ଜଙ୍ଗଲ ନିଆଁ ନିବାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୈଠକ ।
ବନବିଭାଗ ର ଆଉ ଏକ ପ୍ରୟାସ
ଦର୍ଶନ ସମୀକ୍ଷା, ବଡ଼ବିଲ
ତା -20/02/2025
ଆଜି ବଡ଼ବିଲ ଟାଉନ ହଲ ଠାରେ ବନାଞ୍ଚଳ ଅଧିକାରୀ ସଂଜୀବ ରାଉତଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା କୁ ନେଇ ଏକ କର୍ଯ୍ୟକର୍ମ କରାଯଇଥିଲା।
ଜଙ୍ଗଲ ଆମର ଜୀବନର ଅଂଶ। ଏହାର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସରକାରଙ୍କ ପଦକ୍ଷେପ ସହିତ ସାଧାରଣ ଲୋକଙ୍କ ସଚେତନତା ଓ ସହଯୋଗ ଦ୍ୱାରା ଜଙ୍ଗଲ ନିଆଁକୁ ନିବାରଣ ଓ ନିରାକରଣ କରିହେବ। ଆମେ ସମସ୍ତେ ମିଶି ଜଙ୍ଗଲକୁ ସୁରକ୍ଷିତ ରଖିଲେ ପରିବେଶ ସୁସ୍ଥ ଓ ସୁନ୍ଦର ରଖି ପାରିବା ବୋଲି ବଡ଼ବିଲ ଠାରେ ଆୟୋଜିତ ଜଙ୍ଗଲ ନିଆଁ ନିବାରଣ ଓ ନିରାକରଣ ସଂପର୍କୀତ ବୈଠକରେ ଆହ୍ଵାନ ଦିଆଯାଇଛି । ଏହି ବୈଠକରେ ଆଡ଼ିସନାଲ୍ ତହସିଲଦାର, ବଲାଣି ଥାନା ନିରୀକ୍ଷକ, ଅଗ୍ନିଶମ ଅଧିକାରୀ, ବଡ଼ବିଲ ଥାନା ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ସ୍କୁଲ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ । ଜଙ୍ଗଲକୁ ବନାଗ୍ନି ମୁକ୍ତ କରିବା ପାଇଁ ଅନ୍ୟମାନଙ୍କୁ ସଚେତନ କରାଇବା ସହିତ ନିଆଁ ଲାଗିଥିବା ଜାଣିଲେ ତୁରନ୍ତ କଣ୍ଟ୍ରୋଲ ରୁମ୍ ନମ୍ବରକୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା । ସେହିପରି ପାଣି, ବାଲି ଓ ଗଛ ଡାଳ ଦ୍ୱାରା କିପରି ନିଆଁ ଲିଭାଇ ହେବ ସେନେଇ ମଧ୍ୟ ଅବଗତ କରାଯାଇଥିଲା ।












Leave a Reply