Spread the love

ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ସମାରୋହରେ ଘରେ ଘରେ ଉଦ୍ୟୋଗୀ ସୃଷ୍ଟି ପାଇଁ ସଂକଳ୍ପ

ଭୁବନେଶ୍ୱର, 26 l 3: (ଦର୍ଶନ ସମୀକ୍ଷା)

ଓଡିଶା ଉଦ୍ୟୋଗୀ ପରିବାର ୫ମ ବାର୍ଷିକ ସମାରୋହ ତଥା ସମ୍ବର୍ଦ୍ଧନା ଏବଂ ଆଲୋଚନା ସଭା କାର୍ଯ୍ୟକ୍ରମ ଆଜି ସକାଳ 9 ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଦିନ ତମାମ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି l ବିଜେପି ଆଇ ଟି ସେଲ ମୁଖ୍ୟ ଜ୍ୟୋତି ରଞ୍ଜନ ନାୟକ ଓ ଉଦ୍ୟୋଗୀ ପରିବାରର ସଭାପତି ଶିବ ନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଉଦ୍ୟୋଗ ଓ ଉଦ୍ୟମୀ ସନ୍ଦର୍ଭ ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟରେ ଯେପରି ଯୁବ ଶକ୍ତି ଉଦ୍ୟମୀ ମନୋଭାବ ନେଇ ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା କରି ଚାଲିଛନ୍ତି l ଓଡିଶାରେ ମଧ୍ୟ ସେହିପରି ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବାର ସଂକଳ୍ପ ନେଇ ଓଡିଶା ଉଦ୍ୟୋଗୀ ପରିବାର ରାଜ୍ୟରେ ଯୁବ ପିଢୀଙ୍କୁ ଉଦ୍ୟୋଗ ପ୍ରତି ଆକର୍ଷିତ କରିବା ସହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ସମ୍ବଳ, ଜ୍ଞାନ କୌଶଳ ଓ ବଜାର ଯୋଗାଇବା ଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି କରି ଆସୁଛି l ଓଡିଶାର ଉଦ୍ୟୋଗୀମାନଙ୍କ ସମ୍ମାନ ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ଆସିଛି l ଘରେ ଘରେ ଉଦ୍ୟୋଗ ସୃଷ୍ଟି ପାଇଁ ଏକ ଉଦ୍ୟୋଗୀ ବନ୍ଧୁ ବାତାବରଣ ସୃଷ୍ଟି ସହ ଏହି କ୍ଷେତ୍ରରେ ଆସୁଥିବା ବାଧାବିଘ୍ନକୁ ସମୁଖୀନ ସହ ସମାଧାନ ପାଇଁ ସଂକଳ୍ପ ନେଇଛି ଉଦ୍ୟୋଗୀ ପରିବାର l ଏଥି ସହିତ ବର୍ତମାନ ଉଦ୍ୟୋଗୀ ମାନଙ୍କୁ ଜମି ଗ୍ରହଣ ଠାରୁ ଉତ୍ପାଦ ବିକ୍ରୀ କରି ସଶକ୍ତ ହେଵା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରୋତ୍ସାହନ କ୍ଷେତ୍ରରେ ଥିବା ସରକାରୀ ସୁବିଧା ସହ ସଂଗଠନର ନିଜସ୍ୱ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ରେ “ଉପଦେଷ୍ଟା ଓ ବିଶେଷଜ୍ଞଙ୍କ ମାଧ୍ୟମରେ ଉଦ୍ୟୋଗର ସଶକ୍ତିକରଣ ଏବଂ ଭବିଷ୍ୟତର ସ୍ଥାୟୀତ୍ୱ “ଶୀର୍ଷକ ଆଲୋଚନାରେ ଜାଭିଅର ୟୁନିଭରସିଟିର ପ୍ରଫେସର ଡ. ରାମନା, ଡିଜିଏମ ସିଡବି ଡ. ପ୍ରଦ୍ୟୁମ୍ନ ଚୌଧୁରୀ, ଜ୍ୟୋତିଷ ଶାସ୍ତ୍ର ଅର୍ଥନୀତି ଓ କୃତ୍ରିମ ବୁଦ୍ଧିମତା ବିଶେଷଜ୍ଞ ଡ. ବ୍ରହ୍ମଚାରୀ, ସୁ-ସାହିତ୍ଯିକା ତଥା ଚିନ୍ତକ ଡ. ସୁନୀତି ମୁଣ୍ଡ, ମହିଳା ସଶକ୍ତିକରଣ ନେତୃତ୍ୱ ପରିଚୟ ଫାଉଣ୍ଡେସନ ସଭାପତି ଡ. ରୋଜାଲିନ ପାଟଶାଣୀ, ମହିଳା ଅଧିକାର ଅଭିଯାନ ଆବାହିକା ଡ. ରୀନା ରାଉତରାୟ,ସ୍ୱାଭିମାନ ଓଡିଶାର ଅଧ୍ୟକ୍ଷ ସଦାଶିବ ମିଶ୍ର, ପ୍ରଦ୍ୟୁମ୍ନ ଚୌଧୁରୀ ଆଦି ବିଶେଷଜ୍ଞ ଓ ସଂସାଧନ ବ୍ୟକ୍ତିତ୍ୱମାନେ ଉଦ୍ୟୋଗ ବିକାଶ କ୍ଷେତ୍ରରେ ତାଙ୍କର ଉପଯୋଗୀ ମନ୍ତବ୍ୟ ପ୍ରଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଅନେକ ଯୁବଉଦ୍ୟୋଗୀ ଯୋଗ ଦେଇଥିଲେ l ଏ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ଭୁପେନ୍ଦ୍ର ପ୍ରତାପ ସିଂ, ସର୍ବାଧିକ ଉଦ୍ୟୋଗ ବଜାର ସହଯୋଗୀ ପୁରସ୍କାର ଅଭିଜିତ ପଣ୍ଡା, ବିଷ୍ଣୁ ମହାରଣାଙ୍କୁ ସର୍ବାଧିକ ପ୍ରୋତ୍ସାହନ କାରି ପୁରସ୍କାର ପ୍ରଦାନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟକୁ ରୋଜଗାର ଅନ୍ୱେଷଣରେ ନଯାଇ ରାଜ୍ୟରେ ଥିବା ସମ୍ବଳ ଓ ସୁଯୋଗ ନେଇ ଉଦ୍ୟୋଗୀ ହେଵା ପାଇଁ ଆଗାମୀ ଯୁବପିଢୀଙ୍କୁ ଦିଗଦର୍ଶନ ଦେବ l ଶ୍ରୀକାନ୍ତ ଶେଖର ସାହୁଙ୍କ ସମେତ ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *