Spread the love

ବିଶିଷ୍ଟ ସମାଜସେବୀ ବରିଷ୍ଠ ନାଗରିକ ଯାମିନୀକାନ୍ତ ପଟ୍ଟନାୟକଙ୍କ ପରଲୋକ
ତା ୧୯/୦୨ : ଦର୍ଶନ ସମୀକ୍ଷା
ଅବିଭକ୍ତ କଟକ ଜିଲ୍ଲା ୨୨ ମୋୖଜ଼ାସ୍ଥିତ ବାଗଲପୁର ଗ୍ରାମର ଜାମିନୀକାନ୍ତ ପଟ୍ଟନାୟକ( ଗୁଲୁ ଭାଇ) ଙ୍କର ୮୯ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ତା ୧୮/୨/ ୨୬ ରିଖ ସନ୍ଧ୍ୟା ୭. ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୭୦ ବର୍ଷ ଧରି କଟକରେ ଅବସ୍ଥାନ କରିବାସହ ବହୁ ସାମାଜିକ ଏଵଂ ଧର୍ମାନୁଷ୍ଠାନ ସହ ଜଡିତ ରହି ସାମାଜିକ କାର୍ଯ୍ୟକ୍ରମମାନ କରି ଆସୁଥିଲେ। ସେ ଜଣେ ସରଳ, ସଚୋଟ, ସ୍ନେହୀ, ମେଳାପୀ ଅମାୟିକ, ସତ୍ୟବାଦୀ,ଧର୍ଯ୍ୟବାନ ଓ ବିଚା୍ରବନ୍ତ ପୁରୁଷ ଥିଲେ।
ସୂଚନାଯୋଗ୍ୟ ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଶାର ପୂର୍ବତନ ରାଜସ୍ବ ମନ୍ତ୍ରୀ ବାଂକବିହାରୀ ଦାସ ଏଵଂ ଓଡିଶା ହାଇକୋର୍ଟର ପୂର୍ବତନ ଏ ଜି ବାରିଷ୍ଟର ଗୋବିନ୍ଦ ଦାସଙ୍କ ସଢୁ ଅଟନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ସାନ ଭାଇ, ସାନ ଭାଇବୋହୁ,ପୁତ୍ର, ପୁତ୍ରବଧୂ,ପୁତୁରା , ପୁତୁରା ବୋହୁ,ଝିଅ ଜ୍ୱାଇଁ ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ୬ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ବିଳାସମଞ୍ଜରୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରଲୋକରେ ସମଗ୍ର ବାଗଲପୁର ଅଞ୍ଚଳ ଏଵଂ କଟକରେ ଶୋକର ଛାୟା ଖେଳିଯାଇଛି। ଆଜି ଦିବା ୧୧ ଘଟିକା ସମୟରେ ତାଙ୍କ ମରଶରୀର କଟକ ସି ଡି ଏ ୧୩ ନମ୍ବର ସ୍ଥିତ ତାଙ୍କ ବାସଭବନରୁ ସତୀଚଉଁରା ଶ୍ମଶାନକୁ ନିଆଯାଇ ଦାହ ସଂସ୍କାର କରାଯାଇଛି। ତାଙ୍କ ଦାହ ସଂସ୍କାର କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିଥିଲେ।
ମନୋରଞ୍ଜନ ମହାନ୍ତି
ମୋ :-୯୪୩୭୨୮୭୯୨୨

Leave a Reply

Your email address will not be published. Required fields are marked *