Spread the love

ଧାନମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ପ୍ରଦୀପ କୁମାର ପଣ୍ଡା (ଦର୍ଶନ ସମୀକ୍ଷା)

ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି।

ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳରେ ଚାଷୀ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିଜେଡି ପ୍ରତିବାଦ କରିଥିଲା । ନକଲି ଚାଷୀ କହି କାହିଁକି ଚାଷୀଙ୍କୁ ଅପମାନ କରୁଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । କଂଗ୍ରେସ ବି ପ୍ରତିବାଦରେ ସାମିଲ ହୋଇଛି । ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଧାନ ରଖି ପ୍ରତିବାଦ କରିଥିଲେ ବିଜେଡି ଏବଂ ପ୍ରତିବାଦରେ ବାମପନ୍ଥୀ ବିଧାୟକ ବି ସାମିଲ ହୋଇଥିଲେ । ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହକୁ ଅପରାହ୍ନ ୪ଟା ଯାଏଁ ମୂଲତବି ଘୋଷଣା କରିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *