ଗଜପତି ସୂପର ଫାଷ୍ଟ //ଓଡ଼ିଆ ନାଟ୍ୟ ଆନ୍ଦୋଳନର ପ୍ରବାଦ ପୁରୁଷ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୮ତମ ଜୟନ୍ତୀ, ଏବଂ ପାରଳାରେ 6 ଦିନିଆ ଦୋଳ ଉତ୍ସବ ସଫଳତାର ସହ ପାଳନ ପାଇଁ ପୂର୍ବତନ ବିଧାୟକଙ୍କୁ ଭେଟିଲେ କମିଟି ସଦସ୍ୟ ଓ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ -ତାରିଣୀ ପ୍ରସାଦ ପଣ୍ଡା ଦର୍ଶନ ସମୀକ୍ଷା

Spread the love

ଓଡ଼ିଆ ନାଟ୍ୟ ଆନ୍ଦୋଳନର ପ୍ରବାଦ ପୁରୁଷ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୮ତମ ଜୟନ୍ତୀ
ପାରଳାଖେମୁଣ୍ଡି, 17/2 (ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ସ୍ଥାନୀୟ ଉତ୍କଳ ହିତୈଷୀଣି ସମାଜ ସଭାଗୃହ ଠାରେ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୮ତମ ଜୟନ୍ତୀ ଅନୁଷ୍ଠିତ ହୋଇସାରିଛି। ଆପନ୍ନା ପରିଛା ସ୍ମତି ସଂସଦ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ତଥା ଐତିହାସିକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଅତିଥି ,ଏବଂ ଡ.ସୁଜିତ୍ କୁମାର ପଣ୍ଡା, ଡ. ବିପ୍ଳବ ରଞ୍ଜନ ପ୍ରଧାନ, ଡ଼.କଲ୍ୟାଣୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଯଥାକ୍ରମେ ମୁଖ୍ୟବକ୍ତା, ସମ୍ମାନନୀୟ ଅତିଥିଭାଗି ଯୋଗ ଦେଇଥିଲେ ।ଏହିଅବସରରେ ମୁଖ୍ୟବକ୍ତା ଡ. ସୁଜିତ୍ କୁମାର ପଣ୍ଡା ଙ୍କୁ ଆପନ୍ନl ପରିଛା ସ୍ମୃତି ସମ୍ମାନ’୨୬, ଶିକ୍ଷାବିତ୍ ଦେବାଶିଷ ମହାପାତ୍ରଙ୍କୁ ଆପନ୍ନା ପରିଛା ପ୍ରତିଭା ସମ୍ମାନ ‘୨୫, ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ରୋହିଣୀ କୁମ୍ଭଙ୍କୁ ଶିଶୁ ପ୍ରତିଭା ସମ୍ମାନ -‘୨୫ ପ୍ରଦାନ କରାଯାଇଥିଲା। ସମ୍ପାଦକ ମୂରଲୀଧର ପରିଛା ,ବିବରଣୀ ପାଠ କରିଥିଲେ।ଅଧ୍ୟାପିକା ଶ୍ୱେତl ପଟ୍ଟନାୟକ,ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ,ଗାୟତ୍ରୀ ପଟ୍ଟନାୟକ,ସ୍ନେହାବେହେରା, ଶୁଭ୍ରl ସୁସେଖର ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ, ଆର୍ତ୍ତତ୍ରାଣ ଚଇନି,ସଂଗୀତା ପାତ୍ର, ତ୍ରିପତି ପଣ୍ଡା, ବିଷ୍ଣୁ ପଣ୍ଡା,ସୁଜ୍ଞାନ ଚାନ୍ଦ ବ୍ରହ୍ମା, ଆଶାଲତା ପାଣିଗ୍ରାହୀ, ଡ.ରମକୃଷ୍ନୂ ପରିଛା, ହରପ୍ରସାଦ ସୁଆରୋ, ପ୍ରମୋଦ ପାଢ଼ୀ, ଭାରତ ଭୁଷଣ ମହାନ୍ତି,ପ୍ରଭୃତି ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ପାରଳାରେ 6 ଦିନିଆ ଦୋଳ ଉତ୍ସବ ସଫଳତାର ସହ ପାଳନ ପାଇଁ ପୂର୍ବତନ ବିଧାୟକଙ୍କୁ ଭେଟିଲେ କମିଟି ସଦସ୍ୟ ପାରଳାଖେମୁଣ୍ଡି,17/2(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ଠାରେ 6 ଦିନିଆ ଦୋଳ ଉତ୍ସବ ପାଳନ ପାଇଁ କମିଟି ସଦସ୍ୟମାନେ ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କୁ ଭେଟି ଦୋଳ ଉତ୍ସବରେ ସମସ୍ତ ସହଯୋଗ କରିବା ପାଇଁ ସାକ୍ଷତ କଲେ. ଆସନ୍ତା ୨୭ ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ 6 ଦିନିଆ ପ୍ରସିଦ୍ଧ ଦୋଳଯାତ୍ରା ପାଳିତ ହେବ | ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଶେଷ ପୂଜାର୍ଚ୍ଚନା କରାଯିବ। ହେଲେ ଏହି ଉତ୍ସବ ପାଳନ ପାଇଁ ସରକାରୀ ବା ପ୍ରଶାସନିକ ସହାୟତା ସଠିକ ଓ ଆବଶ୍ୟକ ଭାବେ ମିଳୁ ନ ଥିବା ନେଇ ପୂର୍ବତନ ବିଧାୟକ ଶ୍ରୀ ରାଓଙ୍କୁ କମିଟି ସଦସ୍ୟ ଜଣାଇଥିଲେ | ଯାହାକୁ ନେଇ ଶ୍ରୀ ରାଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ସମ୍ଭବ ସହାୟତା ପାଇଁ ଆବଶ୍ୟକ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ ବିଧାୟକଙ୍କୁ ସାକ୍ଷାତ ଆଲୋଚନା ବେଳେ ଦୋଳ ଉତ୍ସବ କମିଟି ଦେବେନ୍ଦ୍ର ମିଶ୍ର, ଗଣେଶ ପଟ୍ଟନାୟକ, ରାଜେନ୍ଦ୍ର ବେହେରା, ମଙ୍ଗଳା ପଟ୍ଟନାୟକ, ମନୋଜ ପଟ୍ଟନାୟକ, ମିଟୁ ମିଶ୍ର, ଦିଲୀପ ରଥ, ନରସିଂହ ଗୌଡ, ଏନ୍ ଜଗତଜୀବନ ରାଓ ଓ ଜେ. ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ |
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି,17/2(ତାରିଣୀ ପ୍ରସାଦ ପଣ୍ଡା): ଗଜପତି

ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ଵୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀରେ ଯୋଗଦାନ କରି କାଶୀନଗର ପଞ୍ଚାୟତ ସମିତିର ସମୁଦାୟ ମୋଟ-୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା -୨୮ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୬ଜଣଙ୍କୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ୍ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା, ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାୟାମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ,ତହସିଲଦାର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *