Spread the love

ଅଣୁ ଚିନ୍ତନ। —– ଶକୁନି ।

            ସାଧାରଣ ଭାବେ କହିବାକୁ ଗଲେ ଶକୁନି ଥିଲେ ସେ

ସମୟର ଏକ କ୍ଷୃଦ୍ର ରାଜ୍ଯ ଗାନ୍ଧାର ର ରାଜ କୁମାର । ତାଙ୍କର ଅନ୍ଯ ପରିଚୟ ହେଲା ସେ ଗାନ୍ଧାର ରାଜ୍ଯ ର ରାଜା ସୁବଳ ଙ୍କ ଏକଶତ ପୁତ୍ର ମାନଙ୍କ ମଧ୍ଯରୁ ଅନ୍ଯତମ ପୁତ୍ର ହେତୁ ସୌବଳ ।ଶକୁନି ଙ୍କ ମାତା ଙ୍କ ନାମ ଥିଲା ସୁଧର୍ମା । ଅତୀବ ବିଚିତ୍ର ଏହି ଚରିତ୍ରଟି । ବାର୍ତ୍ତାଳାପ ବେଳେ ମୁହଁରେ କଅଁଳିଆ ମଧୁରତା ସ୍ପଷ୍ଟ
ବାରି ହେଉଥିବା ବେଳେ ପେଟରେ ହଳାହଳ ବିଷ ଲୁଚିଥିବା ଜାଣିବା କଷ୍ଟକର ହୋଇଥାଏ ।ରାଜା ସୁବଳ ନିଜ ଦୁର୍ଭାଗ୍ଯକୁ ଗୋଟିଏ କନ୍ଯା ସନ୍ତାନର ଜନକ ହୋଇଥିଲେ ଯାହାର ଭାଗ୍ଯ ଗାନ୍ଧାର ରାଜ୍ଯ ପାଇଁ ଅପମାନ ଜନକ କାଳିମାଟିଏ ଆଙ୍କିଦେବ ବୋଲି ଭବିଷ୍ଯ ଗଣନାକାର ମାନେ ସୂଚନା ଦେଇ ରାଜାଙ୍କୁ ମର୍ମାହତ କରିଦେଇଥିଲା । ଏହି କନ୍ଯା ସନ୍ତାନଟି ଗାନ୍ଧାରୀ ନାମରେ ଅଭିହିତା ଥିଲେ । ଭବିଷ୍ଯ ଗଣନା ଅନୁସାରେ ବିବାହ ହେବା ବୟସ ଉପଗତ ହେଲା ପରେ ଯେଉଁ ବରପାତ୍ର କୁ ଗାନ୍ଧାରୀ ବରଣମାଳା ପିନ୍ଧାଇବେ ସେ ନିଶ୍ଚିତ ଭାବେ ଏକ ବର୍ଷ ମଧ୍ଯରେ ମୃତ୍ଯୁ ବରଣ କରିବେ । ଏହା ଫଳରେ ଗାନ୍ଧାରୀଙ୍କ ସମଗ୍ର ବଳକା ଜୀବନ କାଳ ଦୁଃଖମୟ ହୋଇଯିବ, କାରଣ ତାଙ୍କୁ ତେଣିକି ମଙ୍ଗୁଳା କନ୍ଯା ଭାବରେ ସମାଜ ଗ୍ରହଣ କରିବ ଓ
ଫଳତଃ ସେ ଏକାକୀ ଅବିବାହିତା ରହିବାକୁ ପଡିବ । ପ୍ରକାଶ
ଥାଉକି, ମଙ୍ଗୁଳା କନ୍ଯାକୁ ହିନ୍ଦୁ ଧର୍ମାବଲମ୍ବୀମାନେ ବିବାହ ହେବା ନିଷିଦ୍ଧ ବୋଲି ମାନୁଥିଲେ। ଏହା ଫଳରେ କନ୍ଯାଟି
