ଗଜପତି ସମ୍ବାଦ // ନବନିଯୁକ୍ତ ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ,ପିତୃ -ମାତୃ ହୀନ 3 ଅସହାୟ ଶିଶୁଙ୍କ ସମସ୍ତ ଦାୟିତ୍ୱ ନେଲେ ଗଜପତି ପ୍ରଶାସନ ଓ ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ ଭରଣ ପୋଷଣ ଓ କଲ୍ୟାଣ ଆଇନ

Spread the love

ନବନିଯୁକ୍ତ ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପାରଳାଖେମୁଣ୍ଡି, 18/2(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି. ଗଜପତି ଜିଲ୍ଲା ବିଜେଡି ଦଳର ସୁଦକ୍ଷା ସଂଗଠିକା ସଂଯୁକ୍ତା ବେହେରାଙ୍କୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେବା ପରେ ଜିଲ୍ଲା ବିଜେଡି ଶିବିର ଉତ୍ସାହିତ ହୋଇଛି। ନବନିଯୁକ୍ତ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ବେହେରା ପ।ରଳାଖେମୁଣ୍ଡି ସହରର ହାଇସ୍କୁଲ ଛକରେ ଥିବା ବିଜୁ ପଟ୍ଟନ।ୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ ଜିଲ୍ଲାରେ ଦଳକୁ ଆହୁରି ସଶକ୍ତ କରିବାକୁ ତୃଣମୂଳସ୍ତରରେ ଉଦ୍ଯମ କରି କରିବେ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ, ଉପାଧ୍ଯକ୍ଷ ରଘୁରାମ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଲେଙ୍କା ସୀମାଦ୍ରି, ଛାତ୍ର ବିଜେଡି ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ସହ ଜିଲ୍ଲାର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ପିତୃ -ମାତୃ ହୀନ 3 ଅସହାୟ ଶିଶୁଙ୍କ ସମସ୍ତ ଦାୟିତ୍ୱ ନେଲେ ଗଜପତି ପ୍ରଶାସନ ପାରଳାଖେମୁଣ୍ଡି, 18/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମେରାପର୍ଲି ପଞ୍ଚାୟତ ଲୁଡୁରୁ ଗ୍ରାମରୁ ଜିଲ୍ଲା ପ୍ରଶାସନ ୩ ଅସହାୟ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏହି ଗ୍ରାମର ମାର୍ସଲ ନାୟକଙ୍କ ସ୍ତ୍ରୀ ସାବିତ୍ରୀ ନାୟକ ୪ ବର୍ଷ ପୂର୍ବେ ୩ ଶିଶୁଙ୍କୁ ଛାଡି ଦ୍ଵିତୀୟ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି। ମାର୍ସଲ ନାୟକ ଅତ୍ଯନ୍ତ ଗରିବ ହୋଇଥିବାରୁ ପିଲାଙ୍କ ଭରଣପୋଷଣ ପାଇଁ ଦାଦନ ଖଟିବାକୁ ଗୋଆ ରାଜ୍ୟକୁ ଚାଲିଯାଇଥିଲେ। ହେଲେ ବିଧୂର ବିଧାନ ଅଲଗା ଥିଲା। ୨୦୨୨ରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ତାଙ୍କ ତିନି ସନ୍ତାନ ଗ୍ରାମରେ ତାଙ୍କ ଭଉଣୀ ଲରେନସା ନାୟକଙ୍କ ନିକଟରେ ରହୁଥିଲେ। ୩ ପିଲାଙ୍କ ମଧ୍ୟରେ ୨ ଝିଅ ରହିଥ‌ିବା ବେଳେ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୫ ହୋଇଥିବା ବେଳେ ପୁଅର ବୟସ ୧୪ ଏବଂ ସାନ ଝିଅର ବୟସ ୯। ମାର୍ସଲଙ୍କ ମୃତ୍ୟୁ ପରେ ତାଙ୍କ ତିନି ସନ୍ତାନ ଅସହାୟ ହୋଇପଡିଥିଲେ | ମୋହନା ବିଡିଓ ଏ ବିଷୟ ଜାଣିବା ପରେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମୋହନା ଶିଶୁ ଯତ୍ନ ଅନୁଷ୍ଠାର ପରିଚାଳକଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ୩ ଶିଶୁଙ୍କୁ ଉଦ୍ଧାର କରିଥିଲେ | ଉଦ୍ଧାର କରିବା ପରେ ପ୍ରଥମେ ଶିଶୁ କଲ୍ୟାଣ ସମିତିଙ୍କ ନିକଟରେ ଶିଶୁମାନଙ୍କୁ ଉପସ୍ଥାପନ କରାଯାଇଥିଲା। ଶିଶୁଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ ଶିଶୁ କଲ୍ୟାଣ ସମିତି ସେମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମରେ ରହିବା ପାଇଁ ସୁପାରିସ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ରହିବା, ଖାଇବା ଓ ପାଠ ପଢିବା ଦାୟିତ୍ବ ନିଆଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।
ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି,୧୮.୦୨(ତାରିଣୀ ପ୍ରସାଦ ପଣ୍ଡା):

ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ , ପାରଳାଖେମୁଣ୍ଡି ଠାରେ ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନନାଗ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଏଲ୍.ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାରଳାଖେମୁଣ୍ଡି, ଶ୍ରୀମତି ଦେବଶ୍ରୀ ବ୍ରହ୍ମା, ରାଜ୍ୟ ପ୍ରକଳ୍ପ ସଂଯୋଜକ, ହେଲ୍ପ ଏଜ ଇଣ୍ଡିଆ, ଭୁବନେଶ୍ବର, ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା, ଉପଦେଷ୍ଟା, ଗ୍ରାମାଞ୍ଚଳ ଉନ୍ନତି ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ,ଗୁରାଣ୍ଡି, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାଢୀ , ସଭାପତି , ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ, ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ରାମଚନ୍ଦ୍ର ପାଢୀ, ସଭ୍ୟ , ବରିଷ୍ଠ ନାଗରିକ ମଞ୍ଚ, ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ମଞ୍ଚ ପରିଚାଳନା କରିଥିଲେ । ଏହି କର୍ମଶାଳା ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପୋଲିସ କର୍ମଚାରୀ ଗଣ, ଆଶ୍ରା ଜରାଶ୍ରମ ର ଅନ୍ତେବାସୀ ବୃନ୍ଦ ଓ ବିଭିନ୍ନ ବ୍ଲକ ରୁ ଆସିଥିବା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଙ୍କର କର୍ମଚାରୀ ମାନେ ଏହିପରି ଭାବେ ମୋଟ ଶହେ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଶ୍ରୀମତି ବ୍ରହ୍ମା “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ଅଧିନରେ ଥିବା ବିଭିନ୍ନ ସୁବିଧା ଗୁଡିକ ବିଷୟରେ ଜଣାଇଥିଲେ ।
ସଭା ଶେଷରେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *