Spread the love

ବ୍ରହ୍ମ ହିଁ ସତ୍ୟ

    ଯାହା ସୀମିତ, ଯାହାର ଆରମ୍ଭ ଓ ଶେଷ ରହିଛି ତାହା ମିଥ୍ୟା ଅଟେ । ଯାହା ଅତୀତରେ ଥିଲା, ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ରହିଥିବ ତାହାହିଁ ସତ୍ୟ । ତାହା ହେଉଛି ବ୍ରହ୍ମ । କେବଳ ସତ୍ୟହିଁ ଶାଶ୍ଵତ, ଅନିର୍ବଚନୀୟ , ଅନାଦି, ଅନନ୍ତ ଅଟେ । 
    ସାରା ନାମ - ରୂପ ଠାରୁ ଅଲଗା, ସେହି ପୁରାଣ ପୁରୁଷ - ଯାହାଙ୍କ ଠାରୁ ସବୁକିଛି ଉତ୍ପନ୍ନ ହୋଇଛି, ତାହା ବ୍ରହ୍ମ । ବ୍ରହ୍ମ ହିଁ ଆନନ୍ଦ ଓ ସୁଖର ମୂଳ ।
    ବ୍ରହ୍ମ ହିଁ ସାର ଅଟେ । ପଞ୍ଚକୋଶ ତ କେବଳ ଖୋଳ ସଦୃଶ । ଶରୀର, ମନ, ବୁଦ୍ଧି କେବଳ ବାହ୍ୟ ଆଚ୍ଛାଦନ ଯାହା ସତ୍ୟକୁ ଢାଙ୍କି ରଖିଛି ।
    ବ୍ରହ୍ମ ଏ ଜଗତକୁ ଅତିକ୍ରମଣ କରୁଛି । ଉତ୍ପତ୍ତି ତଥା ବିନାଶ  - ଏକ ଦୃଶ୍ୟ ଅଟେ । ଏହା ମାୟାର ଯାଦୁ । ବାସ୍ତବରେ କୌଣସି ବସ୍ତୁର ସୃଷ୍ଟି କିମ୍ବା ବିନାଶ ହୋଇନଥାଏ ।
    ବ୍ରହ୍ମ ଅନନ୍ତ ଅଟେ । ବ୍ରହ୍ମ ନିତ୍ୟ ଅଟେ । ବ୍ରହ୍ମ ହେଉଛି ଅମୃତତ୍ଵ । ଅସୀମ ଏକ ଅଟେ। ଅସୀମ କେବେ ଦୁଇ ହୋଇନପାରେ । ଯିଏ ଅପରିବର୍ତନଶୀଳ , ଅଦ୍ଵୈତ, ଅନାଦି, ଅନନ୍ତ, କାଳ ରହିତ, ଦେଶ ରହିତ, କାରଣ ରହିତ, ତାହାହିଁ ଅସୀମ ଅଟେ । ବ୍ରହ୍ମରେ ଭେଦ ନାହିଁ ।  ବ୍ରହ୍ମ ସ୍ୱୟଂ ପ୍ରକାଶ ତଥା ପରିପୂର୍ଣ । ବ୍ରହ୍ମ ଅଜନ୍ମା, ଅମର, ଶୁଦ୍ଧ ଚୈତନ୍ୟ ତଥା ଜ୍ଞାନ ସ୍ୱରୂପ । ବ୍ରହ୍ମ ସତ୍ୟର ସତ୍ୟ ଓ ଆତ୍ମା ମାନଙ୍କର ଆତ୍ମା ଅଟେ ।

ସ୍ଵାମୀ ଶିବାନନ୍ଦ ସରସ୍ଵତୀ

Leave a Reply

Your email address will not be published. Required fields are marked *