କନ୍ଧମାଳ : ଜେଲ୍ ପରିସର ରେ ରାମ ନବମୀ ଉପଲକ୍ଷେ ନାକୁଡ଼ିସରୁ ମା ତାରିଣୀ କୀର୍ତ୍ତନ୍ୟ ମଣ୍ଡଳୀ ର ନାମ ସଂକୀର୍ତ୍ତନ୍ୟ ଅନୁଷ୍ଟିତ..
କନ୍ଧମାଳ: କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଫୁଲବାଣୀ ମୁଖ୍ୟ ଜେଲ୍ ପରିସରରେ ପଭୁ ଶ୍ରୀ ରାମଚନ୍ଦ୍ର ଙ୍କର ରାମ ନବମୀ ହୋମ ଯଜ୍ଞ ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଏବଂ ଜେଲର୍ ଲଲାଟେନ୍ଦୁ ଦାସ ଙ୍କ ଅଧ୍ୟକ୍ଷତା ରେ ବଡ଼ ଆଡ଼ମ୍ବର ରେ ପାଳନ ହେଇଯାଇଛି l ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ର ନାକୁଡ଼ିସରୁ ମା ତାରିଣୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ଉପସ୍ଥିତ ରହି ନାମ କୀର୍ତ୍ତନ୍ୟ ଗାନ କରି ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଏହି ରାମ ନବମୀ ଅବସରରେ ଜେଲ୍ ର ସମସ୍ତ କର୍ମଚାରୀ ଉପସ୍ତିତ ରହି ସହଯୋଗ କରି ଶୃଙ୍ଖଳା ର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି l ଏହି ଅବସରରେ ଭଜନ ସମାରୋହ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଶ୍ରୀ ରାମ ଚନ୍ଦ୍ର ଙ୍କର ଗୀତ ଗାନ କରିବା ସହିତ ସମସ୍ତ ଦର୍ଶକ ମାନଙ୍କ ଜେଲ୍ କର୍ମ କର୍ତ୍ତା ଙ୍କ ତରଫରୁ ଅର୍ଣ୍ଣପ୍ରଶାଦ ବଣ୍ଟନ କରାଯାଇଛି l












Leave a Reply