ଗଜପତିରେ କାଳବୈଶାଖୀର ତାଣ୍ଡବ, ଚନ୍ଦ୍ରଗିରି ଓ ଗୋଷାଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ପାରଳାଖେମୁଣ୍ଡି, 26/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଚନ୍ଦ୍ରଗିରି ଓ ଗୋଷାଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି.ଗତକାଲି ପ୍ରାୟ ୪ ଘଣ୍ଟା ସମୟରେ ମାଡ଼ି ଆସିଥିଲା କାଳବୈଶାଖୀ ।

ଘଣ୍ଟାଏ ଧରି ବର୍ଷା ପବନ ଓ ଘଡ଼ ଘଡ଼ି ଲାଗି ରହିଥିଲା। ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ କାଳବୈଶାଖୀରେ ବ୍ୟାପକ କ୍ଷତି ହୋଇଛି ଚାଳ, ଟିଣ ଛପର ଉଡେଇ ନେଇ ନେଇଥିବା ବେଳେ ଘୂର୍ଣ୍ଣିଝଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଗଡ଼ ପଡ଼ି ମୋହନାରୁ ପାରଳାଖେମୁଣ୍ଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଚନ୍ଦ୍ରଗିରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଆଗରେ ଥିବା ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଛି। ସେହି ପରି ଚନ୍ଦ୍ରଗିରି ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟରେ ଏକାଧିକ ବସ୍, ଟ୍ରକ୍ ଓ ଯାନବାହାନ ଅଟକି ରହିଥିଲା। ମୋହନା ଅଗ୍ନିଶମ ବାହିନୀ ଗଛକାଟିବା ପରେ ୩ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା. ସେହିପରି ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ଯ ହୋଇଛି । ସ୍ବଳ୍ପ ସମୟ ପାଇଁ ଏହି ପବନ ବର୍ଷା ହୋଇଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଗଛ ଡାଳ ଭାଙ୍ଗି ପଡିବା ସହ ଟିଣ ଛପର ଉଡିଯାଇଥିବା ଜଣାପଡିଛି । ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଥିବା ଯୋଗୁଁ ଚଳିତ ବର୍ଷ ଆମ୍ବ ଫସଲ ନଷ୍ଟ ହେବା ଆଶଙ୍କା ମଧ୍ଯ ଉପୁଜିଛି । ବିଶେଷ କରି ଜଙ୍ଗଲପାଡୁ ଗ୍ରାମାଞ୍ଚଳରେ ପ୍ରବଳ ପବନ ହୋଇଥିବା ଯୋଗୁଁ ଗଛଡାଳ ପଡିବା, ଟିଣଛପର ଉଡିବା ଭଳି ଘଟଣା ଘଟିଛି।
ଗଜପତି ପ୍ରଶାସନ ପୁଣି ବେଆଇନ 5 ଇଟାଭାଟିକୁ ଭାଙ୍ଗିଲେ, 2 ଲକ୍ଷ 40 ହଜାର ଟଙ୍କା ଜରିମାନା ଆଦାୟ ହେଲା ପାରଳାଖେମୁଣ୍ଡି, 26/3(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା 5 ଗୋଟି ଇଟାଭାଟିକୁ ପୁଣି ପ୍ରଶାସନ ପକ୍ଷରୁ ପୁଣି ଭଙ୍ଗା ଯିବା ସହ 2 ଲକ୍ଷ 40 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ପୂର୍ବେ କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତରେ ଚାଲିଥିବା ବେଆଇନ ଇଟା ଭାଟିକୁ ପ୍ରଶାସନ ଭାଙ୍ଗି ବନ୍ଦ କରିବା ସହ ଜରିମାନା ଟଙ୍କା ଆଦାୟ କରିଥିଲେ. ବର୍ତ୍ତମାନ କାଶୀନଗର ବ୍ଲକରେ ଥିବା ରାଣୀପେଣ୍ଠ ପଞ୍ଚାୟତରେ ଆଇନ କାନୁନକୁ ଜଳାଞ୍ଜଳି ଦେଇ ୫ରୁ ଅଧିକ ଇଟାଭାଟିରେ ଇଟାପୋଡା ଯାଉଥିଲା। ଯାହାକୁ ବନ୍ଦ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡି ଏସବୁକୁ ନଷ୍ଟ କରିବା ସହ ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରିଛି। ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡା ଓ କାଶୀନଗର ତହସିଲଦାର ସୁର କୁମାର ନନ୍ଦ ମିଳତ ଭାବେ ଚଢଉ କରିଥିଲେ | ଇଟାଭାଟି ମାଲିକ ବେଆଇନ ଭାବେ ମାଟି ଉତ୍ତୋଳନ କରିବା ସହ ଇଟା ପୋଡିବା ପାଇଁ ବହୁ ମୂଲ୍ୟବାନ ଗଛ ବେଆଇନ ଭାବେ ଜଙ୍ଗଲରୁ କାଟି ନିଜ ନିଜର ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ସୂଚନା ମିଳିଛି ।
ଗଜପତି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଗଜପତିତା.୨୬.୦୩(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ଅପ୍ରେଲ ୧ ତାରିଖ ଦିନ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ। ସେହିପରି ଅପ୍ରେଲ ୨୬ ତାରିଖରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବରେ ଉକ୍ତ ସ୍ଥାନରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବ।
ଏହି ପ୍ରତିଯୋଗୀତାର ବିଚାରକ ମଣ୍ଡଳୀଭାବରେ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା, ଅମେଶ ଲିମ୍ମା, ସୁଲତା ଶୁଭଦର୍ଶୀ, ରାମଶଙ୍କର ଗନ୍ତାୟତ,ଚିତ୍ରା ରଥ, ସୁମିତ୍ରା କୁମାରୀ ଜେନା, ପଦ୍ମନି କୁମାରୀ ପଣ୍ଡା, ସୁଜାତା ନନ୍ଦ ବବିତା ପୁରୋହିତ ଓ ଅନିତା ଦାସ ପ୍ରମୁଖ ବିଚାରକ ମଣ୍ଡଳୀ ବାଭରେ ଉପସ୍ଥିତ ଥିଲେ।
ଏହି ସବୁ ପ୍ରତିଯୋଗିତାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ହେଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷାରମୟ ସେନାପତି ଉପସ୍ଥିତ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।












Leave a Reply