Spread the love

ନିଆଳି ମହାବିଦ୍ୟାଳର +୨ ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀମାନଙ୍କର ବୃଦ୍ଧାଶ୍ରମରେ ଏକ ଦିନନିଆଳି:୩୧/୧(ଦର୍ଶନ ସମୀକ୍ଷା)୭୭ତମ ଗଣତନ୍ତ୍ର ଦିବସ ଅବସରରେ,+୨ ଏନ୍ ଏସ୍ ଏସ୍ ର ସ୍ଵେଚ୍ଛାସେବୀମାନେ “ବୃଦ୍ଧାଶ୍ରମରେ ଗୋଟିଏ ଦିନ” ପାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ବୃଦ୍ଧାଶ୍ରମ ବାସିନ୍ଦାଙ୍କ ସହିତ ନିକଟତର ହୋଇ ସେମାନଙ୍କର ସେବାକରିବାର ସୁଯୋଗପାଇଥିଲେ। ତତ୍ ସହିତ ବୃଦ୍ଧାଶ୍ରମ ଭିତରେ ଏବଂ ଏହାର ଚାରିପାଖରେ ଏକ ସଫେଇ ଅଭିଯାନ କରିଥିଲେ ଓ ଅନ୍ତେବାସୀଙ୍କୁ ପୋଷାକ ପ୍ରଦାନ କରିଥିଲେ । ଆନନ୍ଦ ଏବଂ ଏକତା ବିସ୍ତାର କରିବା ପାଇଁ, ସ୍ୱେଚ୍ଛାସେବକମାନେ ସାମୁଦାୟିକ ଖେଳ ମଧ୍ୟ ଆୟୋଜନ କରିଥିଲେ, ଯାହା ବୃଦ୍ଧାମାନଙ୍କର ମୁହଁରେ ହସ ଏବଂ ଖୁସି ଆଣି ଦେଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଵିନୋଦ ବିହାରୀ ଦାସ, ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦର ସଂଯୋଜକ ଦିଲୀପ କୁମାର ତ୍ରିପାଠୀ, ଅଧ୍ୟାପକ ଉମେଶ ଲେଙ୍କା ଏବଂ ଅଧ୍ୟାପିକା ସୌଦାମିନୀ ମିଶ୍ର ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି +୨ ଏନ୍ ଏସ୍ ଏସ୍ ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ହିରଣ୍ୟ ବିଦାରକ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *