ଚିନ୍ମୟୀ ନର୍ସରୀ ସ୍କୁଲର ବାର୍ଷିକ ଉତ୍ସବ
ଭୁବନେଶ୍ବର, : (ଦର୍ଶନ ସମୀକ୍ଷା)
ଭୁବନେଶ୍ବରସ୍ଥିତ ସହିଦନଗର ଠାରେ ଚିନ୍ମୟୀ ନର୍ସରୀ ସ୍କୁଲ ତାହାର ୨୨ ତମ ଉତ୍ସବ ପାଳନ କରିଛି, ଚିନ୍ମୟୀ ନର୍ସରୀ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡ଼. ଜୟଶ୍ରୀ ମହାପାତ୍ର ସଦସ୍ୟା ଆଇନସେବା ପ୍ରାଧୀକରଣ, ନିର୍ଦ୍ଦେଶିକା ମହିଳା ଆଇନ୍ ସହାୟତା କେନ୍ଦ୍ର (ପୁରୀ), ଶ୍ରୀମତୀ ଶୋଭେଦିତା ରାୟ ଆଇନଜୀବି, ସାମାଜିକ କର୍ମୀ, ଶ୍ରୀମତୀ ଦୀପ୍ତିପ୍ରଭା ରଥ, ଶିକ୍ଷୟତ୍ରୀ, ସଂସ୍ଥାପିକା, ଲେଖିକା, ସାମାଜିକ କର୍ମୀ, ଉପସ୍ଥିତ ରହି ବହୁମୂଲ୍ୟ ବାର୍ତ୍ତା ପିଲାମାନଙ୍କୁ ପ୍ରଦାନ କରିଥିଲେ |

ସଂସ୍ଥାପିକା ଶ୍ରୀମତୀ ପ୍ରଭାତି କରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇପାରିଥିଲା, ଶ୍ରୀମତୀ ରଶ୍ମିବାଳା ରାଉତ, ଶ୍ରୀମତୀ ମିନାକ୍ଷୀ ସ୍ବାଇଁ, ଶ୍ରୀମତୀ ବନାନୀ ପଟ୍ଟନାୟକ, ଶ୍ରୀମତୀ ମୃଣମୟୀ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ | କୁନି କୁନି ପିଲାମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା |












Leave a Reply