ପଟ୍ଟାମୁଣ୍ଡାଇ ଆଇ ଆଇ ସି ବନ୍ଦନା ପାତ୍ର ସମ୍ମାନିତ
ପଟ୍ଟାମୁଣ୍ଡାଇ ତା ୩୧/୧- ଦର୍ଶନ ସମୀକ୍ଷା
କେନ୍ଦ୍ରାପଡ଼ା ଜିଲ୍ଲାର ସୁଦକ୍ଷା ମହିଳା ଇନସପେକ୍ଟର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଙ୍କୁ ଉଲ୍ଲେଖନୀୟ ପୋଲିସ ସେବା ପାଇଁ ଧନୁର୍ଜୟ ବିଶ୍ୱାଳ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବରେ ସମ୍ମାନିତ କରାଯାଇଛି I ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ସଚିକାନ୍ତ ନାଥ ମୁଖ୍ୟବକ୍ତା ଓ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାକ୍ତନ ଅଧକ୍ଷ ମାନସ କୁମାର ପରିଡା, ଧନୁର୍ଜୟ ବିଶ୍ୱାଳ ଚାରିଟେବଲ ଟ୍ରଷ୍ଟ ଅଧକ୍ଷ ଇଂ ଭଗବାନ ବିଶ୍ୱାଳ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଶ୍ରୀମତୀ ପାତ୍ରଙ୍କୁ ମାନପତ୍ର,ଉପଢୌକନ ସହ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତି ପ୍ରଦାନ କରି ସମ୍ମାନିତ କରିଥିଲେ I ଏଥି ପାଇଁ ଆଇ ଆଇ ସି ଶ୍ରୀମତୀ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I ଏଥି ପୂର୍ବରୁ ପଟ୍ଟାମୁଣ୍ଡାଇ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଆଇ ଆଇ ସି ଶ୍ରୀମତୀ ପାତ୍ରଙ୍କୁ ଏକାଧିକ ବାର ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି I ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବରେ ସମ୍ମାନିତ ଆଇ ଆଇ ସି ଶ୍ରୀମତୀ ପାତ୍ର ପୋଲିସ ସେବା ଯୋଗାଇବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବିଶେଷ କରି ପଟ୍ଟାମୁଣ୍ଡାଇବାସୀଙ୍କ ସହଯୋଗ ଓ ସମର୍ଥନ ଚୀର ଦିନ ଅଭୁଲା ରହିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି I












Leave a Reply