ରାଜଗାଙ୍ଗପୁର ପୋଲିସ ଅମାନିଆ ମୋଟର ସାଇକେଲ ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ :-
ସୁନ୍ଦରଗଡ଼ , (ଦର୍ଶନ ସମୀକ୍ଷା)
ରାଜଗାଙ୍ଗପୁର ସହରରେ ଅମାନିଆ ମୋଟର ସାଇକେଲ ମାଲିକଙ୍କ ବିରୁଦ୍ଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୧ ଟି ମୋଟର ସାଇକେଲରେ ଲାଗିଥିବା ଅତ୍ୟାଧୁନିକ ସାଲାଇନ୍ସର ଗାଡିକୁ ଜବତ କରି 45,000/- ଟଙ୍କା ର ଫାଇନ ଆଦାୟ କରିଚ୍ଛି। ରାଜଗାଙ୍ଗପୁର ପୋଲିସ ଦ୍ୱାରା ବାରମ୍ବାର ଚେତାବନୀ ମିଳିବା ସତ୍ୱେ କିଛି ମୋଟର ସାଇକେଲ ମାଲିକ ନିଜ ଗାଡି ରେ ଅତ୍ୟାଧୁନିକ ସାଲାଇନ୍ସର ଦ୍ୱାରା ଶବ୍ଦ ପ୍ରଦୂଷଣ କରୁଥିବା ମାମଲା ସହରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା l ଏହାକୁ ନଜରରେ ରଖି ରାଜଗାଙ୍ଗପୁର ପୋଲିସ ବିଳମ୍ବିତ ସନ୍ଧ୍ୟାରେ ଏମ ଭି ଚେକିଂ ଅଭିଯାନ କରି ଅମାନିଆ ମୋଟର ସାଇକେଲ କୁ ଧରିବାରେ ସଫଳ ହୋଇଥିଲେ, ପୋଲିସ ଦ୍ୱାରା ଏହିପରି କାର୍ଯ୍ୟକୁ ସହରରେ ବୁଦ୍ଧିଜୀବି ମହଲ ରେ ବେଶ ପ୍ରଶଂସା କରୁଥିବା ବେଳେ ଅମାନିଆ ଗାଡି ଚାଲାକ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।












Leave a Reply