Spread the love

ଶ୍ରୀମଦ୍ ଭାଗବତ ଗୀତା ବିଷୟରେ ନିଶ୍ଚୟ କିଛି ଜାଣିବା ଦରକାର

ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?
ଉ- ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ଶୁଣାଇ ଥିଲେ।
ଓଁ- କେବେ ଶୁଣାଇ ଥିଲେ ?
ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।
ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?
ଉ- ରବିବାର।
ଓଁ- କୋଉ ତିଥିରେ ?
ଉ- ଏକାଦଶୀ।
ଓଁ- କୋଉଠି ଶୁଣାଇଥିଲେ ?
ଉ- କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।
ଓଁ- କେତେ ସମୟରେ ଶୁଣାଇ ଥିଲେ ?
ଉ- ପାଖା ପାଖି ୪୫ ମିନିଟରେ।
ଓଁ- କାହିଁକି ଶୁଣାଇ ଥିଲେ ?
ଉ- କର୍ତ୍ତବ୍ୟ ରୁ ଓହରି ଯାଇଥିବା ଅର୍ଜୁନ ଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତ ରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।
ଓଁ- ଗୀତାରେ କେତେ ଅଧ୍ୟାୟ ?
ଉ- ୧୮ ଅଧ୍ୟାୟ।
ଓଁ- କେତୋଟି ଶ୍ଳୋକ ଅଛି ?
ଉ- ୭୦୦ ଶ୍ଳୋକ।
ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
ଉ- ଜ୍ଞାନ-ଭକ୍ତି-କର୍ମ ଯୋଗ ର ବିସ୍ତୃତ ବ୍ୟାଖ୍ୟା କରାଯାଇଛି।ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
ଓଁ- ଅର୍ଜୁନ ଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
ଉ- ଉପନିଷଦ ରେ।
ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
ଉ- ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
ଓଁ- ଗୀତାର ଅନ୍ୟ ନାମ କଣ ?
ଉ- ଗୀତୋପନିଷଦ।
ଓଁ- ଗୀତାର ସାର କଣ ?
ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
ଉ- ଶ୍ରୀ କୃଷ୍ଣ- ୫୭୪, ଅର୍ଜୁନ- ୮୫, ଧୃତରାଷ୍ଟ୍ର- ୧ ଓ ସଞ୍ଜୟ- ୪୦।

Leave a Reply

Your email address will not be published. Required fields are marked *