Spread the love

ସାଂସଦ ଥିବା ବେଳେ ବିବାହ କରିବାକୁ ଚାହୁଛି, ତା’ ପରେ କଲେ ଲାଭ ନାହିଁ: କଙ୍ଗନା
ନିକଟରେ ଏକ ସାକ୍ଷାତକାର ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ। ବିବାହ ପ୍ରଶ୍ନ ଶୁଣି ସେ କହିଥିଲେ ସାଂସଦ ଥିବା ବେଳେ ବିବାହ କରିବାକୁ ଚାହୁଛି, ତା’ ପରେ କଲେ ଲାଭ ନାହିଁ।”

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ‘ଏମରଜେନ୍ସି’ ବିବାଦ ଘେରରେ ରହିଛି । ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଥିବା ବେଳେ ରିଲିଜ ପାଇଁ ଫିଲ୍ମକୁ ଗ୍ରୀନ ସିଗନାଲ ମିଳିପାରିନାହିଁ।  ଫିଲ୍ମ ଏମରଜେନ୍ସି ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା । କିନ୍ତୁ ବିବାଦ ହେତୁ ଏହାର ରିଲିଜକୁ ସ୍ଥଗିତ ରଖାଯାଇଛି। ତେବେ ଚଳଚ୍ଚିତ୍ର ବ୍ୟତୀତ ଅଭିନେତା-ସାଂସଦ କଙ୍ଗନା ରାନାୱତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି |”
ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ପ୍ରତିକ୍ରିୟା ଦେଉଥିବା କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮କୁ ଦେଇଥିବା ସାକ୍ଷାତକାରରେ, କଙ୍ଗନା ରାନାୱତ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ | ସେ କହିଥିଲେ, “ମୁଁ ନିଶ୍ଚିତ ଭାବେ ବିବାହ କରିବାକୁ ଚାହୁଁଛି।” ସାଂସଦ ଭାବରେ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ସେ ବିବାହ କରିବେ କି ବୋଲି ପଚରାଯାଇଥିବା ବେଳେ କଙ୍ଗନା ଉତ୍ତର ଦେଇଥିଲେ, “ଆଶା କରୁଛି । ଏହା ପରେ ବିବାହ କରିବାର କୌଣସି ଅର୍ଥ ନାହିଁ ।

ଯେତେବେଳେ ପଚରାଗଲା ପ୍ରଶଂସକମାନଙ୍କୁ ଅଭିନେତ୍ରୀ କେବେ ବିବାହ ବିଷୟରେ କହ‌ିବେ, ଉତ୍ତରରେ ସେ ମଜାରେ କହିଥିଲେ, ପ୍ରଥମେ ମୋର ଚଳଚ୍ଚିତ୍ର (‘ଏମରଜେନ୍ସି’) ରିଲିଜ୍ ହେଉ, ତା’ପରେ ଆମେ କଥା ହେବା ।

Leave a Reply

Your email address will not be published. Required fields are marked *