ଆଜି ନୀଳାଦ୍ରି ବିଜେ
ରଥଯାତ୍ରା ମହୋତ୍ସବର ଅନ୍ତିମ ସୋପାନ। ଆଜି ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ନିଜ ନିଜ ରଥରୁ ଗୋଟି ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ଫେରିବେ । ଦେବୀ ସୁଭଦ୍ରା ଏବଂ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ସହଜରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ, ତା ପରେ ଆରମ୍ଭ ହେବ ଏକ କୌତୁହଳପୂର୍ଣ୍ଣ ଘଟଣା.
ମହାପ୍ରଭୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ମା ଲକ୍ଷ୍ମୀ ଶ୍ରୀମନ୍ଦିର ଦ୍ୱାର ବନ୍ଦ କରି ଦେବେ ।
ଏହା ପରେ ମହାପ୍ରଭୁ ଜଗନ୍ନାଥ ଏବଂ ଦେବୀ ମା ଲକ୍ଷ୍ମୀଙ୍କ ମଧ୍ୟରେ କଳହ ଆରମ୍ଭ ହୁଏ । ମହାପ୍ରଭୁ ଜଗନ୍ନାଥ ଶ୍ରଲକ୍ଷ୍ମୀ ମାଙ୍କୁ ରଥ ଯାତ୍ରାରେ ଗୁଣ୍ଡିଚା ମାଉସୀଙ୍କ ପାଖକୁ ସାଥିରେ ନେଇ ନ ଥିବାରୁ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କ୍ରୋଧିତ ହୁଅନ୍ତି
। ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଏବଂ ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି ।
ଏଥିରେ ମା ଲକ୍ଷ୍ମୀ ଶାନ୍ତ ହୋଇ ମହା ପ୍ରଭୁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଶ୍ରୀ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ।