ଏକାଦଶୀକୁ କାହିଁକି ପାପାଙ୍କୁଶା କୁହାଯାଏ?

  କାହିଁକି କୁହାଯାଏ ଏହାର ଏକ ମହତ୍ୱପୂର୍ଣ୍ଣ  କିମ୍ବଦନ୍ତୀ ଅଛି। ଏହି ଉପବାସର ଗୁଣାତ୍ମକ କାରଣ ଏହା ଯେ ପାପରୂପୀ ହାତୀକୁ ଏହି ବ୍ରତର ପୁଣ୍ୟରୂପୀ ଅକୁଂସ ବଧ କରିଥିଲେ ଏହି କାରଣରୁ ଏହି ଏକାଦଶୀର ନାମ ପାପାଙ୍କୁଶା ଏକାଦଶୀ କୁହାଯାଏ। ଏହି ପାପାଙ୍କୁଶା ଏକାଦଶୀ ଦିନ ମୌନ ରହି ଭଗବତ ଗୀତା ସ୍ମରଣ କରାଯାଏ। ଏହା ସହିତ ଭୋଜନ ପାଇଁ ଏକ ନିୟମ ମଧ୍ୟ ଅଛି। 

ଯଦି ଏହି ଦିନ ଭଗବାନଙ୍କ ଉପାସନା ପବିତ୍ର ମନରେ କରାଯାଇଥାଏ ତେବେ ବ୍ୟକ୍ତିର ମନ ଏହା ଦ୍ୱାରା ଶୁଦ୍ଧ ହୋଇଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ ଏହି ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି ବା ଆରାଧନା କରନ୍ତି ତେବେ ଜଣେ ବ୍ୟକ୍ତି ସୁଖ ଓ ସମୃଦ୍ଧି ପ୍ରାପ୍ତି କରିଥାଏ। ଏହା ସହିତ ବୈକୁଣ୍ଠଧାମ ପ୍ରାପ୍ତି ହୋଇଥାଏ।ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ ।ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େନାହିଁ ବୋଲି ଲୋକ ବିଶ୍ୱାସ ରହିଛି ।ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ ବୋଲି ପୁରାଣରେ ବର୍ଣ୍ଣିତ। ଏହି ଏକାଦଶୀ ପାଳନ କରୁଥିବା ବ୍ୟକ୍ତି ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି ବୋଲି କୁହାଯାଏ ।

ପାପାଙ୍କୁଶା ଏକାଦଶୀ-କଥା

ଯୁଧିଷ୍ଠିର ପଚାରିଲେ : ହେ ମଧୁସୂଦନ । ଏବେ ଆପଣ କୃପାକରି କହନ୍ତୁ ଯେ ଆଶ୍ୱିନ ମାସ ଶୁକ୍ଳପକ୍ଷରେ କେଉଁ ଏକାଦଶୀ ପଡ଼େ ଓ ଏହାର ମାହାତ୍ମ୍ୟ କ’ଣ ?

