ଏପସିଲନ କାର୍ବନ କମ୍ପାନୀ କୁ ଡି ଡି ଏଫ ଓ, ତହସିଲଦାର ଙ୍କ ଅନୁକମ୍ପା କୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଶ୍ରିପୁରା ଗ୍ରାମବାସୀ, ଜଙ୍ଗଲ ଜମି ରେ ବୃକ୍ଷ ରୋପଣ ପାଇଁ ଗ୍ରାମସଭା ରେ ନିଷ୍ପତ୍ତି, ଜିଲ୍ଲାପାଳ ଙ୍କୁ ଦାବିପତ୍ର…….
ରାଉରକେଲା/ ଝାରସୁଗୁଡ଼ା: (ଦର୍ଶନ ସମୀକ୍ଷା) ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଗ୍ରାମ ଫଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣା ରେ ଶ୍ରିପୁରା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେବା ସତ୍ୱେ ଝାରସୁଗୁଡା ଡି ଏଫ ଓ ଏବଂ ତହସିଲଦାର କମ୍ପାନୀ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଗ୍ରାମବାସୀ ଗ୍ରାମସଭା ମାଧ୍ୟମରେ ଉକ୍ତ ଜଙ୍ଗଲ ଜମି ରେ ବୃକ୍ଷ ରୋପଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି |ଏହା ସହିତ ସୋମବାର ପୂର୍ବାହ୍ନ ରେ ଶ୍ରିପୁରା ଗ୍ରାମବାସୀ ଡି ଏଫ ଓ ଓ ତହସିଲଦାର ଙ୍କ ବିରୋଧ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ କରି ଏହି ସମସ୍ତ ବିଷୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରିପୁରା ବାସୀ ଙ୍କ ଦାବିପତ୍ର ଅନୁଯାୟୀ ଗ୍ରାମ ରେ ଥିବା ଏପିଶୀଳନ କମ୍ପାନୀ ଖାତା ନମ୍ବର ୧୭୮, ପ୍ଲଟ ନମ୍ବର ୪୨୭ କୁ ବେଆଇନ ଭାବେ ବ୍ୟବହାର କରୁଛି । ଏହା ସହିତ ଶ୍ରିପୁରା ଗ୍ରାମବାସୀ ଉକ୍ତ ଜଙ୍ଗଲ ଜମି ରେ କେନ୍ଦ୍ର ସରକାର ଙ୍କ ଯୋଜନା ଏକ ପେଡ ମା କେ ନାମ ରେ ହଜାର ହଜାର ଚାରା ରୋପଣ କରିଥିଲେ । କିନ୍ତୁ ସେତେବେଳେ ଝାରସୁଗୁଡା ତହସିଲଦାର ଙ୍କ ଉପସ୍ଥିତି ରେ ରୋପଣ କରାଯାଇଥିବା ଚାରା ଏବଂ ବ୍ୟାରିକେଟ କୁ ହଟାଯାଇଥିଲା ।ଏହି ଘଟଣା କୁ ବିରୋଧ କରି ଶ୍ରିପୁରା ଗ୍ରାମବାସୀ ତଥା ଗ୍ରାମ ପଂଚାୟତ ସରପଞ୍ଚ ଗତ ୨୦୨୫ ଅକ୍ଟୋବର ୧୩ ତାରିଖ ଦିନ ଝାରସୁଗୁଡା ଜିଲ୍ଲାପାଳ ଙ୍କୁ କମ୍ପାନୀ ଠାରୁ ଜଙ୍ଗଲ ଜମି ମୁକ୍ତି କରିବା ଏବଂ ଉକ୍ତ ଜଙ୍ଗଲ ଜମି ରେ ବୃକ୍ଷ ରୋପଣ କରିବା ପାଇଁ ଦାବି କରିଥିଲେ । ଏହା ସହିତ ବିଭିନ୍ନ ସମୟ ରେ ଜିଲ୍ଲାପାଳ, ଡି ଏଫ ଓ ଙ୍କୁ ମଧ୍ୟ ବହୁଥର ଜଙ୍ଗଲ ଜମି ପାଇଁ ଗ୍ରାମବାସୀ, ଜନ ପ୍ରତିନିଧି ମାନେ ବାରମ୍ବାର ଦାବି କରିଥିଲେ । କିନ୍ତୁ ଡି ଏଫ ଓ ଏବଂ ତହସିଲଦାର ଏହି ଘଟଣା ର ତଦନ୍ତ କାରୀ ଅଧିକାରୀ ହୋଇଥିବା ବେଳେ ସେମାନେ କେଉଁ ସ୍ୱାର୍ଥ ରେ କମ୍ପାନୀ କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଏବଂ ତଦନ୍ତ ପ୍ରକ୍ରିୟା ବିଳମ୍ବ କରୁଛନ୍ତି, ସେ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା । ଫଳ ରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଶ୍ରିପୁରା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଙ୍କ ସଭାପତିତ୍ବ ରେ ଏକ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମି ରେ ଏକ ପେଡ ମା କେ ନାମ ଯୋଜନା ରେ ବୃକ୍ଷ ରୋପଣ କରି ପରିବେଶ କୁ ସୁନ୍ଦର ସବୁଜ କରିବା ସହିତ ମାନବ ମଙ୍ଗଳ କାର୍ଯ୍ୟ ରେ ବ୍ୟବହାର କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏ ବିଷୟ ରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଇବା ପାଇଁ ଗ୍ରାମବାସୀ ଗ୍ରାମସଭା ରେ ନିଷ୍ପତ୍ତି ନେଇଥିଲେ । ତେଣୁ ସୋମବାର ପୂର୍ବାହ୍ନ ୧୦ ଟା ରେ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ କମ୍ପାନୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ଝାରସୁଗୁଡା ଡି ଏଫ ଓ ଏବଂ ତହସିଲଦାର ଙ୍କ ବିରୋଧ ରେ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ । ଏହି ଘଟଣା ର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ରେ ଦାବି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ ଙ୍କ ତରଫରୁ କୁହାଯାଇଛି । ଏହି ଦାବିପତ୍ର ଦେବା ସମୟ ରେ ଶ୍ରିପୁରା ଗ୍ରାମ ର ଜିଲ୍ଲା ପରିଷଦ ସଦସ୍ୟ ଥିବା ଦିଗାମ୍ବର ଭୋଇ, ଶ୍ରିପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ଲୋକମୁକ୍ତି ସଙ୍ଘଠନ ର ଅନନ୍ତ ପଣ୍ଡା, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ଙ୍କ ସହିତ ଶ୍ରିପୁରା ଗ୍ରାମ ପ୍ରାୟ ୫ ଶହ ରୁ ଜନସାଧାରଣ ଉପସ୍ଥିତ ରହିଥିଲେ । ଏ ନେଇ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ଙ୍କୁ ପଚାରିବାରୁ ଏହି ଘଟଣା ଏନଜିଟି ତଦନ୍ତ ଭୁକ୍ତ ହୋଇଥିବାରୁ ମତାମତ ଦେବାପାଇଁ ମନା କରିଥିଲେ । ଝାରସୁଗୁଡା ଡି ଏଫ ଓ ଅଶୋକ ମନୁ ଭଟ୍ଟ ଙ୍କୁ ପଚାରିବାରୁ ଜଙ୍ଗଲ ଜମି ର ଆଇନ ଏବଂ ଧାରା ଅନୁସାରେ ଘଟଣା ର ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଏ ନେଇ ଏପସିଲନ କମ୍ପାନୀ ର ପ୍ଲାଣ୍ଟ ମୁଖ୍ୟ ରାକେଶ ମୋହନ ଙ୍କୁ ପଚାରିବାରୁ ଏହା ଉପରେ ଜିଲ୍ଲା ପ୍ରଶାସନ ଯାହା ନିଷ୍ପତ୍ତି ନେବ ଏବଂ ଯାହା ଆଇନ ସମ୍ମତ ଅଟେ, ତାହା କମ୍ପାନୀ ମାନିବ ଏବଂ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ।
ଝାରସୁଗୁଡା // ଶ୍ରିପୁରା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେବା ସତ୍ୱେ ଝାରସୁଗୁଡା ଡି ଏଫ ଓ ଏବଂ ତହସିଲଦାର କମ୍ପାନୀ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଗ୍ରାମବାସୀ ଗ୍ରାମସଭା ମାଧ୍ୟମରେ ଉକ୍ତ ଜଙ୍ଗଲ ଜମି ରେ ବୃକ୍ଷ ରୋପଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି












Leave a Reply