Spread the love

ଜିଲ୍ଳା ପ୍ରଶାସନ ତରଫରୁ ବରିଷ୍ଠ ନାଗରିକଙ୍କ କବିତା ପାଠୋତ୍ସବ
…………………..
ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟlଳୟ ସଭାଗୃହ ଠାରେ ଜିଲ୍ଳା ପ୍ରଶାସନ ତରଫରୁ ବରିଷ୍ଠ ନାଗରିକଙ୍କ ସ୍ଵରଚିତ କବିତା ପାଠ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତି ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଜିଲ୍ଲାପାଳ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ବିଚାରକଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ ଓ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇଥିଲେ l କବିତା ପାଠୋତ୍ସବରେ କୋଡିଏ ଜଣ ବରିଷ୍ଠ କବି ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ l କବିତା ପାଠୋତ୍ସବରେ ବିଭିନ୍ନ ବିଷୟ ଉପରେ କବିତା ପାଠ ସ୍ରୋତlମାନଙ୍କୁ ଆନନ୍ଦ ଓ ଖୁସି ଦେଇଥିଲା l ବିଚାରକଙ୍କ ବିଚାରରେ ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ ଓ ସୁରେଶ ଚନ୍ଦ୍ର ସ୍ୱାଇଁଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ ବିଜେତା କବି ମାନଙ୍କୁ ଆସନ୍ତା କୋଡିଏ ତାରିଖରେ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସୂଚନା ପ୍ରଦାନ କରିବା ପରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *