ଢେଙ୍କାନାଳ ମହୋତ୍ସବ ଉଦଯାପିତ.ଉଦ୍‌ଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ମୁଖ୍ୟ ଅଥିଭାବେ ଯୋଗଦେଇଥିଲେ

Spread the love

ଢେଙ୍କାନାଳ ମହୋତ୍ସବ ଉଦଯାପିତ

ଢେଙ୍କାନାଳ, (ଦର୍ଶନ ସମୀକ୍ଷା)

ମହିଷାପାଟଠାରେ ଚାଲିଥିବା ୧୮ ତମ ଢେଙ୍କାନାଳ ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ଉଦ୍‌ଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ମୁଖ୍ୟ ଅଥିଭାବେ ଯୋଗଦେଇଥିଲେ । ଶ୍ରୀ ସ୍ବାଇଁ କହିଥିଲେ, ଏ ମହୋତ୍ସବ ଏକତ୍ବ, ସଦଭାବନା ବଢାଇବ । ଜିଲ୍ଲାର ପ୍ରକୃତିକ ପରିବେଶ ଓ ଐତିହ୍ୟ ଜିଲ୍ଲାର ପର୍ଯ୍ୟଟନକୁ ସମୃଦ୍ଧ କରେ । କପିଳାସ ପିଠର ଉନ୍ନତି ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ମହିମା ଗାଦିର ବିକାଶ କାମ ଆରମ୍ଭ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ ଏ ମାଟି ବଳିଦାନ ଦେଇଛି । ବାଜିରାଉତଙ୍କ ସାହସ ବିଶ୍ୱକୁ ବୀରତ୍ବର ବାର୍ତ୍ତା ଦିଏ। ନାରୀ ସଶକ୍ତିକରଣ କ୍ଷେତ୍ରରେ ଢେଙ୍କାନାଳର ଗୌରବ ରହିଛି । ୩୩ ହଜାର ଲକ୍ଷପତୀ ଦିଦି ସୃଷ୍ଟି କରାଯାଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ପାଇଁ ଅନେକ ଶିଳ୍ପର ଶିଳାନ୍ୟାସ ଓ ଚୁକ୍ତି କରାଯାଇଛି । ଜିଲ୍ଲାରେ ନିବେଶ ବଢିଲେ ନିଯୁକ୍ତି ବଢିବ ଓ ଅର୍ଥନୀତି ବଢିବ । ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯୁବକଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ମାଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ।

Oplus_131072

ଅନ୍ୟତମ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଏ ମେଳା ଆମ ଭିତରେ ସ୍ବଦେଶୀ ଭବନା ଆଣୁ । ସ୍ବଦେଶୀ ସାମଗ୍ରୀ ବ୍ୟବହାର କଲେ ଦେଶର ଅର୍ଥନୀତି ବଢିଥାଏ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଆରମ୍ଭ ହୋଇ ସାରିଛି । ଶିଳ୍ପ ବିକାଶ ଜିଲ୍ଲାକୁ ସମୃଦ୍ଧିଶାଳୀ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।

Oplus_131072

ଅନ୍ୟତମ ଅତିଥିଭାବେ ସାଂସଦ ରୁଦ୍ରନାରାୟଣ ପାଣି କହିଥିଲେ, ଯାହାତୁମେ କରିବ ସମାଲୋଚନାର ସରବ୍ୟ ବହେବ । ପ୍ରଶଂସା ମଧ୍ୟ ମିଳିବ । ଏଣୁ ଏହାକୁ ନଦେଖି କାର୍ଯ୍ୟ କରିବା ଉଚିତ । ଜିଲ୍ଲାରେ ରେଳ ପଥର ବିକାଶ ପାଇଁ କାର୍ଯ୍ୟ କରାଯିବ । ବନ୍ଦ ପଡିଥିବା ଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯିବ ବୋଲି କହିଥିଲେ । ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ପାଲଲହଡା ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି ୧୦ ବର୍ଷପରେ ମହୋତ୍ସବ ହୋଇଥିବାରୁ ଏହାକୁ ଜାରି ରଖିବାକୁ କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ଢେଙ୍କାନାଳ ମାଟିର ଗୌରବ ଗାଥା କହିଥିଲେ । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସ୍ଵାଗତ ଭାଷଣ ଦେଇଥିଲେ। ମହୋତ୍ସବର ‘ସ୍ମରଣୀକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ପଲ୍ଲିଶ୍ରୀ ମେଳାରେ ଅଂଶଗ୍ରହଣ କରି ଭଲ ବିକ୍ରି କରିଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *