ଗଜପତି ସ୍ପେଶଲ // ହାଇଦ୍ରାବାଦକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଅବକାରୀଟିମ ଦ୍ୱାରା ଗଞ୍ଜେଇ ଜବତ ଓ ଗଜପତି ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ମନୋନୀତ, ଗୌରବ ଆଣିଲେ କିଶୋର ରଥ ଜିତିଲେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରଞ୍ଜ ପଦକ

Spread the love

ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ହେଲେ ସଂଯୁକ୍ତା ବେହେରା।

ପାରଳାଖେମୁଣ୍ଡି, 16/2(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମିକ୍ଷା

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ମନୋନୀତ କରିଛନ୍ତି । ଏନେଇ ବିଧିବଧ ଭାବେ ପ୍ରେସନୋଟ ପ୍ରକାଶିତ ହେବାପରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମତୀ ବେହେରା । ସେ ଏନେଇ କହିଛନ୍ତି ଯେ ମୋତେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବରେ ନିଯୁକ୍ତି ଦେବା ପାଇଁ ଚୟନ କରାଯାଇଥିବାରୁ ଦଳୀୟ ସୁପ୍ରିମୋଙ୍କ ଠାରେ କୃତଜ୍ଞତା ଜଣାଉଛି ।

Oplus_131072

ଯେଉଁ ବିଶ୍ବାସ ଓ ଭରସାରେ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ତାକୁ ସୁଚାରୁ ରୂପେ ତୁଲାଇବି ଏବଂ ଆଗାମୀ ଦିନରେ ଜିଲ୍ଲାରେ ବିଜେଡି ଦଳକୁ ଆହୁରି ମଜବୁତ କରିବା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଏନେଇ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତିରାଓ, ହାଇଟେକ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖଙ୍କ ସମେତ ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଶ୍ରୀମତୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀମତୀ ବେହେରାଙ୍କ ନେତୃତ୍ବ ଜିଲ୍ଲାରେ ମହିଳା ମାନଙ୍କ ବିକାଶ ଘଟିବ ବୋଲି ଆଶା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟଯେ ଶ୍ରୀମତୀ ବେହେରା ଦୀର୍ଘ ବର୍ଷ ହେଲା ବିଜେଡିର ଜଣେ ସକ୍ରିୟ ମହିଳା କର୍ମୀ ଭାବେ ରହିଆସିଛନ୍ତି ଏବଂ ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ରହି ଦଳରେ ସୁପରିଚାଳନା କରିଆସିଛନ୍ତି।
ଗଜପତିରୁ ହାଇଦ୍ରାବାଦକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, 2 ଗିରଫ ପାରଳାଖେମୁଣ୍ଡି, 16/2 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଅବକାରୀଟିମ ଦ୍ୱାରା ଜବତ ହୋଇଛି. ଏହି ଘଟଣାରେ 2 ଜଣ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମୋହନା ଅବକାରୀ ବିଭାଗ ଓ ଗଜପତି ଜିଲ୍ଲା ମୋବାଇଲ ଟିମ ମିଳିତ ଚଢ଼ଉ କରି ୧୮ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ଗିରଫମାନେ ହେଲେ ଅନୁଗୁଳର ଦେବାଶିଷ ସାମଲ ଓ ମହାରାଷ୍ଟ୍ରର ସେକ ପାୱାର | ସୂଚନା ପ୍ରକାରେ । ମୋହନା ବ୍ଲକ କାର୍ଯ୍ୟାଳୟ ଛକରେ ଦୁଇ ଜଣ ବ୍ୟକ୍ତି 2 ଗୋଟି ସୁଟକେଶ ଧରି ଠିଆ ହୋଇଥିଲେ. ଏହି ଦୁଇ ବ୍ୟକ୍ତିଙ୍କୁ ସନ୍ଦେହରେ ଯାଞ୍ଚ କରିଥିଲେ ଅବକାରୀଟିମ. ଯାଞ୍ଚ ପରେ ଦୁଇଟି ସୁଟକେଶରୁ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଥାନା ଅଧୀନରେ ଥିବା କେଶରୀଗୁଡା ଗ୍ରାମରୁ ହାଇଦ୍ରାବାଦକୁ ଚାଲାଣ ପାଇଁ ଯୋଜନା ହୋଇଥିଲା । ଜବତ ଗଞ୍ଜେଇର ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି. ଦୁଇ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ କୋୖର୍ଟଚାଲାଣ କରାଯାଇଛି.

ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ ପ୍ରତିଯୋଗିତାରେ ଗଜପତିର ଭେଟେରାନ ଖେଳାଳୀ କିଶୋର ରଥ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଲେ

ପାରଳାଖେମୁଣ୍ଡି, 16/2(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଭେଟେରାନ ଖେଳାଳୀ କିଶୋର ଚନ୍ଦ୍ର ରଥ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପରେ ବିଭିନ୍ନ ବର୍ଗର ଖେଳକୁଦରେ ସ୍ବର୍ଣ୍ଣପଦକ ସହ ରୌପ୍ୟ ଓ ବ୍ରଞ୍ଜ ପଦକ ହାସଲ କରି କେବଳ ଗଜପତି ଜିଲ୍ଲା ନୁହେଁ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି ।

Oplus_131072

ମଧ୍ୟପ୍ରଦେଶ ସ୍ଥିତ ମାଷ୍ଟର ଏଥେଲେଟିକ ସମିତି ଦ୍ବାରା ଆୟୋଜିତ ଏହି ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ୍ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟର ଭେଟେରାନ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ଗଜପତି ଜିଲ୍ଲାରୁ କିଶୋର ଚନ୍ଦ୍ର ରଥ ଭାଗ ନେଇଥିଲେ। ଶ୍ରୀ ରଥ ଏହି ଖେଳକୁଦରେ ଯଥା ୧୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪ x ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ, ଲଙ୍ଗ୍ ଜମ୍ପରେ ରୌପ୍ୟ ଏବଂ ଟ୍ରିପଲ୍ ଜମ୍ପ ବ୍ରୋଞ୍ଜ ପଦକ ହାସଲ କରିଥିବାର ଜଣାପଡିଛି । ଶ୍ରୀ ରଥଙ୍କୁ ଦୁଇଟି ସ୍ବର୍ଣ୍ଣପଦକ ସହ ଗୋଟିଏ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ସମେତ ମୋଟ ୪ ଗୋଟି ବିଭାଗରେ ପଦକ ହାସଲ କରିଛନ୍ତି । ଏହି ଖବର ଗଜପତି ଜିଲ୍ଲାରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଯାଇଛି । ପ୍ରକାଶ ଯେ ଶ୍ରୀ ରଥ ଅବକାରୀ ବିଭାଗରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଖେଳୁଆଡ ମନବୃତ୍ତି ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇ ଗଜପତି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *