ବିରଳ ଲଭ ଷ୍ଟୋରୀ // ଏକ ପ୍ରସିଦ୍ଧ ବାହାଘର ଯାହା ହେଇଥିଲା ପାକିସ୍ତାନ ର ଲାହୋର ସହରରେ ବରଯାତ୍ରୀ ଯାଇଥିଲେ ନିଜ ନିଜ ଉଡାଜାହାଜ ରେ ଓ ପ୍ରେମ ବି ଅମର ହେଇଗଲା ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ବିଜୁ ବାବୁ,,

Spread the love

୧୯୩୦ ମସିହା ସେତେବେଳ ବ୍ରିଟିଶ ଶାସନ ଚାଲୁଥାଏ ବିଜୁବାବୁ ଏକ ଘରୋଇ ବିମାନରେ ପାଇଲଟ୍ ଥାଆନ୍ତି

୧୯୩୦ ମସିହାରେ ଲାହୋର ଯାଇଥିଲେ ବିଜୁ ବାବୁ ସେଠାର ଏକ ଟେନିସ ପଡିଆ ରେ ଭେଟ ହେଇଥିଲା ଜ୍ଞାନ ଦେବୀ ଙ୍କୁ ସେଇଠି ହୃଦୟ ଦେଇ ବସିଲେ କଟକ ପୁଅ ବିଜୟାନନ୍ଦ ପଟ୍ଟନାୟକ ଜଣେ ସଫଳ ଦୁର୍ଦ୍ଦଶ ପାଇଲଟ ଭବେ ବିଜୁ ବାବୁ ଙ୍କ ଖ୍ୟାତି ଥିଲା
ଯେତେବେଳ ସୁନ୍ଦରୀ ଜ୍ଞାନ ଦେବୀ ଙ୍କ ସହିତ ଟେନିସ ଖେଳିବାକୁ ସୁଯୋଗ ମିଳିଲା ସେଇ ମୂହୁର୍ତ୍ତ ଥିଲା ତାଙ୍କ ଜୀବନର ହୃଦୟ ର ଏକ ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ହୃଦୟ କହିଲା ସେ ହିଁ ତାଙ୍କ ଜୀବନର ନାଇକା ,ଖେଳ ଶେଷ ପରେ ବିଜୁ ବାବୁ ବୁଝିଲେ ସେ ନାଇକା ଟି ଜଣେ ପଞ୍ଜାବୀ ପାରିବାର ର ଓ ଲାହୋର ରେ ତାଙ୍କ ବାସସ୍ଥାନ

Oplus_131072

ଯେତେ କାର୍ଯ୍ୟ ଥିଲେ ବି ବିଜୁବାବୁ ତାହାକୁ ଏଡେଇ ଯାଇ ଅପେକ୍ଷା କରିଥିଲେ ଜ୍ଞାନ ଦେବୀ କେତେବେଳେ ଆସିବେ ପୁଣି ଟେନିସ ଖେଳିବାକୁ
ଦୁଇ ଦିନ ର ଅପେକ୍ଷା ପୁଣି ହେଲା ଏକ ଅପୂର୍ବ ମିଳନ ଟେନିସ ଖେଳରେ କଥା ର ଆଦାନ ପ୍ରଦାନ
ଜ୍ଞାନ ଦେବୀ ବୁଝିଗଲେ ବିଜୁ କଣ ଚନୁଚନ୍ତି ସେଇଠୁ ଆରମ୍ଭ ହେଲା ଅସଲ ପ୍ରେମ କାହାଣୀ ଦୁଂହେ ଦୁହିଁଙ୍କ ହୃଦୟ ଦେବା ନେବା

