Spread the love


“ସତ୍ୟକୁ ଅଙ୍ଗର ଭୂଷଣ କର ; ସଂଯମକୁ ପ୍ରାଣର ସହଚର କରିଦିଅ। ସରଳତାକୁ ମନର ସ୍ୱାଭାବିକ ଅବସ୍ଥାରେ ପରିଣତ କରିବାକୁ ଚେଷ୍ଟା କର।”



ଅସତ୍ୟ ଆଡ଼କୁ ନୁହେଁ, ସତ୍ୟ ଆଡ଼କୁ ଯିବା

ସତ୍ୟ ! ସତ୍ୟ !! ସତ୍ୟ !!! ଆହା, କେତେ ସୁନ୍ଦର ଏ ଶବ୍ଦ ଉଚ୍ଚାରଣ କଲା ମାତ୍ରେ ଜିହ୍ଵାକୁ ଶାନ୍ତି ମିଳେ, ବିଚାର କଲା କ୍ଷଣି ମସ୍ତିଷ୍କ ଶୀତଳ ହୋଇଯାଏ, ହୃଦୟଙ୍ଗମ କଲେ ହିଁ କଲିଜା ଥଣ୍ଡା ଅନୁଭବ କରିଥାଏ । ମିଥ୍ୟାର ମାୟାବୀ ପ୍ରପଞ୍ଚରେ ଛନ୍ଦି ହୋଇ ଈଶ୍ବରଙ୍କରାଜକୁମାର- ମନୁଷ୍ୟ ମାନବତାରୁ ପତିତ ହୋଇ ପଶୁ ପାଲଟି ଯାଇଛି । ସତ୍ୟର ଅବହେଳା କରିବାରୁ ସେ ଅଭିଶାପ ଭୋଗ କରୁଛି ।

ଈଶ୍ଵର ସତ୍ୟ ଅଟନ୍ତି, ଆତ୍ମା ସତ୍ୟ ଅଟେ , ପ୍ରଭୁଙ୍କ ତ୍ରିଗୁଣମୟୀ ଲୀଳା ସତ୍ୟ,ସର୍ବତ୍ର ସତ୍ୟ ହିଁ ସତ୍ୟ ବ୍ୟାପ୍ତ ହୋଇ ରହିଛି । ଜୀବନର କୋଣ ଅନୁକୋଣ ରେ ଏକମାତ୍ର ତୃଷ୍ଣା ‘ସତ୍ୟ’ ଅଟେ । ଆମ ଜୀବନର ଉଦ୍ଦେଶ୍ୟ ହେଲା- ଅଖିଳ ସତ୍ୟ ତତ୍ତ୍ବରେ ବିଚରଣ କରି ଅମୃତ ପାନ କରିବା । ପ୍ରଭୁ କୃପାକରି ଆମକୁ ନିଜ ସଂସାରର ସତ୍ୟ ରୂପୀ ବଗିଚାରେ ବିଚରଣ କରି ଆନନ୍ଦ ଲାଭ କରିବା ପାଇଁ ପଠାଇଛନ୍ତି, କିନ୍ତୁ ହାୟ, ଆମେ ନିଜକୁ ସଂପୂର୍ଣ ରୂପେ ଭୁଲି ଯାଇଛୁ । ପ୍ରକୃତରେ ଦୁନିଆ କିଛି ବି ନୁହେଁ । ନିଜର ଛାୟା ହିଁ ସଂସାର ରୂପୀ ଦର୍ପଣରେ ପ୍ରତିବିମ୍ବିତ ହୋଇଥାଏ । ଅନ୍ତଃକରଣ ଆଡ଼କୁ ଦୃଷ୍ଟି ଦେବା ପାଇଁ ‘ସତ୍ୟ’ ମନୁଷ୍ୟକୁ ପ୍ରେରଣା ଦେଇଥାଏ । ନିଜର ଦୃଷ୍ଟିକୋଣକୁ ବଦଳାଅ, ନିଜର ତଥା ଦୁନିଆର ସ୍ଵରୂପକୁ ବୁଝ, ନିଜକୁ ଠିକ୍ କର, ତେବେ ସାରା ଦୁନିଆ ତୁମ ପାଇଁ ଠିକ୍ ହୋଇଯିବ । ତୁମେ ସତ୍ୟନିଷ୍ଠ ହୁଅ, ଦୁନିଆ ତୁମ ସହ ସତ୍ୟ ଆଚରଣ କରିବ । ବେଦ କହେ ‘ଅସତୋ ମା ସଦ୍‌ଗମୟ’ ଅର୍ଥାତ୍ ଅସତ୍ୟ ଆଡ଼କୁ ନୁହେଁ, ସତ୍ୟ ଆଡ଼କୁ ଗତି କରନ୍ତୁ । ଏଥିରେ ତୁମର ହିଁ କଲ୍ୟାଣ ନିହିତ ।

ଅଖଣ୍ଡଜ୍ୟୋତି- ଜାନୁୟାରୀ-୧୯୪୨

Related Post

Leave a Reply

Your email address will not be published. Required fields are marked *