ଗଜପତି ଜିଲ୍ଲା ଏସପିଙ୍କ ସହ ନବ ନିଯୁକ୍ତ ସରକାରୀ ଓକିଲମାନଙ୍କ ସାକ୍ଷାତ ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶଦ ଆଲୋଚନା ପାରଳାଖେମୁଣ୍ଡି, 22/1(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ସରକାରୀ ଓକିଲମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିବା ସହ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଅଭିଯୋଜନ ବିଭାଗ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହୋଇଛି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଜର ମନ୍ତବ୍ୟ ପ୍ରଦାନ କରିବା ସହ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲଙ୍କୁ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ନୂତନ ଅପରାଧିକ ଆଇନ ଅନୁଯାୟୀ କିପରି ଜଣେ ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ ନେଇ ଯଥା ସମ୍ଭବ ଚେଷ୍ଟା କରିବା ନିମନ୍ତେ ସମସ୍ତ ସରକାରୀ ଓକିଲଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଅଦ୍ୟାବଧି ୧୯ଜଣ ସରକାରୀ ଓକିଲଙ୍କ ମଧ୍ୟରୁ ୧୬ଜଣ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗଦାନ କରି ବିଭିନ୍ନ ଅଦାଲତରେ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଗଜପତିର ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ ମୋରମ ଖନନ, ଖଣି ଓ ରାଜସ୍ୱ ବିଭାଗ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପାରଳାଖେମୁଣ୍ଡି, 22/1(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ବ ଗ୍ରାମରେ ଦୀର୍ଘଦିନ ହେବ ବେଆଇନ ମୋରମ୍ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ହେଲେ ଉଭୟ ରାଜସ୍ବ ବିଭାଗ ଓ ଖଣି ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି.ଚନ୍ଦ୍ରଗିରି ଠାରୁ କଣ୍ଟାସାରୁ ଯିବା ରାସ୍ତାର ବିଭିନ୍ନ ପାହାଡ଼ରେ ଦିନରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋରମ୍ ଖୋଳା ଯାଇ ଚୋରାଚାଲଣ ହେଉଛି। ଚନ୍ଦ୍ରିଗିରି ପ୍ରାଣୀଚିକିତ୍ସାଳୟ ନିକଟ ପାହାଡ଼ରୁ ମଧ୍ୟ ମୋରମ୍ ଚୋରା ଚାଲାଣ ସମୟରେ ପାଖ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେବା ସହ ନିକଟରେ ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଛାତ୍ରାବାସ ଏବଂ ୧୫ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତିର ପରିବାରବର୍ଗ ବସବାସ କରୁଛନ୍ତି। ଏଭଳି ଲଗାତାର ମୋରମ ବେଆଇନ ଖନନ ଦ୍ୱାରା ହେଉଥିବା ବଡ଼ ବଡ଼ ଗର୍ତ୍ତ ଦ୍ୱାରା ଏହି ଅଞ୍ଚଳବାସୀ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ବୋଲି ସେମାନେ ଆଶଙ୍କା କରିଛନ୍ତି। ସେହିଭଳି, ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଅଫିସକୁ ଲାଗି ରହିଥିବାମୋରମ୍ ପାହାଡ଼ରୁ ରାତିରେ ମଧ୍ୟ ମୋରମ ଖନନ କରାଯାଉଛି। ଫଳରେ, ପାହାଡ଼ରେ ବସବାସ କରୁଥିବା ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗ୍ରାମମଧ୍ୟକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ସରକାରୀ ଜମିରୁ ମୋରମ୍ ଚାଲାଣ ହେଉଥିଲେ ମଧ୍ୟ ରାଜସ୍ବ, ଖଣି ଓ ପୁଲିସ ବିଭାଗ ରୁପ୍ ରହୁଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି.
