Spread the love

କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡ଼ା,୦୬/୦୨:- ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)
କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏହି ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦୌଡ଼ ପ୍ରତିଯୋଗିତା,ଗୋଳା ଫିଙ୍ଗା,ଡିସ୍କସ ଥ୍ରୋ,ସ୍ଲୋ ସାଇକେଲ,ଗଣିତ ଦୌଡ଼,ମ୍ୟୁଜିକ ଚେୟାର,ଦୌଡ଼ି ଡିଆଁ,ଆଳୁ ଚାମଚ ଦୌଡ଼,ପୁଚି,ଗୀତ,ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତ୍ତରଣ କରାଯାଇଥିଲା ! ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ଅତିଥି ଭାବରେ ସ୍ଥାନୀୟ କଂସାର ପଞ୍ଚାୟତ ର ସରପଞ୍ଚ ସରୋଜିନୀ ନାୟକ,ସମାଜସେବୀ ତଥା ସାମ୍ବାଦିକ ନିରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ ! ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭକ୍ତିଲତା ମହାରଣା ଅଧ୍ୟକ୍ଷତାରେ ଏହି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରଞ୍ଜନ କୁମାର ଦାସ,ରମେଶ ଚନ୍ଦ୍ର ପ୍ରଧାନ,ନିର୍ମଳ ଚନ୍ଦ୍ର ଖଟୁଆ,ଜ୍ଞାନରଞ୍ଜନ ରାଉତ,ଆଶୁତୋଷ ବେହେରା,ସହକାରୀ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ଚୌଧୁରୀ,ସରିତା ସାହାଣୀ,ରଶ୍ମିତା ଦାସ,ଜୟନ୍ତୀ ବେହେରା,କୌଶଲ୍ୟା ନାୟକ, ଜାନକୀ ଜେନା,ଅପର୍ଣ୍ଣା ରଥ,କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ,କିଶୋର ଚନ୍ଦ୍ର ମହାନ୍ତି ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି !

Leave a Reply

Your email address will not be published. Required fields are marked *