କଥା ତ ଏତିକି ବାସ //ଆମେ ଏ କୂଳରେ ହେଲୁ ନା ସେ କୁଳ ରେ ହେଲୁ…ହଇରେ ବିଧାତା ତୁ ଏ କି କଲୁ-ତୁଷାରକାନ୍ତ ଶତପଥୀ ସ୍ତମ୍ବକାର,ଲେଖକ ଭୁବନେଶ୍ଵର

Spread the love

ଆମେ ଏ କୂଳରେ ହେଲୁ ନା ସେ କୁଳ ରେ ହେଲୁ…
ହଇରେ ବିଧାତା ତୁ ଏ କି କଲୁ

ତା୧୯.୦୧.୨୦୨୬ରିଖର
“କଥା ଏତିକି 👇, ବାସ୍।”
“ସେମାନେ ନା ଏ କୂଳର ହେଲେ,
ନା ସେ କୂଳର ହେଲେ,
ହାଏରେ ବିଧାତା ଆପଣ ଏ କି କଲେ?”
ଆଜି ମାତ୍ର ଗୋଟିଏ ଉଦାହରଣ ଜରିଆରେ ଆମ ଖୋକାଭାଇ(ଅକ୍ଷୟ ମହାନ୍ତି) ଗାଇଥିବା,
“ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ…
ଆମେ ଏ କୂଳରେ ହେଲୁ ନା ସେ କୁଳ ରେ ହେଲୁ…
ହଇରେ ବିଧାତା ତୁ ଏ କି କଲୁ.” ଗୀତଟିର ଏହି ପଦଟିରେ ଟିକିଏ ଏକଡ଼ ସେକଡ କରାଯାଇ ଏହି ପଦଟିର ଯଥାର୍ଥତା ପ୍ରତିପାଦନ କରାଯାଇଛି।

ଆମେରିକାର “ଗ୍ରୀନଲ୍ୟାଣ୍ଡ” ଦଖଲ ବାବଦରେ,ଆମେରିକାକୁ ଯେଉଁ ଦେଶ ସମର୍ଥନ କରିବ ନାହିଁ,ମିଷ୍ଟର ଟ୍ରମ୍ପ ସେମାନଙ୍କ ଉପରେ ଆହୁରି ୨୫% ଅଧିକ ଟାରିଫ ଲଗେଇବେ ବୋଲି କହି ପ୍ରାରମ୍ଭିକ ସ୍ତରରେ ଡେନମାର୍କ,ସୁଇଡେନ, ନରୱେ ଓ ଫିନଲ୍ୟାଣ୍ଡ ଫିନଲ୍ୟାଣ୍ଡ ଦେଶ ଉପରେ ଅଧିକ ୧୦% ଲଗେଇଛନ୍ତି, ଯାହା ତା୦୧.୦୨.୨୦୨୬ରିଖରୁ ୨୫% ହେବ। ଏହା “ଗ୍ରୀନଲ୍ୟାଣ୍ଡ ଟାରିଫ”। ଋଷିଆରୁ ଅଶୋଧିତ ତୈଳ ଆମଦାନୀ ବାବଦରେ ୨୫%ଅଧିକ ଟାରିଫ ଲାଗୁଛି, ଯାହାକୁ ୫୦୦% କରିବାକୁ ଆମେରିକାର ସଂସଦରେ ଘମାଘୋଟ ଆଲୋଚନା ଚାଲିଛି।
ଇରାନ ସହିତ ବେପାର ବଣିଜର ଟାରିଫ ‌ହେଉଛି ୨୫%।
ଏବେ ଆମ ଉପରେଥିବା ୫୦% ବଢ଼ିବ ନା କମିବ ?

କେତେବେଳେ ‘ଇଉକ୍ରେନ ଟାରିଫ’ ଲାଗିଯିବ, ତାହା କିଏ ଅବା ଜାଣେ?
ଆଉ,ଯେଉଁମାନେ ଟ୍ରମ୍ପଙ୍କର 🐍 ଜିତାପଟ ପାଇଁ ନିର୍ଲଜା ଉପବାସରେ ରହି ପ୍ରାର୍ଥନା, ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରିଥିଲେ,

” ସେମାନେ ନା ଏ କୂଳର ହେଲେ
ନା ସେ କୂଳର ହେଲେ,
ହାଏରେ ବିଧାତା ଆପଣ ଏ କି କଲେ?”
ତେବେ, ସେମାନେ କେଉଁ କୂଳର ହେଲେ?
Just Asking to Know.
“ଆଜିର କଥା ବାସ୍ ଏତିକି”

Leave a Reply

Your email address will not be published. Required fields are marked *