ସୋମନାଥପୁର ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ବିଇଓ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ବୁଧବାର ଅଚାନକ ସୋମନାଥପୁର ପଞ୍ଚାୟତ ଅଧୀନରେ ଥିବା ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋମନାଥପୁର କେଜୀବିଭି ବିଦ୍ୟାଳୟ, ସୀମାଗନ୍ଧୀ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ମଧ୍ୟାହ୍ନଭୋଜନର ମାନ ଯାଞ୍ଚ କରିଥିଲେ।ଏଥି ସହ ପିଲାମାନଙ୍କୁ ପାଠ ସମ୍ବନ୍ଧୀୟ କେତେକ ପ୍ରଶ୍ନ ପଚାରିବା ସହିତ, ଇଂରାଜୀ ଓ ଅନ୍ୟାନ୍ୟ ବିଷୟରେ ପାଠ ପଢ଼ାଇଥିଲେ।ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ, ଶୌଚାଳୟ, ସ୍କୁଲ ପରିବେଶ ବୁଲି ଦେଖିଥିଲେ।ମାଧ୍ୟାହ୍ନ ସମୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରର ପିଲାମାନଙ୍କ ପାଇଁ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏଥି ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ସ୍କୁଲର ଭଲ ମନ୍ଦ ପଚାରି ବୁଝିଥିଲେ।












Leave a Reply