ମା କାତ୍ୟାୟନୀ
ଆଜି ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ଯର୍ଜୁବେଦରେ ପ୍ରଥମ ଥର କାତ୍ଯାୟନୀଙ୍କ ନାମ ଉଲ୍ଲେଖ ରହିଛି। ନବରାତ୍ରିର ପ୍ରତ୍ଯେକ ଦିନରେ ମା’ ଅଲଗା ଅଲଗା ସ୍ବରୂପ ଧାରଣ କରନ୍ତି ଓ ବିଧିପୂର୍ବକ ପୂଜା କରାଯାଏ। କୁହାଯାଏ, ଦେବତାଙ୍କ କାର୍ଯ୍ଯ ସିଦ୍ଧ କରିବା ପାଇଁ ଆଦିଶକ୍ତି ଦେବୀଙ୍କ ରୂପେ ମହର୍ଷି କାତ୍ଯାୟନୀଙ୍କ ଆଶ୍ରମରେ ପ୍ରକଟ ହୋଇଥିଲେ। ମହର୍ଷି ଦେବୀଙ୍କୁ ନିଜ ଝିଅ ବୋଲି ମାନୁଥିଲେ, ତେବେ ତାଙ୍କ ନାମ କାତ୍ଯାୟନୀ ରହିଥିଲା।
ମା’ କାତ୍ଯାୟନୀଙ୍କୁ ପୂଜା କରିବା ଦ୍ବାରା ବ୍ଯକ୍ତି ନିଜର ସମସ୍ତ ଇନ୍ଦ୍ରିୟକୁ ନିଜ ବଶରେ ରଖିବା ପାଇଁ ଶକ୍ତି ପାଉଥିଲା। କାତ୍ଯାୟନୀ ମା’ଙ୍କୁ ଦାନବ, ଅସୁର ଏବଂ ପାପୀଙ୍କ ନାଶ କରିବାର ଦେବୀ ବୋଲି କୁହାଯାଏ। ମା’ କାତ୍ଯାୟନୀଙ୍କ ଚାରି ବାହୁ ଏବଂ ସିଂହ ଉପରେ ବସିଥାନ୍ତି।

ପୌରାଣିକ କଥା ଅନୁସାରେ, ମା’ କାତ୍ଯାୟନୀ ମହିଷାସୁରକୁ ବଧ କରିଥିଲେ। ମହିଷାସୁର ଏକ ଅସୁର ଥିଲା, ଯିଏକି ଲୋକଙ୍କୁ ବହୁତ ହଇରାଣ କରୁଥିଲା। ମା’ କାତ୍ଯାୟନୀ ରୂପ ଧାରଣ କରି ମହିଷାସୁରର ବଧ କରିଥିଲେ। ମହିଷାସୁରକୁ ବଧ କରିବା ଭଳି ମା’ ମଣିଷ ବିବାହରେ ଆସୁଥିବା ବାଧାକୁ ଦୂର କରିଥାଏ। ନବରାତ୍ରୀରେ ବିଧି ପୂର୍ବକ ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ।