Spread the love

ସର୍ବ ମଙ୍ଗଳା ସ୍ତୁତି

ପାତକହାରିଣୀ ଦେବୀ ପ୍ରଣମାମି ହରିପ୍ରିୟେ ।
ପୁନାମି ସ୍ଥାନ ମସ୍ମାକଂ ଅଧିଷ୍ଠାନେ ନହି ତବ ।
ଅଶୁଭଂ ନିଧନ ଯାତୁ ପ୍ରଣମାନ୍ତି ବିପତ୍ତିତୟଃ ।
ଏତଦ୍ ପାର୍ଥିତଂ ଦେବୀ ତ୍ଵମେକଂ ଶରଣଂ ହୀନ ।
ଭକ୍ତି ଦେହିଂ ଗୁଣଂ ଦେହିଂ ଦେହିମେ ବରମିଦୃଶମ୍ ।
ତେ ନହିସ୍ୟାତ୍ ମନୁଷ୍ୟାଣାଂ ସଦା ଦେଶହିତେ ରତିଃ ।
ସମ୍ପଦ ଲୋକସତ୍ଵଞ୍ଚ ପ୍ରଣପ୍ୟନ୍ତି ତ୍ୱ ପଦାମ୍ବୁଜମ୍ ।
ଏତଦ୍ଧି ପ୍ରାର୍ଥିତ୍ୟ ଦେବୀ ! ତ୍ୱମେକଂ ଶରଣଂ ହୀନଃ।।

ଜୟ ଜୟ ଜୟ ମାଗୋ ଜଗତ ନନ୍ଦିନୀ ।
ଜୟ ଜୟ ଜୟ ମାଗୋ ବିଘ୍ନ ବିନାଶିନୀ ।।
ଜୟ ଜୟ ଜୟ ମାଗୋ ସଂକଟ ତାରିଣୀ।
ଜୟ ଜୟ ଜୟ ମାଗୋ ନୃମୁଣ୍ଡ ମାଳିନୀ।।
ଜୟ ଜୟ ଜୟ ମାଗୋ ଶଙ୍କର ଭବାନୀ।
ଜୟ ଜୟ ଜୟ ମାଗୋ ତ୍ରିତାପ ହାରିଣୀ ।।
ଜୟ ମାତା ତୋ ଦୟାରେ ମୂର୍ଖ ହୁଏ ଜ୍ଞାନୀ ।

ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ।
ତୋତେ ସୁମରିଲେ ମାଗୋ ଦୂରିତ ଯେ ଖଣ୍ଡି ।।
ବିପଦ କାଳରେ ସୁମରନ୍ତି ଯେଉଁଜନ ।
ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ ।।
ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ ।
ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ।।
ତୋହର ଯେ ନାମ ମାନ ଯେହୁ ସୁମରଇ ।
କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ ।।
ଅନାଥକୁ ଦୟା ମାଗୋ ଦୁବ କରୁ ଦାରୁ ।
ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀକି ଉଦ୍ଧାରୁ ।।
ଯେତେବେଳେ ପ୍ରାଣୀକି ଯେ ପଡ଼ିଥାଇ କଷ୍ଟ ।
ତୋତେ ସୁମରିଲେ ମାଗୋ ଫିଟଇ ସଙ୍କଟ ।।
ଯେ ତୋହର ବାରବ୍ରତ ସବୁ କରେ ନିତି ।
ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।।
ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ ।
ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧନିଶା ରାତି ।।
ଚଣ୍ଡୀ ଯେ ଚାମଣ୍ଡା ମାଗୋ ଖଟନ୍ତି ଅପାର ।
ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।।
ପୟରେ ଅଳତା ଭାଲେ ସିନ୍ଦୁରର ଚିତା ।
ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।।
ସିଂହର ପୃଷ୍ଠରେ ମାଗୋ ବିଜେ କରିଯାଉ ।
ଯେ ମୁହେଁ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।।
ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ ।
ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।।
ଶୁଖିଲା ସମୁଦ୍ରେ ମାଗୋ ବୁଡ଼ିଲା ମୋ ଭେଳା ।
ଦୁସ୍ତର ପଡ଼ିଲା ମାଗୋ ଉଦ୍ଧାର ମଙ୍ଗଳା ।।
ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ ।
ବିପତ୍ତି କାଳରେ ସାହା ହୁଅ ହାମାୟୀ ।।
ବିନ୍ଧିଗିରି ବାସିନୀ ମା ହୈମବତୀ ସୁତା ।
ଏମନ୍ତ ଦ୍ବାଦଶ ନାମ ଦେଲେ ଯେ ବିଧାତା ।।
ଝଙ୍କଡ଼େ ରହିଲୁ ନାମ ଶାରଳା ବୋଲାଇ ।
କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି ।।
ଲହ ଲହ ଜିହ୍ୱା ମାଗୋ ସିନ୍ଦୁରେ ମୁଖ ମଣ୍ଡି ।
କୋଣାରକେ ରହିଲୁ ମା ଅଭୟା ରାମଚଣ୍ଡୀ ।।
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ ।
ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।।
ସମ୍ବଲପୁରେ ରହିଲୁ ନାମ ସମଲାଇ ।
ଯାଜପୁରେ ରହିଲୁ ମା ନାମ ବିରଜାଇ ।।
ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ ।
ଭୁବନେଶ୍ୱରେ ରହିଲୁ ଗଉରୀ ବୋଲାଇ ।।
ବାଣପୁରେ ରହିଲୁ ମା ନାମ ଭଗବତୀ ।
ସକଳ ଅମର ତୋତେ କରନ୍ତି ଯେ ସ୍ତୁତି ।।
ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି ।
ଏମନ୍ତ ଦ୍ଵାଦଶ ନାମ ବ୍ରହ୍ମା ଗଲେ ଦେଇ ।।
ତୋହର ମହିମା ମାଗୋ କେ ପାରିବ କହି ।
ମାଡ଼ି ବସୁଅଛୁ ଦଶଦିଗ ମହାମାୟୀ ।।
ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା ।
କେ କହିପାରିବ ମାଗୋ ତୁମ୍ଭର ମହିମା ।।
ଡ଼ମ୍ବରୁ ମଝା ମାଗୋ ବିଚିତ୍ର ସିଂହ ଠାଣୀ ।
ମହାମୂର୍ତ୍ତି ରୂପ ମାଗୋ ଅଟୁ ଗୋ ସାମଣୀ ।।
ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି ।
ନମୋ ଆଦିମାତା ମାଗୋ ବିଜେ ସିଂହ ପିଠି ।।
କାତି ଯେ ଖର୍ପର ମାଗୋ ଶୋହେ ବାମକର ।
ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର।।
ନାନା ପୁଷ୍ପ ମାଳ ତୋର କୁସୁମ ଚନ୍ଦନ ।
କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।।
ନମସ୍ତେ ଶାରଳା ମାଗୋ ଚଣ୍ଡୀ ମହାମାୟୀ ।
ଦୁସ୍ତର ପଡ଼ିଲେ ମାଗୋ ଉଦ୍ଧାରୁ ଯେ ତୁହି ।।
ତ୍ରେତୟାରେ ତୋତେ ମାଗୋ ସୁମରିଲେ ରାମ ।
ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣ କାମ ।।
ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ ।
ରାବଣକୁ ମାରି ସୀତା ଆଣି ରାମରାୟ ।।
ନମସ୍ତେ ଶାରଳା ମାଗୋ ରକ୍ଷାକର ମୋତେ ।
ମୁହିଁ ଅରକ୍ଷିତ ଜନ ଆଶ୍ରା କଲି ତୋତେ ।।
ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା ।
ତୋପାଦ ସ୍ମରଣେ ପୁରୁଥିବା ମନବାଞ୍ଛା ।।
ତୁମ୍ଭର ଚରଣେ ମୋର ହୁ ମନ ସ୍ଥିର ।
କହେ ଦୀନହୀନ ଯେ ଉଦ୍ଧର ଆଦିମାତା ।।

ଜୟ ମା ମଙ୍ଗଳା

ବିଶାଳ ସଂସାର ନୁହେଁ ତୋର ଘର
ଶୁଣ ଆରେ ବାୟା ମନ,
ଅଢେଇ ଦିନର ଅତିଥି ଏଘରେ
ନାହିଁ ତୋର ଏହି ଜ୍ଞାନ।

ଜଣେ କେବଳ ଖାଲି ଶିକ୍ଷିତ ହୋଇଗଲେ ସେ ଦୁନିଆଁରେ ସଫଳତା ପାଇନଥାଏ କାରଣ ଜୀବନରେ ଶିକ୍ଷା ସହିତ ସଂସ୍କାରର ବହୁତ ଗୁରୁତ୍ବପୁର୍ଣ ଭୂମିକା ରହିଥାଏ।ସେହିପରି ଅଶୁଦ୍ଧ ଭାଷା ବହୁତ କଷ୍ଟ ଲାଗେ ଏବଂ କହିବା ଲୋକ ଜାଣି ପାରି ନଥାଏ। ଯେତେବେଳେ ସେହି ଅଶୁଦ୍ଧ ଭାଷା ନିଜେ କାହାଠାରୁ ଶୁଣେ,ଭାଷାର କଷ୍ଟକୁ ଠିକ୍ ରୂପେ ବୁଝି ପାରିଥାଏ ।

ମନ ଯେତେ ବି ଖରାପ୍ ଥାଉ ପଛେ କାହା ପ୍ରତି ଖରାପ୍ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ମନକୁ ଠିକ୍ କରାଯାଇପାରେ, କିନ୍ତୁ କୁହାଯାଇ ଥିବା ଖରାପ୍ ଶବ୍ଦକୁ ନୁହେଁ ।

ଦୁନିଆଁର ସବୁଠାରୁ ଦାମୀ ଜିନିଷ ହେଲା ‘ ବିଶ୍ବାସ ‘ ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ Second ମଧ୍ୟ ଲାଗି ନଥାଏ ।

               

Related Post

Leave a Reply

Your email address will not be published. Required fields are marked *

You Missed