ସମାଜରେ ଘୃଣା ର ପାତ୍ରୀ ହୋଇ ସାଂସାରିକ ସୁଖ ଭୋଗ କରିବାରୁ ବଞ୍ଚିତା ରହିବାକୁ ପଡୁଥିଲା ।ଏଣୁ ରାଜା ସୁବଳ ଓ ରାଜକୁମାର ଶକୁନି ଯୋଜନାବଦ୍ଧ ଭାବରେ ଗୋଟିଏ ଅଣ୍ଡିରା ଛେଳି ସହ ଗାନ୍ଧାରୀ ଙ୍କ ବିବାହ କାର୍ଯ୍ଯ ଚାଲାକ ଭାବରେ ସମ୍ପନ୍ନ କରାଇଦେଲେ। ଭବିଷ୍ଯ ଗଣନାନୁସାରେ ଛେଳିଟି ମଧ୍ଯ ପ୍ରାକୃତିକ ମରଣ ଲଭିଲା ।ଏହି ଅଘଟଣ ଖବର ସମ୍ପୂର୍ଣ୍ଣ ଗୋପନ ରଖାଗଲା । ଭାଗ୍ଯ ବଶତଃ କୁରୁ ବଂଶ ର ରାଜ କୁମାର ଧୃତରାଷ୍ଟ୍ର ଯିଏ ଥିଲେ ଜନ୍ମାନ୍ଧ ,କୌଣସି ରାଜ କୁମାରୀ ଙ୍କ ପସନ୍ଦଯୋଗ୍ୟ ବରପାତ୍ର ହୋଇ ପାରୁନଥିଲେ; ସେ ଗାନ୍ଧାର
ରାଜ କୁମାରୀ ଜଣେ ମଙ୍ଗୁଳା କନ୍ଯା ବୋଲି ଜାଣି ନ ପାରି
ତାଙ୍କୁ ରାଣୀ ରୂପେ ଗ୍ରହଣ କରିନେଲେ।
ଗୋପନ ଅଯୋଗ୍ୟ କଥା ବହୁଦିନ ଲୋକ ଶ୍ରୁତି ଠାରୁ ଦୂରରେ ରହିବା ସମ୍ଭବ ନୁହେଁ । ଏ ପରିପ୍ରେକ୍ଷୀ ରେ ଏତିକି ଏଇଠି କୁହାଯାଇପାରେକି,ରାଜା ଧୃତରାଷ୍ଟ୍ର କୌଣସି ସୂତ୍ରରୁ ଗାନ୍ଧାରୀଙ୍କ ସମ୍ପର୍କୀୟ ଗୋପନ ରଖାଯାଇଥିବା ତଥ୍ଯ ଜାଣି-
-ବାକୁ ପାଇଯିବା ଯୋଗେ ଭୀଷଣ କ୍ରୁଦ୍ଧ ହେଲେ ଏବଂ ସେ
ପ୍ରତିକ୍ରିୟାଶୀଳ ହୋଇ ଶ୍ବଶୁର,ଶାଶୁ ସମେତ ତାଙ୍କର ସମସ୍ତ
ପୁତ୍ର ମାନଙ୍କୁ ବନ୍ଦୀକରି ରଖିଲେ । ଧୃତରାଷ୍ଟ୍ର ବନ୍ଦୀ ମାନଙ୍କ ପ୍ରତି
ଏତେ ନିଷ୍ଠୁର ହୋଇଗଲେ ଯେ, ସେମାନଙ୍କ ପେଟକୁ ଅଣ୍ଟିବା ପରି ଖାଦ୍ଯ ମୁଠେ ବି ଦେବା ପ୍ରତି କର୍ଣ୍ଣପାତ ସୁଦ୍ଧା କଲେ ନାହିଁ।
ଯହା ଖାଦ୍ଯ ହିସାବରେ ଗଳାବାଟ ଦେଇ ଦିଆଯାଉଥିଲା,ତାହା
ଜଣଙ୍କ ପାଇଁ ଉପଯୁକ୍ତ ବିବେଚିତ ହେଉଥିଲା । ଏଣୁ ବନ୍ଦୀଶାଳା
ରେ ଅବରୁଦ୍ଧ ମାନେ ଉକ୍ତ ଖାଦ୍ଯକୁ କେବଳ ଶକୁନିକୁ ଖାଇବାକୁ
ଦେଇ ଅନ୍ଯ ଶହେ ଏକ ଜଣ ବୁଭୁକ୍ଷିତ ଅବସ୍ଥାରେ ଶୁଖି ପାଚି ସଢିବାକୁ ଲାଗିଲେ ।ବନ୍ଦୀ ମାନଙ୍କ ଯୋଜନା ଥୁଲା,ଶକୁନି ଯେହେତୁ ଏକମାତ୍ର ସୌବଳ ଯିଏ ଗାନ୍ଧାର ରାଜ୍ଯର ନାମ ବଞ୍ଚାଇ ରଖିବାକୁ ସମର୍ଥ ହୋଇପାରିବ କାରଣ ଶକୁନି ସେ
ବଂଶର ଏକମାତ୍ର ବ୍ଯକ୍ତି ଥିଲେ ଯିଏ ପ୍ରତିକ୍ରିୟାଶୀଳ ଭାବରେ ଧୃତରାଷ୍ଟ୍ରଙ୍କ ବଂଶ ନିପାତ କରିଦେବାରେ ସଫଳ ଯୋଜନା କାର୍ଯ୍ଯକାରୀ କରିପାରିବେ ଏବଂ ତା ମଧ୍ଯ ଅତ୍ଯନ୍ତ କୁଶଳୀ ଭାବରେ । ରାଜକୁମାର ହିସାବରେ ଶକୁନି ପଶା ଖେଳ ରେ
ଅତ୍ଯନ୍ତ ଧୂରୀଣ ଥିଲେ। କଥା ଥିଲା,ବନ୍ଦୀ ଶାଳାରେ ମୃତ୍ୟୁପରେ
ବାପାଙ୍କ ଅସ୍ଥିରେ ପଶାକାଠି ତିଆରି କରାଯାଇ କୌଶଳକ୍ରମେ ଶକୁନି ପଶା ଖେଳ ଅନୁଷ୍ଠିତ କରାଇବେ କୌରବ ଅଗ୍ରଜ ଦୁର୍ଯ୍ୟୋଧନ ଓ ପାଣ୍ଡବ ଅଗ୍ରଜ ଯୁଦ୍ଧିଷ୍ଠିର ଙ୍କ ମଧ୍ଯରେ ।ତେବେ ଖେଳରେ ଦୁର୍ଯ୍ଯୋଧନ ପଶା କାଠି ନ ଗଡାଇ ତାଙ୍କ ତରଫେ
ଶକୁନି ମୃତ ବାପାଙ୍କ ନାମ ସ୍ମରଣ କରି କରି ଯେଉଁ ଦାନ ବା ନମ୍ବର ପଡିବାକୁ ଡାକିବେ ସେହି ଦାନ ( ନମ୍ବର )ପଶାକାଠି ସ୍ଥିର ହେବାପରେ ଦେଖାଯିବ। ଏ ପ୍ରକାର କପଟ ମିଶ୍ରିତ ପଶା ଖେଳ ଚାଲିବା ଫଳରେ ପାଣ୍ଡବ ପକ୍ଷ ପରାସ୍ତ ହେବେ । ପରବର୍ତ୍ତୀ କାଳରେ ମୀମାଂସା ରହିତ ସମସ୍ଯା ସମାଧାନ ର ରାସ୍ତା ନ ପାଇ ଉଭୟଙ୍କ ମଧ୍ଯରେ ଗୋଷ୍ଠି କନ୍ଦଳରୁ ନିଜ ଭଣଜା ଓ ପାଣ୍ଡବ ମାନେ ନିୟୋଜିତ ରହି ପରିଶେଷରେ ପଞ୍ଚୁ ପାଣ୍ଡବ ଗୋଷ୍ଠିଙ୍କ ସହାୟକ ଭଗବାନ୍ ଅନ୍ତର୍ଯ୍ୟାମୀ ପୁରୁଷ ଶ୍ରୀକୃଷ୍ଣ ଙ୍କ ସହାୟତା ପାଇ ପ୍ରବଳ ଯୁଦ୍ଧର ବିଜୟ ସହିତ ସମଗ୍ର କୌରବ ବଂଶର ବିଲୟପ୍ରାପ୍ତ ହୋଇଯିବା ସୁନିଶ୍ଚିତ ହୋଇଯାଇପାରେ । ସୌବଳ ବଂଶ ର ଶ୍ରୀ ଶକୁନି ନିଜ ବଂଶର ନାଁ ରଖିବା ସାଙ୍ଗକୁ କୌରବ ବଂଶ ପ୍ରତି ପ୍ରତି ହିଂସାପରାୟଣତା ର ଯଥାର୍ଥତା ଲୋକ ସାଧାରଣ ମର୍ମେ ଅନୁଭବ କରିପାରିବେ ।
