ଗୁମ୍ମା ସରକାରୀ ଡିଗ୍ରୀ କଲେଜ ଲକ୍ଷ୍ୟ ଠାରୁ ବହୁ ଦୂରରେ…. ଚଳିତ ବର୍ଷ ଜଣେ ବି ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇଲେ ନାହିଁ ପାରଳାଖେମୁଣ୍ଡି, 20/1(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମହକୁମାରେ ଥିବା ସରକାରୀ ଡ଼ିଗ୍ରୀ କଲେଜ ସ୍ଥାପନ ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ପ୍ରତିଷ୍ଠା କରାଯାଇଥିବା ଯୋଗୁଁ ଚଳିତବର୍ଷ (୨୦୨୫-୨୬) ଜଣେ ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି I ଏହି କଲେଜରେ ମୋଟ ୯୬ ଗୋଟି ସିଟ୍ ରହିଛି। ହେଲେ ୨୦୨୪-୨୫ ବର୍ଷରେ ମାତ୍ର ଜଣେ ବିଦ୍ୟାର୍ଥୀ ନାମ ଲେଖାଇ ଥିବାବେଳେ ଚଳିତବର୍ଷ ଜଣେ ମଧ୍ୟ ନାମ ଲେଖାଇ ନଥିବା ଏବେ ଚିନ୍ତାର ବିଷୟ ପାଲଟିଛି। ଗୁମ୍ମା ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ତକ୍ରାଳୀନ ସରକାର ୨୦୨୪ରେ ଗୁମ୍ମାରେ ଡ଼ିଗ୍ରୀ କଲେଜ ଅନୁମୋଦନ କରିଥିଲେ। ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀ ନିଜ ଗ୍ରାମରେ ରହି ଉଚ୍ଚ ଶିକ୍ଷା ଗ୍ରହଣ କରିବା ଦ୍ବାରା ସେମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଯାତାଯତ ସମସ୍ୟା କମିବ ଏବଂ ଛାତ୍ରଛାତ୍ରୀ ନିଜ ଗ୍ରାମରେ ରହି ଉଚ୍ଚ ଶିକ୍ଷା ଲାଭ କରିପାରିବେ. ଏହାଦ୍ୱାରା ଏହି ଅଞ୍ଚଳରେ କଲେଜ ଶିକ୍ଷାର ବିକାଶ ହେବା ସହ ସେଠାକାର ଛାତ୍ରଛାତ୍ରୀମାନେ ଶିକ୍ଷାର ନିକଟତର ହେବେ ବୋଲି ଗୁମ୍ମାରେ ଏହି କଲେଜକୁ ସରକାର ପ୍ରତିଷ୍ଠା କରିଥିଲେ. କିନ୍ତୁ ଉକ୍ତ କଲେଜକୁ କିଛି କୁଚକ୍ରି ବ୍ୟକ୍ତି ନିଜ ସ୍ବାର୍ଥ ସାଧନ ପାଇଁ ଠିକ ଜାଗାରେ କଲେଜ ସ୍ଥାପନ କରିବା ପରିବର୍ତ୍ତେ ଗୁମ୍ମା ସଦର ମହକୁମାର ଅସୁରକ୍ଷିତ ଓ ନିଛାଟିଆ ମାର୍କେଟ କଲକ୍ସରେ ସ୍ଥାପନ କରିଥିବା ଅଞ୍ଚଳରେ କଲେଜ ପ୍ରତିଷ୍ଠା କରାଯାଇଥିବା ଯୋଗୁଁ କୌଣସି ବିଦ୍ୟାର୍ଥୀ ଉକ୍ତ କଲେଜରେ ନାମ ଲେଖାଇବାକୁ ଅମଙ୍ଗ ହେଉଛନ୍ତି | ଗୁମ୍ମା ସଦର ମହକୁମାର ଉଚିତ ସ୍ଥାନରେ ଉକ୍ତ ଡ଼ିଗ୍ରୀ କଲେଜ ସ୍ଥାନାନ୍ତର ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ଘଟଣା ନଇଁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ସୁଜାତା ଗମାଙ୍ଗଙ୍କୁ ପଚାରିବାରେ ସେ କହିଛନ୍ତି, ଗୋଟିଏ ଛୋଟ ଗୃହରେ କଲେଜ ଚାଲିବା କଷ୍ଟକର. ଏଥିସହ କଲେଜ ରହିଥିବା ଅଞ୍ଚଳଟି ନିଛାଟିଆ ରହିଥିବା ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀ ସୁରକ୍ଷିତ ନ ଥିବା ଯୋଗୁଁ ଏହି କଲେଜରେ ନାମ ଲେଖାଉ ନାହଁନ୍ତି. ଉପଯୁକ୍ତ ସ୍ଥାନର କଲେଜ ଖୋଲାଯାଏ ତାହାଲେ ନିଶ୍ଚିତ ଭାବେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଏହି କଲେଜରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ.
