Spread the love

Biswaraj Nayak(FB)-

ନଅଙ୍କ ଦୁର୍ଭିକ୍ଷ ବେକେ ରେଭେନ୍ସା ସାହେବ୍ ପ୍ରଶାସନିକ ସ୍ତରରେ ବିଫଳ ହୋଇଥିଲେ, ଯଦିଓ ସେ ଜୁଲାଇ ୧୮୬୫ ରେ ଦାୟିତ୍ଵ ନେଇଥିଲେ ଓ ଦୁର୍ଭିକ୍ଷ ୧୮୬୬ ରୁ ଆରମ୍ଭ ହୋଇଥିଲା। ଦୁର୍ଭିକ୍ଷର ପ୍ରଭାବ ଓ ସେହି ବର୍ଷ ହେବାକୁ ଥିବା ଶସ୍ୟ ଉତ୍ପାଦନକୁ ନେଇ ତାଙ୍କ ଆକଳନ ଭୁଲ ଥିଲା।

ବ୍ରିଟିଶ ସରକାର ପରବର୍ତ୍ତୀ ସମୟରେ ବଜାର ମୂଲ୍ୟର ଚାରି ଗୁଣା ଦାମ୍ ଦେଇ ପ୍ରାୟତଃ ୯୫ ଲକ୍ଷ୍ୟ ଖର୍ଚ୍ଚ କରି ଯେଉଁ ଶସ୍ୟ କିଣିଲେ, ତାହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପଠା ଯାଇ ପାରି ନ ଥିଲା ଗମନାଗମନ ବ୍ୟବସ୍ଥାର ଅଭାବ ହେତୁ। ରେଭେନ୍ସା ସାହେବ୍ ପରବର୍ତ୍ତୀ ସମୟରେ ନିଜ ଭୁଲକୁ ସ୍ବୀକାର ମଧ୍ୟ କରିଛନ୍ତି। ସେ ଭୁଲର ପ୍ରାୟଶ୍ଚିତ କୁହନ୍ତୁ ବା ଯାହା କୁହନ୍ତୁ, ସେ ଓଡ଼ିଆ ମାଧ୍ୟମରେ ଶିକ୍ଷାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି ପରବର୍ତ୍ତୀ ସମୟରେ।

ରେଭେନ୍ସା ମହାବିଦ୍ୟାଳୟ, କଲେଜିଏଟ୍ ସ୍କୁଲ୍ ଓ ଗାର୍ଲ୍ସ ସ୍କୁଲ ସେ ସବୁ ପ୍ରଚେଷ୍ଟାର ଫଳ। ରେଭେନ୍ସାଙ୍କ ନାମରେ ଏ ସବୁ ଶିକ୍ଷାନୁଷ୍ଠାନକୁ ନାମିତ କରିବାର ପ୍ରସ୍ତାବ ଦେଇଥିଲେ ତତ୍କାଳୀନ ମୟୂରଭଞ୍ଜ ରାଜା । ବାଙ୍କୀ, ଆଳି ଠାରେ ନଦୀ ବନ୍ଧ ନିର୍ମାଣ, କେନାଲ ଖୋଦନ, ଓ ରାସ୍ତା ନିର୍ମାଣ ଉପରେ ସେ ଗୁରୁତ୍ବ ଦେଇଥିଲେ।

ଯଦି ପ୍ରଶାସନିକ ବିଫଳତା ପାଇଁ ସେ ଘୃଣ୍ୟ, ତେବେ ନିଟ ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ ହେବା, UGC NET ପରୀକ୍ଷା ବାତିଲ ହେବା, ଏ ସବୁ ମନ୍ତ୍ରୀଙ୍କ ବିଫଳତା ନୁହେଁ କି ? ସେ ରାଜନୀତିରୁ ଅବସର ନିଅନ୍ତୁ, ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।

ଆଉ ରହିଲା କିଛି ବିତଣ୍ଡା ଯୁକ୍ତି, ଯେ କାହିଁକି ଆମେ ଏକ ଇଂରେଜ ଅଫିସରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନକୁ ନାମିତ କରିବା ?

ରବିବାରକୁ Lord’s day ହେଇଥିବା କାରଣରୁ Rest Day ବା ଛୁଟି ଦିନ ଭାବେ ପାଳନ କରୁଥିବା, କ୍ରିକେଟ ପଛରେ ପାଗଳ ହୋଇ ବୁଲୁଥିବା, ଏକ୍ସ ମାସ୍ ଛୁଟି ଦିନକୁ ଚାତକ ପ୍ରାୟ ଅନେଇ ରହିଥିବା, ଡାଇନିଂ ଟେବୁଲ୍, ଚେୟାର ଛାଡ଼ି ତଳେ ଚକା ମାଡ଼ି ବସି ପାରୁ ନ ଥିବା, ବନ୍ଧୁକୁ ଦେଖିଲେ ହାତ ମିଳାଉ ଥିବା, ଗ୍ରେଗୋରିଆନ କ୍ୟାଲେଣ୍ଡର ଉପରେ ନିର୍ଭରଶୀଳ ଥିବା, ଇଂରାଜୀ ଭାଷାରେ ଦକ୍ଷତା ପାଇବାକୁ ଚେଷ୍ଟା କରୁଥିବା ବା ଦକ୍ଷତା ଥିଲେ ତାକୁ ନେଇ ଗର୍ବ କରୁଥିବା, “ସୁଟ – ସାର୍ଟ – କୋଟ – ପ୍ୟାଣ୍ଟ୍ – ରେଳ ସେବା – ଡାକ ସେବା – ପାର୍ଲିଆମେଣ୍ଟ ବ୍ୟବସ୍ଥା – ପାଶ୍ଚାତ୍ୟ ଦେଶରୁ ଧାର ଆସିଥିବା ଭାରତୀୟ ପ୍ରଶାସନ ବ୍ୟବସ୍ଥା – ପାଶ୍ଚାତ୍ୟ ସ୍ବାସ୍ଥ୍ୟ ସେବା – ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା – ସୂତା କଳ – ଲୁହା କାରଖାନା” ପରି ଜିନିଷକୁ ଆଧୁନିକତା, ବିକାଶ ଓ ସଭ୍ୟତା ସହ ଯୋଡୁ ଥିବା ଲୋକ ” ଗୋଲାମ ମାନସିକତା ” ଉପରେ ଜ୍ଞାନ ବାଣ୍ଟିବା ଠିକ୍ କି ?
ଭାଗ୍ୟ ବା ନିୟତି ଯାହା କୁହ, ତାଙ୍କ ଦ୍ଵାରା ଶାସିତ ହେବା ଆମ ଭାଗ୍ୟରେ ଥିଲା ଓ ସେ ଶାସନ ଆମ ଜୀବନ, ପରିଚୟ, ମାନସିକତାର ଅଂଶବିଶେଷ ପାଲଟି ସାରିଛି।

ଯାହା ବି ହେଉ,

ବିଜେପି ପ୍ରଥମେ ନିଜ ନାମରୁ ଇଂରାଜୀ ଶବ୍ଦ ପାର୍ଟି ( Party) କାଢି ସାରୁ, ତା ପରେ ରେଭେନ୍ସା କଥା ଆମେ ଚିନ୍ତା କରିବା।

Leave a Reply

Your email address will not be published. Required fields are marked *