କଥାରେ କହନ୍ତି, କଣ୍ଟାକୁ କଣ୍ଟା ସାହାଯ୍ଯରେ ହିଁ ବାହାର କରିବା ସମ୍ଭବ ହୋଇଥାଏ । ଇଂରେଜୀ ଭାଷାରେ 1558 ମସୀହାରୁ ପ୍ରଚଳିତ” tip for tap “ତଥା ପରବର୍ତ୍ତି ସମୟରେେ ବଦଳିଯାଇ କୁହାଯାଉଥିବା “Tit for tat ” ଭାବରେ ଲୋକ ମୁଖରେ ବହୁ ଯୁଗରୁ ଉଚ୍ଚାରିତ ହୋଇ ଆସୁଛି। ଏ ଉକ୍ତିଟି ଦେଖିବାକୁ ଗଲେ ମଣିଷ ଅନ୍ଯାୟ କାର୍ଯ୍ଯ କୁ
ବରଦାସ୍ତ ନ କରିପାରି ପ୍ରତିହିଂସା ପରାୟଣତାକୁ କାର୍ଯ୍ଯ କ୍ଷେତ୍ରରେ ପ୍ରୟୋଗ କରିବାକୁ ସୂଚିତ କରୁଥିବା ଜଣାଯାଉଛି।
ଶକୁନି ଚରିତ୍ର ର ବୈଶିଷ୍ଟ୍ଯ ଭାବେ ଏତିକି ସ୍ପଷ୍ଟ ବୁଝି ହୁଏକି, ଏମିତି ଚରିତ୍ର ର ବ୍ଯକ୍ତି ବିଶେଷ ନିଜର ବା ନିଜ ପରିବାର ର କିଛି କ୍ଷତି କୌଣସି ସୂତ୍ରରୁ ପ୍ରକାଶିତ ହେବାକୁ ଆରମ୍ଭ ହେଲେ ସେମାନଙ୍କ ପ୍ରତିକ୍ରିୟା ଏତେ ମାତ୍ରାରେ ପ୍ରତିହିଂସା ପରାୟଣ
ରେ ରୂପାନ୍ତରିତ ହୋଇଯାଏ ଯେ, ଲକ୍ଷ୍ଯ ପରିସରଭୁକ୍ତ ବ୍ଯକ୍ତି
ବା ତାର ସପରିବାର ର ବିଲୁପ୍ତି ଘଟାଇବାରେ କିଞ୍ଚିତ୍ ମାତ୍ର
ଦୟା ପ୍ରଦର୍ଶନ ର ଆଶା କରିବା ବୃଥା ହୋଇଯାଏ ।ଏମିତିକା
ବ୍ଯକ୍ତି ର ଚରିତ୍ରକୁ ପ୍ରାକ୍ ପଠନ ଓ ବୋଧନ ପ୍ରାୟତଃ କାଠିକର ପାଠ ମନେହୁଏ । ସାବଧାଧାନ ବା ଦୂରରୁ ଜୁହାରକରି ସମ୍ପର୍କ
କୁ ନିବିଡହେବାକୁ ନ ଦେଇ ତଡକୁଥିବା ଏବଂ ତରଳୁଥିବାର ରୀତିରେ ପରିଚାଳନା କରରିଚଳିବା ବାଞ୍ଛନୀୟ ।
ସମାପ୍ତ ——

Related Post

Leave a Reply

Your email address will not be published. Required fields are marked *

You Missed