ଭଗବାନ ଶ୍ରୀକୃଷ୍ଣ କହିଲେ : ରାଜନ୍ । ଆଶ୍ୱିନ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହା ‘ପାପାଙ୍କୁଶା’ ନାମରେ ବିଖ୍ୟାତ । ଏହା ସର୍ବପାପହାରୀ, ସ୍ଵର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ । ଅନ୍ୟ କାରଣରୁ ମଧ୍ୟ ମନୁଷ୍ୟ ଯଦି ଏହି ଏକମାତ୍ର ଏକାଦଶୀ ବ୍ରତ ଉପବାସ କରେ ତେବେ ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େ ନାହିଁ । ହେ ରାଜନ୍ ! ଏକାଦଶୀ ଦିନ ଉପବାସ ଓ ରାତିରେ ଜାଗରଣ କରୁଥିବା ମନୁଷ୍ୟ ଅନାୟାସରେ ଦିବ୍ୟରୂପଧାରୀ, ଚତୁର୍ଭୁଜ, ଗରୁଡ଼ ଧ୍ଵଜାଯୁକ୍ତ, ହାରରେ ସୁଶୋଭିତ ଓ ପିତାମ୍ବରଧାରୀ ହୋଇ ଭଗବାନ ବିଷ୍ଣୁଙ୍କ ଧାମକୁ ଯାଏ । ରାଜେନ୍ଦ୍ର ! ଏହି ପୁରୁଷ ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି । ଏହି ଦିନ ସମ୍ପୂର୍ଣ୍ଣ ମନୋରଥ ପ୍ରାପ୍ତି ନିମନ୍ତେ ମୋର ବାସୁଦେବ ସ୍ଵରୂପର ପୂଜନ କରିବା ଉଚିତ । ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରେ, ତାହା ସେ ଦିନ ଭଗବାନ ଗରୁଡ଼ଧ୍ବଜଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ ଯେଉଁ ପୁରୁଷ ସୁବର୍ଣ୍ଣ, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ, ତାକୁ କେବେ ଯମରାଜଙ୍କର ଦର୍ଶନ ହୁଏ ନାହିଁ । ନୃପଶ୍ରେଷ୍ଠ ! ଦରିଦ୍ର ପୁରୁଷ ମଧ୍ୟ ସ୍ନାନ, ଜପ-ଧ୍ୟାନ ଆଦି କରିବା ପରେ ଯଥାଶକ୍ତି ହୋମ, ଯଜ୍ଞ, ତଥା ଦାନ ଆଦି କରି ନିଜର ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ । ଯିଏ ହୋମ, ସ୍ନାନ, ଜପ, ଧାନ ଓ ଯଜ୍ଞ ଆଦି ପୁଣ୍ୟ କର୍ମ କରନ୍ତି, ତାଙ୍କୁ ଭୟଙ୍କର ଯମ-ଯାତନା ଭୋଗିବାକୁ ପଡ଼େ ନାହିଁ । ଜଗତରେ ଯେଉଁମାନେ ଦୀର୍ଘାୟୁ, ଧନାଢ଼୍ୟ, କୁଳୀନ ଓ ନିରୋଗୀ ଦେଖାଯାଆନ୍ତି, ସେମାନେ ପୂର୍ବର ପୁଣ୍ୟାତ୍ମା ଅଟନ୍ତି । ପୁଣ୍ୟତ୍ମା ପୁରୁଷ ଏଭଳି ହିଁ ଦେଖାଯାଆନ୍ତି । ଏହି ବିଷୟରେ ଅଧିକ କହି କ’ଣ ବା ଲାଭ, ମନୁଷ୍ୟ ପାପ କରି ଦୁର୍ଗତିରେ ପଡ଼ନ୍ତି ଏବଂ ଧର୍ମ କରି ସ୍ୱର୍ଗକୁ ଯାଆନ୍ତି । ହେ ରାଜନ୍ ! ତୁମେ ମୋତେ ଯାହା ପଚାରିଥିଲ, ତା’ ଅନୁସାରେ ‘ପାପାଙ୍କୁଶା ଏକାଦଶୀ’ର ମାହାତ୍ମ୍ୟ ମୁଁ ବର୍ଣ୍ଣନା କଲି । ଏବେ ଆଉ କ’ଣ ଶୁଣିବାକୁ ଚାହୁଁଛ

 ହିନ୍ଦୁ ଧର୍ମରେ ଏକାଦଶୀ ତିଥି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପ୍ରତ୍ୟେକ ମାସର କୃଷ୍ଣ ଏବଂ ଶୁକ୍ଳପକ୍ଷରେ ଏକାଦଶୀ ପଡିଥାଏ।ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ l ନିରାଢାଳ ଉପବାସ ରହି ବ୍ରତ ମଧ୍ୟ କରାଯାଏ। ମାନ୍ୟତା ଅଛି, ଯେ ଯଦି ଏକାଦଶୀ ଉପବାସ କରାଯାଏ,  ତେବେ ଜଣେ *ବ୍ୟକ୍ତି,  ନିଜର ଅଶୁଭ ସଂସ୍କାରର,  ରୀତିନୀତି, କୁ ନଷ୍ଟ କରିଦେଇପାରେ।*ପାପାଙ୍କୁଶା ଏକାଦଶୀ-କଥାଏକାଦଶୀ ଦିନ *ଉପବାସ* ଓ *ରାତିରେ ଜାଗରଣ* କରୁଥିବମନୁଷ୍ୟ ଭଗବାନ ବିଷ୍ଣୁଙ୍କ ଧାମକୁ ଯାଏ ଜଗତରେ ଯେଉଁମାନେ ଦୀର୍ଘାୟୁ, ଧନାଢ଼୍ୟ, କୁଳୀନ ଓ ନିରୋଗୀ ଦେଖାଯାଆନ୍ତି, ସେମାନେ ପୂର୍ବର ପୁଣ୍ୟାତ୍ମା ଅଟନ୍ତି ।

ଏହି ପାପାଙ୍କୁଶା ଏକାଦଶୀ ଦିନ, ମୌନ ରହିବା , ଭଗବତ ଗୀତା ସ୍ମରଣ , ଭୋଜନ : ଫଳ, ମୂଳ, କ୍ଷୀର, ଛେନା, ଘିଅ , ତ୍ୟାଗ : ଶସ୍ୟ (ଚାଉଳ, ଗହମ, ଡାଲି ), କମ ପାଣି ପିଇବା l

Related Post

Leave a Reply

Your email address will not be published. Required fields are marked *

You Missed