ଉତ୍କଳ ଦିବସ ଅବସରରେ ଗୋଦାବରୀଶ ମିଶ୍ରଙ୍କ ଲେଖା ବିଶେଷ ପ୍ରସିଦ୍ଧ। ତାଙ୍କର ଏହି କାଳଜୟୀ କବିତା ଆଜି ବି ଓଡ଼ିଆଙ୍କ କାନରେ ଶୁଣାଯାଏ:
“ଉଠ କଙ୍କାଳ” – ଏହି କବିତା ଉତ୍କଳ ଦିବସର ସ୍ୱର ହୋଇଛି
ଏହାର ଅନ୍ୟ କିଛି ଲିନ୍ ଏପରି ରହିଛି:
“ହାତେ ଧରି ଫୁଲ ଚନ୍ଦନ,
ପାଳନ କରିବୁ ଉତ୍କଳ ଦିବସ
ଏକ ସ୍ୱରେ ଦେଇ ସ୍ଲୋଗାନ”
ଗୋଦାବରୀଶ ମିଶ୍ର ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଏବଂ କବି ଥିଲେ। ତାଙ୍କର ଏହି କବିତା ଉତ୍କଳ ଦିବସର ମହତ୍ତ୍ୱ ବ୍ୟକ୍ତ କରେ।
ଗୋଦାବରୀଶ ମିଶ୍ରଙ୍କ ଲେଖା ଉତ୍କଳ ଦିବସ ଉପରେ ଏମିତି ରହିଛି,,
“ଉଠ କଙ୍କାଳ ଉଠ ଉତ୍କଳ
ଗୌରବ ମୋ ଜନନୀ ଉତ୍କଳ
ଉତ୍କଳ ଦିବସ ଆଉଛି
ଏହି ଲେଖା ଉତ୍କଳ ଦିବସର ମହତ୍ତ୍ୱ ଏବଂ ଓଡ଼ିଶାର ଗୌରବ ବ୍ୟକ୍ତ କରେ।
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ।
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର।
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ , ହୃତ ଗୌରବ, ମୃତ ଗୌରବ ରାଜି…..
ଗୋଦାବରୀଶଙ୍କର ଆଉ ଏକ ବିଶାଳ ପରିଚୟ ହେଲା ସେ ହେଉଛନ୍ତି ‘ଉଠ କଂକାଳ’ କବିତାର କବି | ସେତେବେଳ ଭଳି ଆଜି ମଧ୍ୟ ଏହି କବିତାର ଆବୃତ୍ତି ପ୍ରତ୍ୟେକ ଓଡିଆ ପ୍ରାଣରେ ତଡିତ୍ ପ୍ରବାହ ସୃଷ୍ଟିକରେ | ଗୋଦାବରୀଶ ଏହି କବିତାଟିକୁ ୧୯୩୧ ମସିହାରେ ରଚନା କରିଥିଲେ | ସେତେବେଳେ ଓଡିଶା ବିଖଣ୍ଡିତ | ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ଓଡିଆମାନେ ସଂଘର୍ଷ କରୁଥାନ୍ତି | ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଦେହାନ୍ତ ହୋଇସାରିଥାଏ | କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଅତ୍ଯନ୍ତ ବୃଦ୍ଧାବସ୍ଥା | କଂଗ୍ରେସର ଜାତୀୟ ସ୍ତରର ନେତାମାନେ ଓଡିଶାର ଅବସ୍ଥା ଓ ଓଡିଆମାନଙ୍କର ଦାବି ପ୍ରତି ଚରମ ଉଦାସୀନତା ପ୍ରଦର୍ଶନ କରୁଥାନ୍ତି | ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇପାରିବ କି ନାହିଁ, କିଛି ସ୍ପଷ୍ଟ ଦିଶୁ ନଥାଏ | ଓଡିଆ ଭାଷା ଓ ଓଡିଆ ଜାତିର ଭାଗ୍ୟ ସୂତାଖିଅରେ ଝୁଲୁଥାଏ | ଏହି ସମୟରେ ମେଦିନୀପୁରରେ (ବର୍ତ୍ତମାନ ତାହା ଓଡିଶାର ବିଛିନ୍ନାଂଚଳ ଭାବେ ପଶ୍ଚିମବଂଗରେ ରହିଯାଇଛି) ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ (ସତ୍ୟବାଦୀର ପଂଚସଖାଙ୍କ ମଧ୍ୟରୁ ଜଣେ) ନେତୃତ୍ବରେ ଏକ ଓଡିଆ-ଜାଗରଣ ସଭା ହେଲା | ଏଥିରେ କର୍ମୀ ଭାବେ ଗୋଦାବରୀଶ ମହାପାତ୍ର ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ସମୟରେ ଗୋଦାବରୀଶ (ମହାପାତ୍ର) ଉକ୍ତ ବିଛିନ୍ନାଂଚଳର କିଛି ପୁରୁଖା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ | ତାଙ୍କ ଠାରୁ ସେ ଅତୀତର ଓଡିଆମାନଙ୍କର ସମୃଦ୍ଧି, ପ୍ରତିପତ୍ତି ଓ ଶୌର୍ଯ୍ୟ ବିଷୟରେ କିଛି ପ୍ରତ୍ୟକ୍ଷ ତଥ୍ୟ ପାଇଥିଲେ | ଏ ସବୁ ବୁଝି ଓ ଶୁଣି ମହାପାତ୍ର ଅସ୍ଥିର ହୋଇଉଠିଲେ | ତାଙ୍କର ମନେହେଲା, ଅତୀତର ସେହି ବୀର ଓଡିଆର ମୃତ୍ୟୁ ଘଟିଛି ଓ ତା’ର କଂକାଳ ମାଟିଭିତରେ ପୋତିହୋଇପଡିଛି | ସେହି କଂକାଳକୁ ଜୀବନ୍ୟାସ ଦେଇ ପୁଣି ଜାତୀୟ ସଂଗ୍ରାମରେ ଯୋଦ୍ଧା ଭାବେ ଅବତୀର୍ଣ୍ଣ କରାଇବାକୁ ସେ ସେହି ମେଦିନୀପୁରରେ ରାତିରେ ନ ଶୋଇ ଲେଖିଲେ- ‘ଉଠ କଂକାଳ’ କବିତା | ଏହି କବିତାଟି ୧୯୩୨ ମସିହାରେ ଜନପ୍ରିୟ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ଓ ସେଥିରେ ଏହାର ଶୀର୍ଷକ ଥିଲା- ‘ଶ୍ମଶାନ ପୂଜାରୀର ଆହ୍ବାନ’ | ପରବର୍ତ୍ତୀ କାଳରେ ଲୋକମୁଖରେ ଏହା ‘ଉଠ କଂକାଳ’ ନାମରେ ପ୍ରଚଣ୍ଡ ପାଠକୀୟ ଆଦୃତି ଲାଭକଲା |












Leave a Reply