Spread the love

ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ବେଳେ ଆଜି ବିଜେପି ଉପରେ କଡ଼ା ନିଶାନା କରିଛନ୍ତି କେଜ୍ରିୱାଲ । ବିଜେପି ଯୋଜନାବଦ୍ଧ ଭାବେ ଆମ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ।

କିନ୍ତୁ ସେହି ଫର୍ମୁଲାକୁ ଭାଙ୍ଗିବାକୁ ଆପ୍ ପ୍ରସ୍ତୁତ ବୋଲି ଦୋହରାଇଛନ୍ତି କେଜ୍ରିୱାଲ୍ । ସେପଟେ ଏହାର କଡ଼ା ଜବାବ ଦେଇଛି ବିଜେପି । କେଜ୍ରିୱାଲଙ୍କ ନିଷ୍ପତ୍ତି ପିଆର୍ ଷ୍ଟଣ୍ଟ୍, କେଜ୍ରିୱାଲ୍ ବହୁ ପୂର୍ବରୁ ପଦ ଛାଡ଼ିବା କଥା । ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ବୁଡ଼ି ରହିଛି ଆମ ଆଦମୀ ପାର୍ଟି ବୋଲି ବିଜେପି ଅଭିଯୋଗ କରିଛି ।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଆମ୍‌ ଆଦମୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ । ଦଳର ନେତା ଓ କର୍ମୀଙ୍କୁ ଭେଟିବା ପରେ କେଜ୍ରିୱାଲ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ରବିବାର ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେବି ବୋଲି କେଜ୍ରିୱାଲ କହିଛନ୍ତି ।ଆମ ଦଳର ଜଣେ ନେତା ମୁଖ୍ୟମନ୍ତ୍ରୀ ହେବେ ମନୀଷ ସିସୋଦିଆ ନୁହେଁ.

Leave a Reply

Your email address will not be published. Required fields are marked *