ମୁକ୍ତ କଲମ ସଦା ମୁକ୍ତ ବଜାୟ ରଖୁ : ଅତିଥି
ଭୁବନେଶ୍ୱର : ଦର୍ଶନ ସମୀକ୍ଷା
ସାପ୍ତାହିକ ଓଡ଼ିଆ ଖବରକାଗଜ ମୁକ୍ତ କଲମ ର 29 ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟା ରେ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି l

ମୁଖ୍ୟଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଡ଼ ଦେବୀପ୍ରସନ୍ନ ପଟ୍ଟନାୟକ, ଅନ୍ୟତମ ଅତିଥିଭାବେ ଆୟ କର ବିଭାଗ ପୂର୍ବତନ ଆୟୁକ୍ତ ଶରତ ଦାସ,ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି,ଦୈନିକ

ବିଶ୍ୱବାଣୀ ର ସମ୍ପାଦକ ଅର୍ଜୁନ ମୁଦୁଲି, ଗବେଷିକା,ପ୍ରକାଶିକା ଡ଼ଃ ସୁନୀତି ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ, ଖବର କାଗଜ ପ୍ରତି ସରକାର ଙ୍କ ଶୁଭ ଦୃଷ୍ଟି, ସାମ୍ବାଦିକ ଙ୍କୁ ସୁବିଧା ସୁଯୋଗ ସୃଷ୍ଟି ହିଁ କାଗଜ କୁ ବଂଚେଇ ପାରିବ ମୁକ୍ତ କଲମ ମୁକ୍ତ ଭାବେ ଲେଖୁ କହୁ ବୋଲି ମତ ବ୍ୟକ୍ତ କରିଥିଲେ l

ମୁକ୍ତ କଲମ ର ସମ୍ପାଦକ ଜ୍ଞାନ ରଞ୍ଜନ ଦାସ ସ୍ବାଗତଂ ଭାଷଣ ସହ ଅତିଥି ଙ୍କୁ ପରିଚୟ କରାଇ ଥିଲେ l ପ୍ରାରମ୍ଭ ରେ ଜଗନ୍ନାଥ ଙ୍କ ଭଜନ ରୁ କାର୍ଯ୍ୟ କ୍ରମ ଆରମ୍ଭ ହୋଇ ଥିବାବେଳେ କୁନି କଳାକାର ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ବାର୍ଷିକ ସଂଖ୍ୟା ମୁକ୍ତ କଲମ ଅତିଥି ମାନେ ଉନ୍ମୋଚନ କରିଥିଲେ l ଘୋଷିକା ,…ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ର ଉଲ୍ଲେଖ ନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l












Leave a Reply