ଗଜପତିରେ// ଗ୍ରାମମୁଖୀ ପ୍ରଶାସନ ଶିବିରରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାହିଁକି, ଅନ୍ଵେଷା କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଓ ଏପରି ଏକ ଗ୍ରାମ ରହିଛି ଯେଉଁ ଠାରେ ବିଦୂତ୍ ସଂଯୋଗ ହୋଇପାରିଲା ନାହିଁ

Spread the love

ଗଜପତିରେ ଗ୍ରାମମୁଖୀ ପ୍ରଶାସନ ଶିବିରରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାହିଁକି…..?
ପାରଳାଖେମୁଣ୍ଡି, 31/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତିରେ ପଞ୍ଚାୟତସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଓ ଗ୍ରାମମୁଖୀ ପ୍ରଶାସନ ଶିବିରରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାହିଁକି ରହୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଏଠାରେ ସୂଚନାଯୋଗ୍ୟଯେ, ଗତକାଲି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେରେଡାଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପଞ୍ଚାୟତସ୍ତରୀୟ ଜନ ଶୁଣାଣୀ ସହ ଗ୍ରାମ୍ୟ ମୁଖି ପ୍ରଶାସନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ନିମନ୍ତେ ବ୍ଲକ ପ୍ରଶାସନ ଦ୍ଵାରା ପଞ୍ଚାୟତ ସ୍ତରରେ ଜନ ଶୁଣାଣି କରାଯାଉଛି। କିନ୍ତୁ କେତେକ ବିଭାଗୀୟ ଅଧିଚାରୀ ଅନୁପସ୍ଥିତ ରହୁଥିବାରୁ ଲକ୍ଷ ସାଧିତ ହେଉନଥିବା ଅଭିଯୋଗ ହେଉଛି। ଜନ ଶୁଣାଣିରେ ମୁଖ୍ୟତଃ ତହସିଲ, ଶିକ୍ଷା, ସ୍ୱାସ୍ଥ୍ୟ,ପଶୁ ଭେଟେନେରୀ , ବିଦ୍ୟୁତ, ପୂର୍ତ୍ତ ଏବଂ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ପ୍ରମୁଖ ଅନୁପସ୍ଥିତ ଥିବା ଜଣାପଡିଛି। ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ବ୍ଲକ ଅଧ୍ୟକ୍ଷା, ମାଳତୀ ପ୍ରଧାନ, ଏଇଇ ପ୍ରଦ୍ୟୁମ୍ନ କୁମାର ଦାସ, ଗୋଷ୍ଠୀ ମଙ୍ଗଳ ଅଧିକାରୀ ସତ୍ୟଜିତ ମହାନ୍ତି, ବ୍ଲକ ଗ୍ରାମ ପଞ୍ଚାୟତ ଉନୟନ ଅଧିକାରୀ ଶସାଙ୍ଗ ଶେଖର ସୁବୁଦ୍ଧି ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଆଜିର ଜନଶୁଣାଣୀରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପାନୀୟଜଳ, ବିଦ୍ୟୁତ, ରାସ୍ତା, ଭତ୍ତା, ନୂତନ ଖାଉଟି କାର୍ଡ, ଗ୍ରାମୀଣ ଗୃହ ଭଳି ମୋଟ ୩୩ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇ ଥିଲା। ଆସିଥିଲା ବେଳେ ୩ଟି ଗୋଷ୍ଠିଗତ ସମସ୍ୟା ଥିବା ବେଳେ ୩୦ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା। ୧୧ଟି ତୁରନ୍ତ ସମାଧାନ କରିଥିଲେ ବ୍ଲକ ପ୍ରଶାସନ। ଅବଶିଷ୍ଟ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଏହି ସମସ୍ତ କାର୍ଯ୍ୟରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ପୂଜାରୀ, ସମିତି ସଭ୍ୟା କାନ୍ଧୁନି ବେହେରା, ନାୟବ ସରପଞ୍ଚ ସିମିୟ ପ୍ରଧାନ, ପିଇଓ ପୁଷ୍ପା ସହଯୋଗ କରିଥିଲେ।
୧୦ ବର୍ଷ କାର୍ଯ୍ୟ କରିବା ପରେ ବିନା ସୂଚନାରେ 48 ଜଣ ଅନ୍ଵେଷା କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପାରଳାଖେମୁଣ୍ଡି, 31/3(ତାରିଣୀ ପ୍ରସାଦ ପଣ୍ଡା ):

