ଗଜପତି ହାଇ ଲାଇଟସ //ଗଞ୍ଜେଇ ଚୋରା କାରବାର ରୋକିବାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଏସ୍‌ପି ଓ ଜିଲ୍ଲାର 4 ଜଣ ପୋଲିସ ସମ୍ମାନିତ ଓ ପାରଳା ରେ ବନ ଦିବସ ପାଳିତ

Spread the love

ଗଜପତିର ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ତରଫରୁ ବିଶ୍ଵ ପଖାଳ ଦିବସ ଅନୁଷ୍ଠିତ

ପାରଳାଖେମୁଣ୍ଡି, 21/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗତକାଲି ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରଠାରେ ପଖାଳ ଦିବସ ଧୁମଧାମରେ ପାଳିତ ହୋଇଯାଇଅଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖଣି ଅଧିକାରୀ ଦିପେନ୍ ପରିଡ଼ା, ବିଶିଷ୍ଟ ଅତିଥି ଭାବେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ମୁଖବକ୍ତା ଭାବେ ବିନୋଦିନୀ କନିଷ୍ଠ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସେବା ନିବୃତ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚ଼ନ୍ଦ୍ର ପାଢୀ, ଓ ଦିନେଶ ମହାରଣା ପ୍ରମୁଖ ଯୋଗ ଦେଇ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ମହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର ଏବଂ କାର୍ଯ୍ୟକ୍ରମର ସଂଯୋଜକ ଭାବେ ପ୍ରଗତିର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ପଖାଳର ବହୁମୁଖୀ ତାତ୍ତ୍ଵିକ ଗୁଣର ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ସଭାର ପ୍ରାରମ୍ଭରେ ସ୍ନେହା ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ବିସ୍ତୃତରେ ରଖିଥିଲେ ତଥା ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚ଼ନା ଦେଇଥିଲେ। ପରେ ଏହି କାର୍ଯ୍ୟକ୍ରମର ପୂର୍ବରୁ ହୋଇଥିବା ପ୍ରତିଯୋଗିତାକୁ ନେଇ ବିଜେତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସର୍ବଶେଷରେ ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇତିଶ୍ରୀ ମହାପାତ୍ର, ପ୍ରଜ୍ଞାସା ମହାପାତ୍ର, ଶୁଭଶ୍ରୀ ଭୁକ୍ତା, ଡାକ୍ତର ମୁର୍ମୁ,ଭାଗବତ ପାଢ଼ୀ, ପ୍ରଦୀପ ଜେନ୍ନା, ଚ଼ଣ୍ଡି ପ୍ରସନ୍ନ ନାୟକ, ମାନସୀ ପଣ୍ଡା, ପ୍ରଫୁଲ୍ଲା ବେବର୍ତ୍ତା, ରାଜେଶ୍ୱରୀ ସ୍ୱାଇଁ ପ୍ରିୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ପୋଲିସ ଡିଜିପିଙ୍କ ଦ୍ୱାରା ଗଜପତି ଏସପିଙ୍କ ସମେତ 4 ପୁଲିସ ଅଧିକାରୀ ସମ୍ମାନୀତ ହେଲେ ପାରଳାଖେମୁଣ୍ଡି, 21/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ଓ ଗଞ୍ଜେଇ ଚାଷକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଯୋଗୁଁ ଗଜପତି ଏସ୍‌ପି ଓ ଜିଲ୍ଲାର 4 ଜଣ ପୋଲିସ ଅଧିକାରୀଙ୍କୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମ୍ମାନୀତ କରିଛନ୍ତି। ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ହେଲେ ଆର୍ ଉଦୟଗିରି ଥାନାର ଏସ୍‌ଆଇ ସ୍ବପ୍ନାରାଣୀ ବେହେରା, ଏସ୍‌ଆଇ ସନ୍ଦୀପ ହେମ୍ବ୍ରମ, ମୋହନା ଥାନାର ଏସ୍‌ଆଇ ପଙ୍କଜ ଦାସ ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀଙ୍କୁ ରାଜ୍ୟ ପୋଲିସ ଡିଜିପି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଦୃଢ ନେତୃତ୍ୱରେ ଉପରୋକ୍ତ ପୋଲିସ ଅଧିକାରୀମାନେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା ଚାଲାଣକୁ ରୋକିବାରେ ସଫଳତା ଆଣିବା ସହ ଅଞ୍ଚଳବାସୀଙ୍କୁ ଏନେଇ ବ୍ୟାପକ ସଚେତନ କରିଥିବା ଯୋଗୁଁ ସେମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଛି .

ପାରଳାରେ ବିଶ୍ୱ ବନ ଦିବସ ପାଳିତ ପାରଳାଖେମୁଣ୍ଡି, 21/3 (ତାରିଣୀ ପ୍ରସାଦ ପଣ୍ଡା ):

ଆଜି ବିଶ୍ୱ ବନ ଦିବସ ଅବସରରେ ପାରଳାଖେମୁଣ୍ଡି ଡ଼ିଏଫଓଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି. ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଗାଵରା ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫ ସାଇନ ଶ୍ରୀ ଦାସ ଓ ଏସିଏଫ ଅଶୋକ ବେହେରା, ମଞ୍ଚାସୀନ ଥିଲେ. ବିଶ୍ୱ ବନ ଦିବସ ଅବସରରେ ମଞ୍ଚାସୀନ ସମସ୍ତ ବ୍ୟକ୍ତି ବିଶେଷମାନେ ଗଜପତି ଜିଲ୍ଲାରେ ବନ ଓ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ପ୍ଲାଣ୍ଟସନ ଉପରେ ଗୁରୁତ୍ୱ ଆରୋପ କରିଥିଲେ. ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 3 ଜଣ ରେଞ୍ଜ ଅଫିସର ଏବଂ କିଛି ଫରେଷ୍ଟର ଓ କେତେଜଣ ଫରେଷ୍ଟ ଗାର୍ଡଙ୍କୁ ସମ୍ମାନୀତ କରାଯାଇଥିଲା.
କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପାରଳା ବିଧାୟକ ଭେଟି ମିନି ବିମାନବନ୍ଦର ସ୍ଥାପନ ପାଇଁ ଦାବି ଜଣାଇଲେ ପାରଳାଖେମୁଣ୍ଡି, 21/3(ତାରିଣୀ ପ୍ରସାଦ ପଣ୍ଡା ):

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ସାକ୍ଷାତ କରି ପାରଳାଖେମୁଣ୍ଡି ସହରର ନିକଟତମ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ ପାଇଁ ଦାବି ଜଣାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ । ଏଠାରେ ଉଲ୍ଲେଖଯୋଗ୍ୟଯେ ପାରଳାଖେମୁଣ୍ଡି ବିଧାନସଭା ଆସନର ପଡୋଶୀ ଆନ୍ଧ୍ରର ପୁରୁଣାପାଟଣା ନିର୍ବାଚନ ମଣ୍ଡଳୀରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଯୋଗ ଦେବା ପାଇଁ ଆସିଥିବା ବେଳେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଉଭୟ ଆନ୍ଧ୍ର ଓ ଓଡ଼ିଶା ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଅଞ୍ଚଳର ଉନ୍ନତି ପାଇଁ ଆଲୋଚନା କରିଥିଲେ. ଏଥିରେ ପାରଳା ବିଧାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଆନ୍ଧ୍ର -ଓଡିଶା ଦୁଇ ବିଧାନସଭା ଅଞ୍ଚଳର ନିକଟରେ ମିନି ବିମାନବନ୍ଦର ସ୍ଥାପନ କରିବା ସହ ଉଭୟ ଅଞ୍ଚଳବାସୀଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରେଳ ବ୍ୟବସ୍ଥାରେ ଉନ୍ନତି ଓ ସମ୍ପ୍ରସାରଣ କରିବା ଦିଗରେ ମଧ୍ୟ ଆଲୋଚନା କରିଥିଲେ. ଦିଲ୍ଲୀ ଫେରିବା ପରେ ରେଳ ବିଭାଗ ଓ ବେସାମାରିକ ବିମାନ ଚଳାଚଳ ବିଭାଗ ସହ ଆବଶ୍ୟକ ଆଲୋଚନା କରି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଇଡୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି.

Leave a Reply

Your email address will not be published. Required fields are marked *