Oplus_131072

ଧିରେ ଧିରେ ପ୍ରେମ ଏମିତି ହେଲା ଯେ ଦୁହିଁଙ୍କ ପାରିବାର ରାଜି ହେବା କଷ୍ଟକର ହୋଇପଡ଼ିଲା
ଆରମ୍ଭ ହେଲା ଚିଠି ଦିଆ ନିଆ ଯେତେବେଳ ବିଜୁ ବାବୁ ଲାହୋର ଯାଉଥିଲେ ତାଙ୍କୁ ଭେଟିବା ଥୟ ଥିଲା କଛି ଦିନର ଅପେକ୍ଷା ଜ୍ଞାନ ଦେବି ଛୁଟି ଆସିଲେ ଦିଲ୍ଲୀ

ସେଠାର ଆଡ଼ମିଶନ କଲେ ଏକ ଉଡାଜାହାଜ ଶିକ୍ଷା ଅନୁଷ୍ଟନ ରେ
ବିଜୁ ବି ଜ୍ଞାନ ଙ୍କୁ ଦେଖିବାକୁ ବ୍ୟାକୁଳ ହେଉ ଥିବା ବେଳେ ଭେଟ ହେବା କଷ୍ଟକର ହୋଇପଡ଼ିଲା ମଝିରେ ମଝିରେ ବିଜୁବାବୁ ନିଜ ଜାହାଜ ଉଡେଇ ନେଉଥିଲେ ଜ୍ଞାନ ଦେବି ଙ୍କ ଘର ଉପରେ ଓ ସେଇଠୁ ପ୍ରେମ ପତ୍ର ପକାଇ ଦେଉଥିଲେ ଯାହା ଜ୍ଞାନ ଦେବି ଖୋଜି ଉଠେଇ ନେଉଥିଲେ
ଶେଷରେ ୧୯୪୮ ମସିହାରେ ଵିଵାହ ସ୍ତିର ହେଇଥିଲା ତାଙ୍କ ବିବାଘର୍ ଥିଲା ବିଶ୍ଵର ଏକ ଅଦ୍ଭୁତ ବାହାଘର ବରଯାତ୍ରୀ ଏକ ଟ୍ରେନ ରେ ଯାଇଥିଲେ ନିଜ ପାଇଲଟ୍ ବନ୍ଧୁ ମାନେ ନିଜ ନିଜ ଜାହାଜ ରେ ଯାଇଥିଲେ ପାକିସ୍ତାନ ର ଲାହୋର ସହର

Oplus_131072

ଶୁଣାଯାଏ ୧୨ ଟି ଜାହାଜ ରେ ୧୨୧ ଜଣ ପାଇଲଟ୍ ଯାଇଥିଲେ ବରଯାତ୍ରୀ ହୋଇ, ସେଠାର ସେମିତି ହେଇଥିଲାଯାହା ଆଜି ହେଉଛି ଜଣେ ଓଡିଆ ବାହାଘର ରେ ବାଜା ବାଣ ରୋଷଣୀ ସମସ୍ତ ବରଯାତ୍ରୀ ନାଚୁଥିବ ଦେଖିବାକୁ ମିଳିଥିଲା
ବିଜୁ ପଟ୍ଟନାୟକ ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ। ସେ ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୭ ଅପ୍ରେଲ ୧୭ ତାରିଖରେ ନୂଆ ଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ। ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ¹।

ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ସେ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ଭୂଷିତ ହୋଇଥିଲେ। ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହିଥିଲେ।

ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା। ସେ ରାଉରକେଲା ଇସ୍ପାତ କଳ, ପାରାଦ୍ୱୀପ ବନ୍ଦର, ହୀରାକୁଡ ଡାମ ଆଦି ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ସ୍ମୃତିରେ ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିଛନ୍ତି। ଜଣେ ଓଡିଆ ହିସାବରେ ସେ ଯାହା କହୁଥିଲେ ଆଜି ବି କୋଟିକୋଟି ଓଡିଆ ଙ୍କ ହୃଦୟ ରେ ରହିଥିବା ଦେଖାଯାଏ

Leave a Reply

Your email address will not be published. Required fields are marked *