ଯୋରନ୍ଦା ମାଘ ମେଳାର ଦ୍ୱତୀୟ ଦିନ ,ଶୂନ୍ୟବ୍ରହ୍ମଙ୍କ ଆରାଧନା କଲେ ସାଧୁ ଭକତ,ମହିମା ଅଲେଖ, ଅଲେଖ ନିରଞ୍ଜନ ଧ୍ୱନିରେ ପୀଠର ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଛି

Spread the love

ଯୋରନ୍ଦା ମାଘ ମେଳାର ଦ୍ୱତୀୟ ଦିନ
ଶୂନ୍ୟବ୍ରହ୍ମଙ୍କ ଆରାଧନା କଲେ ସାଧୁ ଭକତ
ଢେଙ୍କାନାଳ 01 l 02(ଦର୍ଶନ ସମୀକ୍ଷା)
ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ରବିବାର ଦ୍ୱତୀୟ ଦିବସରେ ଦେଶ ପୁର୍ଣିମା ମହା ଆଡମ୍ବର ସାକାରରେ ପାଳିତ ହୋଇଛି lଜଗତ ଭକତ ର ମଙ୍ଗଳ ପାଇଁ ଶୂନ୍ୟ ମନ୍ଦିର ଚାରି ମୁଖସାଳାର ଦ୍ୱାର ଗୁଡିକ ରେ ଚାରୋଟି ଝାଡ଼ ଦୀପ ପ୍ରଜ୍ୱଳିତ ହୋଇଛି l

Oplus_131072

ଏହି ଝାଡଦୀପରେ ସନ୍ୟାସୀ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ଘୃତହୁତି ପ୍ରଦାନ କରିଥିଲେ lଝାଡଦୀପ ପ୍ରଜ୍ୱଳନ ସମୟରେ ଗୁରୁବ୍ରହ୍ମା, ମହିମା ଅଲେଖ, ଅଲେଖ ନିରଞ୍ଜନ ଧ୍ୱନିରେ ପୀଠର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା l ସେହିପରି ଶ୍ରଦ୍ଧାଳୁ ମାନେ ଶୂନ୍ୟ ବ୍ରହ୍ମଙ୍କ ଉଦେଶ୍ୟରେ ହରିବୋଲ ହୁଳହୁଳି ପକାଇ ଥିଲେ lଗାଦି ମନ୍ଦିର ର ପଶ୍ଚିମ ଦ୍ୱାରରେ ଅପରାହ୍ନ 5.5 ରେ ଝାଡଦୀପ ଲାଗିଥିଲା l ତାପରେ ମନ୍ଦିରର ଚତୁର୍ପାଶ୍ୱରେ ଥିବା ଧ୍ୱନି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ସମତେ ବିଭିନ୍ନ ଉପାସନା ପୀଠ, ମଠ ଓ ମନ୍ଦିରରେ ଝାଡବୃକ୍ଷରେ ଘୃତହୁତି ହୋଇଥିଲା l ଗାଦି ମନ୍ଦିରରେ ରାତ୍ରିର ଶେଷ ପହର ରେ ସାଧୁମାନେ ପୂର୍ବଦିନ ଭଳି ନୀତିକାର୍ଯ୍ୟ କରି ଝାଡ଼ଦୀପରେ ଘୃତାହୂତି ଆରମ୍ଭ କରିଥିଲେ l

Oplus_131072

ଯୋରନ୍ଦା ମେଳାରେ ଦ୍ୱତୀୟ ଦିନରେ ପ୍ରାୟ ଲକ୍ଷ୍ୟlଧି କ ଶ୍ରଦ୍ଧାଳୁ ସମାଗମ ହୋଇଛି l ଚଳିତ ବର୍ଷ ଯୋରନ୍ଦା ମହିମା ଗାଦୀରେ ପ୍ରଭୁ ପୁର୍ଣିମା ଉତ୍ସବ ତଥା ମାଘ ମେଳାକୁ ଯାକଜକମରେ ପାଳନ କରାଯାଇଛି l ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାର ପଶ୍ଚିମବଙ୍ଗ, ଆସାମ, ବିହାର, ଆନ୍ଦ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ପଡୋଶୀ ରାଷ୍ଟ୍ର ନେପାଳ ଏବଂ ଅନ୍ୟାନ ଦେଶ ରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ଯୋରନ୍ଦା ମେଳା ବୁଲି ଦେଖୁଛନ୍ତି l ଏଥିସହିତ ମେଳା ରେ ବିଦେଶୀ ପ୍ରଯ୍ୟଟକ ପରିଭ୍ରମଣ କରୁଥିବା ଦେଖିବାକୁ ମିଳିଛି l ସେମାନେ ଉପାସନା ପୀଠ,ମଠ ମନ୍ଦିର ବୁଲି ବେଶ ମଜା ଉଠଉଛନ୍ତି l ଶ୍ରଦ୍ଧାଳୁ ମାନେ ସେମାନଙ୍କ ସହ ସେଲ୍ଫି ଫଟ ଉଠଉଛନ୍ତି l ଗାଦି ମନ୍ଦିର ରେ ସୁନା,ରୁପାର ଅଳଙ୍କାର ଅଢେଣୀ,ତରାଶ, ମକରତ୍ରୋଣ ଆଦିକୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରୁଛନ୍ତି lସେହିପରି ମେଳାରେ ବିଭିନ୍ନ ମନୋହରୀ ଜିନିଷ କୃଷି ଉପକରଣ, ଘର ସଜାସଜି ସାମଗ୍ରୀକୁ ଶ୍ରଦ୍ଧାଳୁ ମାନେ କିଣି ଘରକୁ ନେଉଥିବା ଦେଖିବାକୁ ମିଳୁଛି l ଚାଟ,ଗୁପଚୁପ,ଦହିବରା, ଫାଷ୍ଟ ଫୁଡ଼, ଠୁଙ୍କା ପୁରୀ, ଆଦିର ଖାଦ୍ୟ ପସରା ମେଳୁଛି lରାତ୍ରୀ ରେ ଅପେରା ପାଟିରେ ଲୋକ ନାହିଁ ନଥିବା ପାରିଲିକ୍ଷିତ ହେଉଛି lନିକଟସ୍ଥ କ୍ରିକେଟ ପଡିଆରେ ଯାତ୍ରା ପାଟି ନାଟକ ପରିବେଷଣ ହେଉଛି lପ୍ରତିବର୍ଷ ପରି ଚଳିତ ବର୍ଷ ଗାଦୀ ମନ୍ଦିର ନିକଟରେ ଧର୍ମ ମହାସଭା ଅନୁଷ୍ଟିତ ହୋଇଛି l

Leave a Reply

Your email address will not be published. Required fields are marked *