Spread the love

ନମସ୍କାର ବନ୍ଧୁଗଣ ତେବେ ଆଜିର ଲୋକ ମାନେ ନିଜର ବ୍ୟସ୍ତ ବିବ୍ରତ କର୍ମ ମୟ ଜୀବନ ଚର୍ଯ୍ୟା କାରଣ ରୁ ନିଜ ଶରୀର ର ଠିକ୍ ଭାବେ ଯତ୍ନ ନେଇ ପାରୁ ନାହାନ୍ତି । ସେମାନଙ୍କ ଠାରେ ସମୟ ର ଘୋର ଅଭାବ ପରିଲକ୍ଷିତ ହେଉଛି । ଯଦ୍ୱାରା ନିଜର ଖାଦ୍ୟପେୟ ର ଠିକ ସମୟ ରହୁନାହିଁ । ଫଳରେ ଆଧୁନିକ ମଣିଷ ମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି ।ଏତଦ୍ବ୍ୟତୀତ ଅନେକ ସମୟରେ କିଛି ଛୋଟ ସମସ୍ୟା ଉପୁଜିଥିଲେ ସମସ୍ତେ ଏହାକୁ ଅଣଦେଖା କରନ୍ତି ।

ଯାହା ପରବର୍ତ୍ତୀ ସମୟରେ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଥାଏ । ମନୁଷ୍ୟ ଏହାଦ୍ୱାରା ଅଧିକ କଷ୍ଟ ପାଇଥାଏ । ତେଣୁ ରୋଗ ଛୋଟ ହେଉ କି ବଡ଼ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ତେବେ ଆପଣ ମାନେ ଜାଣିଥିବେ ମଳକଣ୍ଟକ ବା ଅର୍ଶରୋଗ ଏମିତି ଏକ ସମସ୍ୟା ଯାହା ଅନ୍ୟ କାହାକୁ ମଧ୍ୟ କହି ହୁଏ ନାହିଁ କିମ୍ଭା ନିଜେ ମଧ୍ୟ ସହ୍ୟ କରି ହୁଏ ନାହିଁ ।

ଏହି ରୋଗ ବିଷୟରେ ଅନ୍ୟଙ୍କୁ କହିବା ପାଇଁ ବହୁତ ଲୋକ ସଂକୋଚ କରିଥାନ୍ତି । କିନ୍ତୁ ଏହି ରୋଗ ଏମିତି ଏକ ରୋଗ ଯାହାକୁ ଲୁଚାଇବା ଠିକ୍ ନୁହେଁ । ତେବେ ଅର୍ଶ ଓ ମଳକଣ୍ଟକ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ । ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ ଏବଂ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ । ତେବେ ମଳକଣ୍ଟକ ହେଉଛି ଏକ ପ୍ରକାର ଘା’ ।ମଳକଣ୍ଟକ ହେଲେ ମଳତ୍ୟାଗ ବେଳେ କଷ୍ଟ ଅନୁଭବ ହୁଏ ଓ ରକ୍ତ ବି ପଡ଼ିଥାଏ । ଅର୍ଶ ହେଉଛି ମଳତ୍ୟାଗ ବେଳେ କୌଣସି କଷ୍ଟ ଅନୁଭବ ହୁଏ ନାହିଁ କିନ୍ତୁ ଅଧିକ ପରିମାଣରେ ରକ୍ତ ନିର୍ଗତ ହୋଇଥାଏ । ମଳକଣ୍ଟକ ଦୁଇପ୍ରକାର । କିଛି ଦିନ ଧରି ହୋଇଥିବା ଘା’ ଓ ଅନେକ ଦିନରୁ ଶୁଖିଯାଇଥିବା ଘା’ । ତେବେ ମଳକଣ୍ଟକ ହେବାର ପ୍ରଥମ କାରଣ ହେଉଛି ପାଣି ନ ପିଇବା ।

ଅନେକ ଲୋକ ଅଛନ୍ତି ଦିନ ଯାକ ପାଣି ପିଅନ୍ତି ନାହିଁ । ମଳକଣ୍ଟର ଆଉ ଏକ କାରଣ ହେଉଛି ମାଂସ, ମସଲାଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ମଳଦ୍ୱାର ସଙ୍କୁଚିତ ହୋଇ ମଳଦ୍ୱାରରେ ଘା’ ସୃଷ୍ଟି ହୁଏ । ମଳଦ୍ୱାରରେ କଠିନ ଝାଡ଼ା ହେଲେ ଆଘାତ ହୋଇ ସେଠାରେ ଘା’ ସୃଷ୍ଟି ହୋଇଥାଏ । ଘା’ ହେଉଛି ମଳକଣ୍ଟକର ଆରମ୍ଭ । ମଳକଣ୍ଟକ ଯୋଗୁଁ ଅର୍ଶ ହୋଇଥାଏ । ତେବେ ମଳତ୍ୟାଗ ସମୟରେ କିମ୍ବା ପରେ କଷ୍ଟ ହେବା, ମଳରେ ରକ୍ତ ପଡିବା, ମଳ ତ୍ଯାଗ ପାଇଁ ଅଧିକ କୁନ୍ଥାଇବାକୁ ପଡିବା ଆଦି ଏହି ସବୁ ରୋଗର ଲକ୍ଷଣ ଅଟେ ।ତେବେ ମଳକଣ୍ଟକକୁ ଯଦି ଆରମ୍ଭରୁ ଚିକିତ୍ସା ନ କରାଯାଏ ତେବେ ଏହା ସମୟ ସହିତ ବଢେ ଓ ଅର୍ଶ କିମ୍ବା ଭଗନ୍ଦରରେ ପରିଣତ ହୋଇଯାଏ । ଏହାକୁ ଅନେକ ବର୍ଷ ଧରି ଚିକିତ୍ସା ନ କରି ଛାଡି ଦେବା ଦ୍ଵାରା ଏହା କ୍ୟାନ୍ସରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେଥିପାଇଁ ଆରମ୍ଭରୁ ହିଁ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ଯକୀୟ ଔଷଧ ଖାଇବା ବା ଚିକିତ୍ସା କରିବା ଜରୁରୀ ଅଟେ ।

ଆଉ ଯଦି ଏହା ଅର୍ଶ କିମ୍ବା ଭଗନ୍ଦର ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶରେ ତୁରନ୍ତ ସର୍ଜରୀ କରିବା ଆବଶ୍ୟକ ରହିଛ । ଏହାକୁ ଚିକିତ୍ସା ନକରି ଛାଡିଦେବା ଖୁବ ଯନ୍ତ୍ରଣା ଦାୟକ ଅଟେ । ସେଥିପାଇଁ ସର୍ଜରୀ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ନିହାତି ଆବଶ୍ୟକ ଅଟେ । ଏହାର ନିରାକରଣ ପାଇଁ ପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯେପରି ଅତିକମରେ ଦିନକୁ ଦେଢରୁ ଦୁଇ ଲିଟର ଆପଣ ପରିସ୍ରା ଯିବେ ।ତେବେ ଅଧିକ ଫଳମୁଳ ଖାଇବା ସହ ସବୁଜ ପନିପରିବା ଖାଆନ୍ତୁ ଓ ତେଲମସଲା ଯୁକ୍ତ ଖାଦ୍ୟ ନିୟନ୍ତ୍ରଣ କରନ୍ତୁ । ଫଳମୂଳ ଓ ସବୁଜ ପନିପରିବା ଜାତୀୟ ଖାଦ୍ୟ ଶରୀରକୁ ଆବଶ୍ୟକ ପରିମାଣର ଜଳୀୟ ଅଂଶ ଯୋଗାଇଥାଏ ତତ୍ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ମଧ୍ୟ ପ୍ରଦାନ କରଥାଏ । ଏତଦ୍ବ୍ୟତୀତ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *