ସମୟ ବହୁତ ମୂଲ୍ୟବାନ
ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା ଭୁବନେଶ୍ୱର
କଥାରେ ଅଛି ସମୟ ବଡ ବଳବାନ I ଗୋଟେ ଦିନରେ ସମୟ ସମସ୍ତଙ୍କ ପାଇଁ ୨୪ ଘଣ୍ଟା I ତେବେ ଆପଣ ଏହି ୨୪ ଘଣ୍ଟାକୁ ଉପଯୋଗ କରୁଛନ୍ତି କି ଅପଚୟ କରୁଛନ୍ତି, ଏଇ ନିଷ୍ପତି ଆପଣଙ୍କର I
ସମୟ ବହୁତ ମୂଲ୍ୟବାନ I ଜୀବନରେ ଆପଣ ସବୁ କିଛି ଫେରି ପାଇବେ କିନ୍ତୁ ବ୍ୟତୀତ ହୋଇଥିବା ସମୟ କେବେ ପାଇବେନି
ଯେଉଁ ସମ୍ପଦମାନେ ନିର୍ଦ୍ଦିଷ୍ଟ, ସେମାନେ ସବୁକାଳରେ ମୂଲ୍ୟବାନ। ସେଇଦୃଷ୍ଟିରୁ ଜୀବନ କ୍ଷେତ୍ରରେ ସବୁଠୁ ଦୁର୍ମୂଲ୍ୟ ହେଉଛି ସମୟ। ଥରେ ବିତିଗଲେ ଏହାକୁ ଆଉ ଫେରେଇ ଆଣି ହୁଏନା।
ଜୀବନ କିଛି ସମୟର ସମଷ୍ଟି ମାତ୍ର। ବ୍ୟକ୍ତି କେତେବେଳେ ଜାଣିପାରେନା ତା’ର ଜୀବନରେ ଆଉ କେତେ ସମୟ ବାକି ଅଛି।
ତେଣୁ ସମୟର ଅପଚୟ ନକରି ତାର ସୁଚିନ୍ତିତ ବିନିଯୋଗ କରନ୍ତୁ I