ଆନ୍ଧ୍ର ନମ୍ବର ଥିବା ଗାଡ଼ିରୁ ଗଜପତିର ଧାନମଣ୍ଡିରେ ଧାନ ଗ୍ରହଣ କରାଯାଉ ନାହିଁ… ଚାଷୀ ମହଲରେ ଅସନ୍ତୋଷ ପାରଳାଖେମୁଣ୍ଡି, 20/1(ତାରିଣୀ ପ୍ରସାଦ ପଣ୍ଡା )
ଆନ୍ଧ୍ରପ୍ରଦେଶ ନମ୍ବର ରହିଥିବା ଯେକୌଣସି ଗାଡି ଯଥା ଟ୍ରାକ୍ଟର, ଟ୍ରକ ଓ ମ୍ୟାସ୍କ ପିକଅପ ଆଦିରେ ଗଜପତି ଜିଲ୍ଲାର ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଲେ ପ୍ରଶାସନ ଏହି ଗାଡିର ଧାନକୁ ଗ୍ରହଣ କରୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି. ଘଟଣା ନେଇ ଚାଷୀ ଓ କୃଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଗଜପତି ଜିଲ୍ଲାର ଚାଷୀ ଓ କୃଷକମାନଙ୍କ ସହ ମାକ୍ସ ପିକ୍ଅପ୍ ଡ୍ରାଇଭର ସଂଘ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ଭେଟି ଘଟଣା ନେଇ ଜଣାଇବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ଅଞ୍ଚଳରେ ଆନ୍ଧ୍ର ପଞ୍ଜୀକରଣ ଗାଡ଼ି ବହୁ ସଂଖ୍ୟରେ ରହିଛି। ତେଣୁ ଚାଷୀମାନେ ଏହି ଗାଡି ଗୁଡିକରେ ମଣ୍ଡିକୁ ଧାନ ଆଣୁଛନ୍ତି. ହେଲେ କାହିଁକି ଗଜପତି ପ୍ରଶାସନ ଆନ୍ଧ୍ର ନମ୍ବର ଥିବା ଗାଡ଼ିରୁ ମଣ୍ଡିରେ ଧାନ ଗ୍ରହଣ କରୁ ନାହାନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି.
ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ।
ଗଜପତି – ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କାଇଁପୂର୍ ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ଇ ରୁପେସ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ପୁର୍ଣ୍ଣ ବାସୀ ନାୟକ ସମ୍ମାନୀତ ଅତିଥି, ଓଏଲ୍ ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ୧୪ନଂ ଜନ ଜିଲ୍ଲାପରିଷଦ ପୀତାମ୍ବର ନାୟକ, ଉଦିତ ବାବୁ ଆନ୍ଦ୍ରାପ , କାଇଁପୁର ଏସଏସଡି ଉଛ ବିଦ୍ୟାଳୟ ର ଭାର ପ୍ରଧାନ ଶିକ୍ଷକ ଜଗନ୍ନାଥ ରେଡ୍ଡୀ, ଆଶ୍ରମ ବିଦ୍ୟାଳୟ ର ଫାଇନାନ୍ସ ମେନେଜର ଚନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ, ପ୍ରଥମେ ବିଧାୟକ ରୂପେଷ ପାଣିଗ୍ରାହୀ ଙ୍କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସ୍ବାଗତ ଜଣାଇଥିଲେ ଓ ପରେ ସ୍ମାର୍ଟ କ୍ଲାସ ଶୁଭ ଆରମ୍ଭ ପରେ ବିଦ୍ୟାଳୟ ସମସ୍ତ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ , ପରେ ବାର୍ଷିକ ଉତ୍ସବ ରେ ଯୋଗଦେଇଥିଲେ












Leave a Reply