Oplus_131072

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ କାର୍ଯ୍ୟ କରିବା ପରେ କୌଣସି ଆଗୁଆ ସୂଚନା ନ ଦେଇ ରାତିଅଧୂଆ ୪୮ ଜଣ ଅନ୍ଵେଷା କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିବା ପ୍ରତିବାଦରେ ଏହି କର୍ମଚାରୀମାନେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ ଗଜପତି ଜିଲାରେ ଥିବା ଆଦିବାସୀ ଛାତ୍ରୀଛାତ୍ରଙ୍କ ବିଭିନ୍ନ ଘରୋଇ ସ୍କୁଲରେ ଇଂଲିଶ ମାଧ୍ଯମରେ ପାଠ ପଢ଼ାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଅନ୍ଵେଷା ଯୋଜନାରେ ହୋଇଥିବା ହଷ୍ଟେଲର କର୍ମଚାରୀଙ୍କ କ୍ଷେତ୍ରରେ ଏପରି ଘଟିଛି। ୨୦୧୫ରୁ ୨୦୩୦ ପର୍ଯ୍ୟନ୍ତ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଇଂଲିଶ ମାଧ୍ଯମବିଦ୍ୟାଳୟ ଗୁଡିକରେ ପାଠ ପଢିବା ଲକ୍ଷ୍ୟ ସେମାନଙ୍କ ପାଇଁ ହୋଇଥିବା ହଷ୍ଟେଲ ଗୁଡିକରେ ୪୮ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। ସେହି ୪୮ ଜଣ କର୍ମଚାରୀଙ୍କ ମଧ୍ୟରେ ରୋଷେୟା, ଟ୍ୟୁଶନ ପଢାଇବା କର୍ମଚାରୀ, ପିଅନ ଭଳି ପଦବୀରେ ଏମାନେ ଏକ ଠିକାସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିଲେ। ୨୦୨୫ରୁ ସରକାର ନୂତନ ଭାବେ ଗଜପତି ଜିଲାର ଆଦିବାସୀ ପିଲାଙ୍କୁ ଅଧ୍ୟୟନ ପାଇଁ ଆଉ ଚୟନ କରିନାହାନ୍ତି। କେବଳ ବର୍ତ୍ତମାନ ଯେଉଁ ଛାତ୍ରୀଛାତ୍ର ପାଠପଢା ଅବ୍ୟାହତ ରଖୁଛନ୍ତି ସେମାନେ ୨୦୩୦ ପର୍ଯ୍ୟନ୍ତ ଅନ୍ଵେଷା ଯୋଜନାର ସମୟ ସୀମା ଯାଏ ପଢିବା ପାଇଁ ଚଳିତ ମାସ ୨୫ ତାରିଖରେ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ତେବେ ଗତ ୧୦ ବର୍ଷରୁ ଉର୍ଦ୍ଧ ସମୟ ଦାୟିତ୍ବ ତୁଲାଇ ଆସିଥିବା ଏହି ୪୮ ଜଣ କର୍ମଚାରୀଙ୍କୁ ଶନିବାର ହଠାତ କାର୍ଯ୍ୟରୁ ବାହାର କରାଯାଇଛି। ଏବେ ନିଜ ଭବିଷ୍ୟତକୁ ନେଇ ସଙ୍କଟରେ ପଡିଛନ୍ତି ଏହି କର୍ମଚାରୀମାନେ। ସେମାନେ ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ ଦ୍ବାରାସ୍ଥ ହୋଇଥିଲେ। ଦୀର୍ଘ ସମୟ ଧରି ନିଲମ୍ବିତ୪୮ ଠିକା କର୍ମଚାରୀ ଜିଲାପାଳଙ୍କୁ ଅପେକ୍ଷା କରି ଭେଟିବାର ସୁଯୋଗ ପାଇ ନ ଥିଲେ। ଏନେଇ ହଷ୍ଟେଲ ସୁପରିଟେଣ୍ଟେଣ୍ଡେଣ୍ଟ ମିନତି ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଏହି ଠିକା କର୍ମଚାରୀମାନଙ୍କ କାର୍ଯ୍ୟ ଆସନ୍ତାକାଲି ସୁଦ୍ଧା ଶେଷ ହେଉଛି। ବର୍ତ୍ତମାନ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ହେଲେ ସେମାନଙ୍କୁ ପୁଣି ଥରେ ଇଣ୍ଟରଭ୍ୟୁର ସାମ୍ନା କରି ଉତ୍ତୀର୍ଣ୍ଣ ହେଲେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ସଲମନ ରାଇକାଙ୍କୁ ପଚାରିବାରୁ ସେ କହିଲେ ଆଗାମୀ ଦିନରେ ସରକାର ଏହି ଯୋଜନାକୁ ବନ୍ଦ କରିବେ। ପୂର୍ବରୁ ୩୦ ଛାତ୍ରୀଛାତ୍ରଙ୍କ ପିଛା ଜଣେ ଶିକ୍ଷକ ଥିଲେ। ସେହି ଅନୁସାରେ ରୋଷେୟା, ପିଅନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସରକାରୀ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି କରାଯାଇଥିଲା। ବର୍ତ୍ତମାନ ସରକାର ୫୦ ଜଣ ଛାତ୍ରୀଛାତ୍ରଙ୍କ ଜଣେ ଶିକ୍ଷକ ନିଯୁକ୍ତି ଲାଗି ଚିନ୍ତା କରି ସେହି ଅନୁସାରେ ଶିକ୍ଷକ, ପିଅନ, ରୋଷେୟା ପୁନଃନିଯୁକ୍ତି ପାଇଁ ସରକାରୀ ନିର୍ଦ୍ଦେଶ ଅନୁସାରେ ଠିକା ସଂସ୍ଥାକୁ ନିର୍ଦ୍ଦେଶ ହୋଇଛି। ସେହି ନିୟମ ଅନୁସାରେ ପୁନଃ ନିଯୁକ୍ତି କରାଯିବ ବୋଲି ରାଇକା କହିଛନ୍ତି।
ଖୁଣ୍ଟ ଅଛି ହେଲେ ବିଦ୍ୟୁତ ସଂଯୋଗ ନାହିଁ…..18 ବର୍ଷ ଧରି ଗଜପତିର ଓଢଲିଙ୍ଗ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ପାରଳାଖେମୁଣ୍ଡି, 31/3(ତାରିଣୀ ପ୍ରସାଦ ପଣ୍ଡା ):

