Spread the love

ଆଜି ଆସନ୍ତୁ ଜାଣିବା ( ଶ୍ରୀ ଜଗନ୍ନାଥଙ୍କ ଷୋଳକଳା ) ସମ୍ବନ୍ଧରେ ।।

ଶ୍ରୀ ଜଗନ୍ନାଥଙ୍କ ଷୋଳକଳା :-

ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।

ଦ୍ୱିତୀୟ କଳ – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।

ତୃତୀୟ କଳା – ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।

ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା ।

ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।

ଷଷ୍ଠ କଳା – ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।

ସପ୍ତମ କଳା – ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା ।

ଅଷ୍ଟମ କଳା- ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।

ନବମ କଳା – ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।

ଦଶମ କଳା – ସୂକ୍ଷ୍ମ : ସତ ସୂକ୍ଷଗତ ବିଚାର କରିବାର କଳା ।

ଏକାଦଶ କଳା – ସୁକ୍ଷ୍ମ ଅମୃତ :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।

ଦ୍ୱାଦଶ କଳା – ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।

ତ୍ରୟୋଦଶ କଳା- ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।

ଚତୁର୍ଦ୍ଦଶ କଳା – ଅପ୍ୟାୟିନୀ : ନିଜ କର୍ମଦ୍ୱାରା ସମାଜ କଲ୍ୟାଣ କରିବାର କଳା ।

ପଞ୍ଚଦଶ କଳା – ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।

ଷୋଡ଼ଶ କଳା – ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ସମାହିତ କରିବାର କଳା।

ଜୟ ଜଗନ୍ନାଥ

Related Post

Leave a Reply

Your email address will not be published. Required fields are marked *