ଶାରଳା ପରିବାର ପକ୍ଷରୁ ଉତ୍କଳ ଦିବସ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ….
ରାଉରକେଲା : (ଦର୍ଶନ ସମୀକ୍ଷା ) ଶାରଳା ପରିବାର ପକ୍ଷରୁ ଉତ୍କଳ ଦିବସ ଓ ଓଡ଼ିଆ ନବବର୍ଷ ପାଳନ ଅବସରରେ ଆମ୍ବାଗାନ ସ୍ଥିତ ମୁଣ୍ଡା ମାର୍କେଟ ଠାରେ ପଲିଥିନ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସହର ସେବା ବିଭାଗର ମୁଖ୍ୟ ତଥା ସି ଜି ଏମ୍ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ପଲିଥିନ ବ୍ୟବହାର କରିବା ଦ୍ଵାରା କିପରି ପରିବେଶ ଦୂଷିତ ହେବା ସହ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଛି ।

ଘରୁ ବାହାରିବା ସମୟରେ ସମସ୍ତେ ଗୋଟିଏ ବ୍ୟାଗ ଧରି ଆସନ୍ତୁ ଏବଂ ପଲିଥିନ ନ ମାଗି ବ୍ୟାଗ ରେ ଜିନିଷ ନେବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଶାରଳା ପରିବାରର ସଭାପତି ପ୍ରଭାତ କିଶୋର ସ୍ୱାଇଁ ବକ୍ତବ୍ୟ ରଖି କହିଲେ ଯେ ପଲିଥିନ୍ ର ବହୁଳ ବ୍ୟବହାର ଯୋଗୁଁ ଜନସାଧାରଣ ବ୍ୟାଗକୁ ଭୁଲିଗଲେଣି । ଖାଦ୍ୟ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ପଲିଥିନ ରେ ପ୍ୟାକିଂ କରାଯାଉଅଛି । ଯଦି ପଲିଥିନ୍ ର କାରଖାନାକୁ ବନ୍ଦ କରି ଦିଆଯାନ୍ତା ତେବେ ପଲିଥିନ୍ ମୁକ୍ତ ଭାରତ ହୋଇ ପାରନ୍ତା । ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ବକ୍ତବ୍ୟ ରଖି କହିଲେ ଯେ ସରକାର ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ହେଲେ ଯେଉଁ ଜାଗାରେ ଲଗାମ ଲଗେଇଲେ ଭାରତ ସ୍ୱଚ୍ଛ ହେବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ଶାରଳା ପରିବାର ଲଗାତାର ତାର ପ୍ରୟାସ ଜାରି ରଖିଛି ଓ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ କରିବ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ କପଡା ବ୍ୟାଗ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏକ ହଜାରରୁ ଉର୍ଦ୍ଧ୍ଵ କପଡା ବ୍ୟାଗ ପଥଚାରୀ ଓ ମୁଣ୍ଡା ମାର୍କେଟ ଭିତରେ ଯେଉଁମାନେ ପଲିଥିନ ରେ ପରିବା କିମ୍ବା ଘରର ସଉଦା ପତ୍ର ନେଉଥିଲେ ସେମାନଙ୍କୁ ବ୍ୟାଗ ଦେଇ ସଚେତନ କରୁଥିଲେ ।ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଭୋଇ,କବିନ୍ଦ୍ର ସ୍ୱାଇଁ,ପ୍ରକାଶ ଚନ୍ଦ୍ର ପତି,ସୁଧାଂଶୁ ସୁତାର,ରାଜେଶ୍ୱର୍ ନାୟକ,କେଦାର ପ୍ରସାଦ ଦାସ, ଗୌରାଙ୍ଗ ସ୍ୱାଇଁ,ନରେନ୍ଦ୍ର କୁମାର ବେହେରା,ବିଜୟ ମହାନ୍ତି,ସସ୍ମିତା ପ୍ରଧାନଙ୍କ ସମେତ ଅନେକ ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ ।












Leave a Reply