Oplus_131072

ଗଜପତି ଜିଲ୍ଲାରେ ଏପରି ଏକ ଗ୍ରାମ ରହିଛି ଯେଉଁ ଠାରେ କି ଲୋକେ ବାରମ୍ବାର ବାରମ୍ବାର ଅନୁରୋଧ ନିବେଦନ କରିବା ପରେ ମଧ୍ୟ ଦୀର୍ଘ 18 ବର୍ଷ ପରେ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇପାରିନାହିଁ. ସନ୍ଧ୍ୟା ହେଲେ ଗାଁରେ ଛାଇଯାଉଛି ଘନ ଅନ୍ଧକାର। ଅନ୍ଧକାରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁରୁ ପଞ୍ଚାୟତର ଓଢ଼ଲିଙ୍ଗ କଲୋନୀବାସୀଙ୍କ କ୍ଷେତ୍ରରେ ଏପରି ଦେଖୁବାକୁ ମିଳିଛି। ଗ୍ରାମରେ ୧୫ରୁ ଅଧୁକ ଆଦିବାସୀ ପରିବାର ବାସ କରୁଥିବା ବେଳେ ଗାଁକୁ ଏଯାଏ ବିଦ୍ୟୁତ୍ ସଂଯୋଗ ନାହିଁ। ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ରହିଛି ମାତ୍ର ବିଦ୍ୟୁତ ସଂଯୋଗ ଦେଉନାହିଁ। ବିଦ୍ୟୁତ୍ ନ ଥିବାରୁ ଗ୍ରାମରେ ପିଇବା ପାଣି ସମସ୍ୟା ମଧ୍ୟ ଲାଗି ରହିଛି। ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ମିଳିନାହିଁ। ଡିବିରି ଆଲୁଅ କିମ୍ବା ଟର୍ଚ୍ଚ ଲାଇଟ ଗ୍ରାମବାସୀଙ୍କ ଭରସା। ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ରୋଷେଇ, ଖାଇବା ପର୍ଯ୍ୟନ୍ତ ସବୁ ସେଥରେ ହିଁ ହୁଏ। ୨୦୦୮ରେ ଇନ୍ଦିରା ଆବାସ ଯୋଜନାରେ ଗ୍ରାମବାସୀ ୪୫ହଜାର ଲେଖାଏ ଟଙ୍କା ସହାୟତା ପାଇ ଘର କରିଛନ୍ତି। ଇତିମଧ୍ୟରେ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଓଢଲିଙ୍ଗ କଲୋନୀବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ଅଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି ସେହି ଗ୍ରାମର ଆପ୍ପା ରାଓ ମଣ୍ଡଳ ଏବଂ ସାମୁଏଲ ଶବର ପ୍ରକାଶ କରି କହିଛନ୍ତି, ପଞ୍ଚାୟତସ୍ତରର ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ଲକ ସ୍ତରର ସବୁ ଦଳର ସମସ୍ତ ନେତାଙ୍କୁ ଗୁହାରି ଶୁଣାଇଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିକାର ହୋଇପାରିନାହିଁ.

Leave a Reply

Your email address will not be published. Required fields are marked *