ଗଜପତି ଉତ୍ସବର ମୁଖ୍ୟ ଆୟୋଜକ ତଥା ଜିଲ୍ଲାପାଳ ଉତ୍ସବରେ 3 ଦିନ ଧରି ଲଗାତାର ଅନୁପସ୍ଥିତ କାହିଁକି…………………? ଚତୁର୍ଥ ଦିନରେ ମଧ୍ୟ ନିରାଶ ଉତ୍ସବ
ପାରଳାଖେମୁଣ୍ଡି,22/1(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳାର ଗତକାଲି ଥିଲା ଚତୁର୍ଥ ରଜନୀ. ହେଲେ ଉତ୍ସବର ମୁଖ୍ୟ ଆୟୋଜକ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଲଗାତାର 3 ଦିନ ଧରି ଉତ୍ସବରେ ଅନୁପସ୍ଥିତ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ମୁଖ୍ୟ ଆୟୋଜକ ଉତ୍ସବରେ କାହିଁକି ରହୁ ନାହାନ୍ତି ବୋଲି ଗତକାଲି ସାଧାରଣରେ ଚର୍ଚ୍ଚା ଲାଗି ରହିଥିଲା. ମୁଖ୍ୟଙ୍କ ବିନା ଗଜପତି ଉତ୍ସବ ସାଧାରଣଙ୍କୁ ବିଭିନ୍ନ କାରଣରୁ ନିରାଶ କରିଥିଲା. ଲୋକଙ୍କ ମୁଖ୍ୟ ଆଲୋଚ୍ୟ ବିଷୟ ରହିଥିଲାଯେ, ଗଜପତି ଉତ୍ସବର ଉଦଘାଟନ ଦିନ ଆୟୋଜକ ତଥା ଜିଲ୍ଲାପାଳ ଉପସ୍ଥିତ ଥିଲେ. ପରବର୍ତ୍ତୀ ଉତ୍ସବର 2 ୟ ଦିନ ଠାରୁ ଚତୁର୍ଥ ଦିନ ପର୍ଯ୍ୟନ୍ତ ଲଗାତାର ଭାବେ 3 ଦିନ ଧରି ଜିଲ୍ଲାପାଳ ଅନୁପସ୍ଥିତ ରହିବା ଯୋଗୁଁ ଅନେକାଂଶରେ ଗଜପତି ଉତ୍ସବ ସଫଳ ରୂପାୟନ ହୋଇନାହିଁ. ଜିଲ୍ଲା ମୁଖ୍ୟଙ୍କ ବିନା ଜିଲ୍ଲା ଉତ୍ସବ ମଧ୍ୟ ଖାଁ ଖାଁ ପରି ଲାଗୁଚି ବୋଲି ବହୁ ଲୋକେ ମତବ୍ୟକ୍ତ କରିଥିଲେ. ଏତଦବ୍ୟତୀତ ଉତ୍ସବରେ ବର୍ଷ ବର୍ଷ ଧରି ପ୍ରଦଶନ କରାଯାଉଥିବା ରାଜ୍ୟ ବାହାରର କଳାକାରଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ଆଜି ବାରମ୍ବାର ପ୍ରଦଶନ କରାଯାଉଥିବା ଯୋଗୁଁ ଲୋକେ ଏଗୁଡିକୁ ଦେଖି ନିରାଶ ହୋଇ ମୁହଁ ମୋଡି ଫେରି ଯାଉଥିବା ଲକ୍ଷ୍ୟ କରାଯାଇଥିଲା. ଯଦ୍ୱାରା ଉତ୍ସବରେ ଦର୍ଶକମାନେ ବସିବା ପାଇଁ ରହିଥିବା ଗ୍ୟାଲେରୀରେ ଚୌକି ଗୁଡିକ ଖାଲି ପଡିଥିଲା. ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ପୃଥ୍ବୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଧାୟକ ମୋହନା ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କେ.ନାଗା ରାଜୁ , ନିର୍ଦ୍ଧେଶକ, ପ୍ରତ୍ୟୁଷ ପ୍ରଭାତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ, ମୋହନା ସୁନୀଲ କୁମାର ବିଷୋୟୀ, ଜିଲ୍ଲାପରିଷଦ ସଭ୍ୟା, ରାୟଗଡ଼ ଗୌତମୀ ଜାନି, ଜିଲ୍ଲାପରିଷଦ ସଭ୍ୟ, ରାୟଗଡ଼ ପିତାମ୍ବର ନାୟକ, ଜିଲ୍ଲାପରିଷଦ ସଭ୍ୟ ଆର.ଉଦୟଗିରି ଦଣ୍ଡପାଣି ବଡ଼ମୁଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।












Leave a Reply