ବ୍ରହ୍ମା ଭଗବାନଙ୍କୁ ସ୍ତୁତି କରି କହୁଛନ୍ତି :- ଜୀବ ଯେପର୍ଯ୍ୟନ୍ତ ଆପଣଙ୍କ ଅଭୟପ୍ରଦ ଚରଣାରବିନ୍ଦର ଆଶ୍ରୟ ନେଇ ନ ଥାଏ,ତାକୁ ସେପର୍ଯ୍ୟନ୍ତ ଧନଜନ,ଘରଦ୍ଵାର, ବନ୍ଧୁବାନ୍ଧବ, ଭୟ,ଶୋକ,ଲାଳସା, ଦୀନତା ଓ ଅତିଶୟ ଲୋଭ ଆଦି ଯନ୍ତ୍ରଣା ଦେଉଥାନ୍ତି ଏବଂ ସେପର୍ଯ୍ୟନ୍ତ ତାହାର ମୁଁ ଓ ମୋର ରୂପୀ ଦୁରାଗ୍ରହ ରହିଥାଏ , ଯାହା କି ଦୁଃଖର ଏକମାତ୍ର କାରଣ । ଆପଣଙ୍କ ଚରଣରେ ଭକ୍ତି ହୋଇଗଲେ ସକଳ ପ୍ରକାର ଅମଙ୍ଗଳ ନଷ୍ଟ ହୋଇଯାଏ । କିନ୍ତୁ ଯେଉଁମାନେ ସେହି ଭକ୍ତିଠାରୁ ଦୂରେଇ ରହନ୍ତି ଓ ଆପଣଙ୍କର ମଙ୍ଗଳମୟ ଗୁଣମାନଙ୍କୁ ପ୍ରକାଶିତ କରୁଥିବା ଶ୍ରବଣ-କୀର୍ତ୍ତନ ଆଦି ଭକ୍ତି ଯାହାକୁ ଭଲ ଲାଗେ ନାହିଁ, ସେହି ସେହି ବିଚରାଙ୍କ ବୁଦ୍ଧିକୁ ତ , ଜାଣନ୍ତୁ ଦୈବ ହିଁ ହରଣ କରି ନେଇଛି ; କାରଣ ସେମାନେ କେବଳ ଇନ୍ଦ୍ରିୟଜନିତ ନାମକୁମାତ୍ର ସୁଖ ନିମନ୍ତେ ବ୍ୟାକୁଳ ହୋଇ ନିରନ୍ତର ଦୁଷ୍କର୍ମରେ ହିଁ ବୁଡି ରହିଥାନ୍ତି । ସେପରି ଲୋକେ ବାରମ୍ବାର କ୍ଷୁଧା-ତୃଷ୍ଣା ହେତୁ, ବାତ-ପିତ୍ତ-କଫ ଆଦି ତିଧାତୁ ହେତୁ,ଶୀତ-ଉଷ୍ଣ, ବାୟୁ ଓ ବର୍ଷା ହେତୁ,ପାରସ୍ପରିକ କଳହ ହେତୁ , ତଥା ଦୁଃସହ କାମକ୍ରୋଧ ହେତୁ ବାରମ୍ବାର କଷ୍ଟ ପାଆନ୍ତି।
ଭଲପାଇବା ଆଉ ମ୍ରୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି।ଭଲପାଇବା ମନ କିଣି ନେଇଥାଏ ଆଉ ମ୍ରୃତ୍ୟୁ ପ୍ରାଣ ଛଡେଇ ନେଇଥାଏ।
ସମ୍ପର୍କ ଯାହା ସହ ବି ରଖୁଛ,ସେତିକି ରଖ ଯେତିକି ତୁମ ପାଇଁ ଦରକାର।କାରଣ ପ୍ରକୃତିର ନିୟମ ଅଛି ଫଳ ଅତି ମିଠା ହେଲେ ସେଥିରେ ପୋକ ଲାଗିଥାଏ।
ଭୋଜନର ମୂଲ୍ୟ ଭୋକରେ ଥିବା ବ୍ୟକ୍ତି ବୁଝି ଥାଏ, ଏବଂ ଈଶ୍ୱରଙ୍କ ମୂଲ୍ୟ ଦୁଃଖ ସମୟରେ ବୁଝେ। କଥା ଟି ଛୋଟିଆ କିନ୍ତୁ ଏହା ସତ୍ୟ ଅଟେ।
ପାରୁଛେ ଯଦି କାହାକୁ ସତ କହି ଧୋକା ଦେବା କିନ୍ତୁ ମିଛ କହି କାହାକୁ ଆଶା ଦେବା ବା ବିଶ୍ବାସ ଭାଙ୍ଗିବା ଠିକ୍ ନୁହେଁ।
“ଦୟା” ବିନୟ ଭୂଷଣ କରିବା
ଆଶିର୍ବାଦ ବରଷିବା,
ପ୍ରତ୍ୟକ୍ଷ ରେ ହେଉ, ପରୋକ୍ଷ ରେ ହେଉ
କାହା ନିନ୍ଦା ନ କରିବା ।
ହାର୍ ଜିତ୍ ତ ଜୀବନରେ ଲାଗି ରହିବ, ହେଲେ ହାରିଗଲେ କେହି କେବେ ଦୁର୍ବଳ ହୋଇ ନ ଥାଆନ୍ତି ଦୁର୍ବଳ ତ ସେତେବେଳେ ହୋଇଥାନ୍ତି ଯେତେବେଳେ ସେମାନେ ଚେଷ୍ଟା ହିଁ କରି ନ ଥାଆନ୍ତି ।
ଆମ ଜୀବନରେ କେତେବେଳେ କଣ ହେବ ତାହା ଆଗରୁ ଆମ ଭାଗ୍ୟ ଉପରେ ନିର୍ଦ୍ଧାରିତ ହୋଇଥାଏ,ତେବେ ଆମେ ଆମର ଭାଗ୍ୟକୁ ତ ବଦଳାଇ ପାରିବା ନାହିଁ ତେଣୁ ଆମର ସ୍ବଭାବ କୁ ବଦଳାଇବାକୁ ଚେଷ୍ଟା କରିବା ଉଚିତ୍ ।
ବୟସ ବଢିବା ସହ ଆମ ହାତରୁ Pencil ଛଡେଇ ନେଇ Pen ଧରେଇ ଦିଅନ୍ତି । କାରଣ ଏହା ବୁଝେଇ ଦେବାକୁ ଯେ, ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ ।