Spread the love

ଓହେଚପିସିର ଅନ୍ତ ୟୁନିଟ ବ୍ୟାଡମିନଟନ ଚମ୍ପିୟାନସିପ

ବାଲିମେଳା ଟିମ ଚମ୍ପିୟାନ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଆୟୋଜକ ଓହେଚପିସି ଓଡ଼ିଶାରେ ଥିବା ସମସ୍ତ ଜଳ ବିଦ୍ୟୁତ କେନ୍ଦ୍ରକୁ ନେଇ ଏକ ବ୍ୟାଡମିନଟନ ଟୁର୍ନାମେଣ୍ଟ ରେଙ୍ଗାଲୀ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ନାମେଣ୍ଟ ଗତ ମାସ ୨୮ ତାରିଖରେ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହୋଇଥିଲା। ରାଜ୍ୟରେ ଥିବା ମାଛକୁଣ୍ଡ, ଚିପିଲିମା ରେଙ୍ଗାଲୀ,ମୁଖୀଗୁଡା,ବୁର୍ଲା,ଅପର କୋଲାବ, ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଖେଳାଳି ମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିଲେ।ଫାଇନାଲରେ ବାଲିମେଳା ଓ ମୁଖୀଗୁଡା ମଧ୍ୟରେ ଖେଳ ହୋଇଥିଲା
ଯେଉଁଥିରେ ବାଲିମେଳା ଟିମ ବିଜୟୀ ହୋଇଥିଲା।ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପକ୍ଷରୁ ତାପସ କୁମାର ପାଲ ଓ ସୀମାଞ୍ଚଳ ସୁବୁଦ୍ଧି ଯୋଗ ଦେଇ ବାଲିମେଳା ପାଇଁ ଗୌରବ ଆଣିଦେଇଛନ୍ତି।ଦୁଇ ଜଣଙ୍କୁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ ବାଲି ପାୱାର ସଂଘର ସଭାପତି ପ୍ରବୀର କୁମାର ଦାସ ଏବଂ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ସମେତ ଅନ୍ୟ କର୍ମଚାରୀ ମାନେ ଟୁର୍ନାମେଣ୍ଟରେ ବିଜେତା ହୋଇଥିବା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *