ରାଜ୍ୟସଭାରେ ସୁପ୍ରତିନିଧିତ୍ବ ପାଇଁ ଦଳିୟ ନେତୃତ୍ୱ ଚିନ୍ତା କରିବେ କି?: ବି ରାମଚନ୍ଦ୍ର ସି ଏସ୍ ଟି ଭୋଲଟେୟାର
ଭୁବନେଶ୍ୱର,୧୮/୨: (ଦର୍ଶନ ସମୀକ୍ଷା)
ଆମ ଦେଶର ପାର୍ଲିଆମେଣ୍ଟ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଗଠିତ ହୋଇଥିବା ବେଳେ ଲୋକସଭା ଗଠନ ତୃଟିପୂର୍ଣ୍ଣ ରହିଛି ବୋଲି ଆମୋଫୋଇର ସଭାପତି ମାନସ ଜେନା, ଏଫ୍ ପି ଆଇ ସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ଆଚାର୍ଯ୍ୟ, ସମ୍ପାଦକ ବି ରାମଚନ୍ଦ୍ର ସି ଏସ୍ ଟି ଭୋଲଟେୟାର ଓ ସହ ସଂସ୍ଥାପିକା ଶ୍ରିମତୀ ସ୍ବପ୍ନା ବିଜୟିନୀ ସ୍ଥାନୀୟ ବୁଦ୍ଧ ବିହାର ସମ୍ମିଳନୀ କକ୍ଷରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାଜ୍ୟସଭା ନିର୍ବାଚନ ପ୍ରତ୍ୟେକ ରାଜ୍ୟର ବିଧାୟକଙ୍କ ହାତରେ ରହିଛି। ଯେହେତୁ ଆନୁପାତିକ ପ୍ରତିନିଧିତ୍ୱ ବିଧାନସଭାରେ ନାହିଁ, ସେଥିପାଇଁ ରାଜ୍ୟରେ ରାଜନୈତିକ ଦଳମାନଙ୍କର ପ୍ରତିନିଧିତ୍ୱ ଠିକ୍ ଭାବରେ ହେଉନାହିଁ। ଏମାନଙ୍କ ଭୋଟରେ ରାଜ୍ୟସଭା ନିର୍ବାଚନ କଲାବେଳକୁ ପରିଣତି ଖରାପ ହୋଇଯାଉଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟସଭାରେ ଓଡ଼ିଶା ପାଇଁ ୧୦ଟି ଆସନ ଥିବାବେଳେ ଗତ ବିଧାନସଭା ନିର୍ବାଚନରେ ମିଳିଥିବା ଭୋଟ ଅନୁସାରେ ବିଜେଡି ଓ ବିଜେପି ୪ଟି ଲେଖାଏଁ ଆସନ, ବଳକା ୨ଟି ଆସନ ମଧ୍ୟରୁ ଗୋଟିଏ କଂଗ୍ରେସ ଓ ଗୋଟିଏ ସ୍ବାଧୀନ କିମ୍ବା କୌଣସି ଛୋଟ ଦଳର ନେତା ପାଇବା କଥା। ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ ଆମୋଫୋଇ ସଂସ୍ଥାର ବିଚାର ଅନୁସାରେ ରାଜ୍ୟସଭାର ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ନହୋଇ ୫ବର୍ଷ ହେଉ ଏବଂ ବିଧାନ ସଭା ପାଇଁ ହୋଇଥିବା ନିର୍ବାଚନର ଭୋଟ ହାର ଫଳାଫଳ ଭିତ୍ତିରେ ରାଜ୍ୟସଭାକୁ ସଦସ୍ୟମାନଙ୍କୁ ପଠାଯାଉ। ଏହା କରାଗଲେ ରାଜନୈତିକ ନ୍ୟାୟ ରାଜ୍ୟସଭାରେ ଦେଖିବାକୁ ମିଳିବ ଏବଂ ବି. ରାମଚନ୍ଦ୍ର ସିଏସଟି ଭୋଲଟେୟାରଙ୍କ ଭଳି ଦୃଢମନା ସଂସ୍କାରବାଦୀ ବ୍ୟକ୍ତିଙ୍କୁ ରାଜ୍ୟସଭାର ୪ର୍ଥ ଆସନ ଦିଆଯାଉ ବୋଲି ଆମୋଫୋଇ ଓ ଏଫ୍ ପି ଆଇ ଦୃଢ଼ ଦାବି କରିଛି।











Leave a Reply